Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ନିଖୋଜ ନାୟିକା - ସିମାଞ୍ଚଳ ରଣା

ସାମ୍ନା ରେ କୃଷ୍ନଚୁଡା ଗଛ କିଛି ଫୁଲ କ୍ଳାନ୍ତ ହୋଇ ଡାଳରୁ ଆସି ଭୂମିରେ ଲୋଟିଗଲେଣି । ନିକଟ ରେ ଥିବା ବିଜୁପଟ୍ଟନାୟକ ବିମାନବନ୍ଦର ରୁ ଉଡ଼ାଣ ପାଇଁ ବିମାନ ଟି ଗରଜୁଛି ।ଅଦିନିଆ ବର୍ଷା ଅସରାଏ ହୋଇଯାଇଛି,ଅବଶ୍ୟ ସମ୍ପୂର୍ଣ୍ଣ ରୂପେ ଛାଡିନି । ବର୍ଷା ର ଟୋପା ଟୋପା  ଗଛର ପତ୍ରରେ ପଡୁଛି ଆଉ ଏକ ବଡ଼ ଟୋପା ହୋଇ ଅତନୁ ଙ୍କ ଦେହ କୁ ଭିଜାଇ ସାରିଲାଣି, ବ୍ୟସ୍ତ ବିବ୍ରତ ରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT)ର ପାଞ୍ଚନମ୍ବର ହଷ୍ଟେଲ ପାଖ ଗଛ ମୂଳେ ଗାଡିକୁ ଅଣ୍ଟାଭାଙ୍ଗି ଉପାସନା ଙ୍କୁ ଅପେକ୍ଷାଆ କରିଛନ୍ତି ଅତନୁ ।ଏ ଉପାସନା ବି ଭାରି ଫାଜିଲାମୀ କରୁଛି ଆଜିକାଲି ।ଫୋନ ତ ପାଖରେ ଅଛି ଆସିବ ନ ଆସିବ ତ ଜଣାଇପରିବନା ?କିନ୍ତୁ ଦେଖ ଦିନ 12 ଟାରେ କଲ କରି ଫୋନ କୁ switch off କରି ରଖିଛି,ନା ଏଥର ତାକୁ ବୁଦ୍ଧି ଶିଖାଇବାକୁ ପଡିବ ।ଆସୁ ଆଜି ସେ ବହେ ଉତ୍ତମ ଉପଚାର କରିବାକୁ ପଡିବ ।ଭାବନା ରେ ପୂର୍ଣଛେଦ ଦେଇ ସମୟ ଦେଖିଲେ ଅତନୁ ପାଖାପାଖି 8:45 pm ଆରେ ଏ କଣ ଉପାସନା ତ ଆସିଯିବା କଥା   ।ବୋଧେ କିଛି ଅସୁବିଧା ହୋଇଥିବ ।ଅପେକ୍ଷା କରି ରହିଲେ ଅତନୁ ,,,,,,,,,କ୍ରମଶଃ ରାତିର ଅନ୍ଧାର ବଢି ଚାଲିଛି ଆସ୍ତେ ଆସ୍ତେ ହଷ୍ଟେଲ ର କିଛି ଛାତ୍ର ହୋଟେଲ ଆଡକୁ ଅଗ୍ରସର ହେଉଛନ୍ତି ମୁଠେ ଖାଇଦେଇ ଆସିଲେ ,ନିଘୋଡ଼ ନିଦ୍ରା କୁ ଚାଲିଯିବେ ।ସେପଟେ ମାଲିକ ଫୋନ କଲେଣି ଶୀଘ୍ର ଆସିବାକୁ,ହିସାବ ଦେଲେ ସେ ଘରକୁ ଯିବେ ।ଏମିତି ସବୁ ସମସ୍ୟା ଭିତରେ ପେଷି ହୋଇ ଯାଉଛନ୍ତି ଅତନୁ ।ଅତନୁ ?ହଁ ଅତନୁ ମହାପାତ୍ର ଏକ ଆଦିବାସୀ ଅଞ୍ଚଳ ର ଅଳ୍ପ ପାଠୁଆ ପୁଅ ଟିଏ ।ମାଧ୍ୟମ ଉଚ୍ଚତା ସଙ୍ଗେ ,ଅଳ୍ପ ଗୋରା ଆଉ ବେସ ଆତ୍ମବିଶ୍ୱାସୀ ।ବନ୍ଧୁତ୍ୱ ପାଇଁ ଦରଦୀ ମଣିଷ ଟେ ।ହେଲେ ତାଙ୍କ ପରିଚୟ ଆଉ ଏହି ରାଜଧାନୀ ସହ କେଉଁ କର୍ମ ର ବନ୍ଧନ ରେ ବନ୍ଧିତ ।ପେଟ ପାଇଁ ନାଟ,ଆର୍ଥିକ ଅନାଟନ ଭିତରେ ନିଜକୁ ଆଉ ଶିକ୍ଷାର ସଫଳ ନଈ ରେ ପାର ନକରି,କାର୍ଯ୍ୟ ସନ୍ଧାନ ରେ ସେଦିନ ରାଜଧାନୀ କୁ ପାଦ କାଢ଼ିଲେ ।ଗୋଟାଏ ରାତିର ଯାତ୍ରା ପରେ ସକାଳୁ ରାଜଧାନୀ ର ବରମୁଣ୍ଡା ରେ ପହଁଚି ନିଜକୁ ସଜାଡ଼ିନେଲେ ବସ୍ ର ଆଇନା ଆଗରେ ।ବସ୍ଷ୍ଟାଣ୍ଡ ରୁ ସିଧା ଚାଲିଗଲେ ଲିଙ୍ଗରାଜ ମନ୍ଦିର ଅଭିମୁଖେ ।ଠାକୁର ଦର୍ଶନ କରି ଭାବିଲେ କାର୍ଯ୍ୟ ଅନ୍ୱେଷଣ କରିବେ ।ଆଉ ଏଇଠି ହିଁ ଦେଖାହେଲେ ଜଣେ ସମ୍ଭ୍ରାତ ପୁରୁଷ,ବିକାଶ ବାବୁ ଯାହାଙ୍କ ସହାନୁଭୂତି ପାଇଁ ଖଣ୍ଡେ କାର୍ଯ୍ୟ ମିଳିଗଲା ଅତନୁ ଙ୍କୁ ।ଯେଉଁ କାମ ସ୍ୱପ୍ନ ରେ ବି ସେ ଭାବିନଥିଲେ ସେ କାମ କରିବାକୁ ପଡିଲା,ଜଣେ ଟିଭି କେବୁଲ ର କର୍ମଚାରୀ ଭାବେ ।ସକାଳୁ ଉଠି ଘର ଧୋଇବା ରୁ ଆରମ୍ଭ ହୁଏ କାର୍ଯ୍ୟ ଆଉ ପୁଣି ଘରକୁ ଘର ବୁଲି କେବୁଲ ପଇସା କଲେକ୍ସନ,ପୁଣି ସିଡ଼ି ଉପରେ ଚଢ଼ି ବିଦ୍ୟୁତ ଖୁଣ୍ଟରେ କେବୁଲ ସଜାଡ଼ିବା ।ପ୍ରଥମେ ପ୍ରଥମେ ଭାରି କଷ୍ଟଦାୟକ ଥିଲା ଏ କର୍ମ ।ହେଲେ ପରିବାର ର ବୋଝ କିନ୍ତୁ ବେଶ ସୁହାଉଥିଲା ଏ କର୍ମ ପାଇଁ ।ହେଲେ କଲେଜ କଥା କିଛି ବୁଝି ହେଉନି ।କାହିଁକି ଏ ରାଜଧାନୀ ର କେଉଁ କଲେଜ ସହ ଅତନୁ ଙ୍କ କେଉଁ ସମ୍ପର୍କର ଅଛି ?ଏହି ବିଶ୍ୱବିଦ୍ୟାଳୟ ରେ ପାଠ ପଢ଼ିବାର ସେ ସୁଯୋଗ ମିଳିନି ଅତନୁଙ୍କୁ,କିନ୍ତୁ ଏହି ବିଶ୍ଵବିଦ୍ୟାଳୟ ର ପରିବେଶ ଦେଇଛି ତାଙ୍କୁ କେତେ ସୀମାହୀନ ଯନ୍ତ୍ରଣା ତାହା କେବଳ ଅତନୁ ହିଁ ଜାଣିଛନ୍ତି ।ଏଇଠୁ ହିଁ ସେ ଉପାସନା ଙ୍କୁ ଜାଣିଛନ୍ତି ।ମନେ ଅଛି ଅତନୁଙ୍କ ସେଦିନ ସହକର୍ମୀ ଶଙ୍କର ସହ ରାତି ଦଶଟା ବେଳେ ବାଳକ ମାନଙ୍କ ହଷ୍ଟେଲ କୁ କେବୁଲ ସଜାଡ଼ିବାକୁ ଆସିଥିଲେ ।କାର୍ଯ୍ୟ ସମାପ୍ତ କରି ଫେରିବା ବେଳକୁ ନିଜ ଫୋନ ଟି ହଜେଇ ଦେଇଥିଲେ ଅଜାଣତେ ।ଯାହା ତାଙ୍କୁ ପାଞ୍ଚ ଦିନ ପାଇଁ ଖାଇବା ପିଇବା ଭୁଲାଇ ଦେଇଥିଲା ।କାହିଁକି ନା ସେ ଫୋନ ସେମିତି ସାଧାରଣ ଫୋନ ନଥିଲା ।ସେଥିରେ ଥିଲା ନିଜ ଅତୀତ ଯନ୍ତ୍ରଣା ର ସୁନ୍ଦର ମୁଂହ ।ତାଙ୍କ ଅତୀତ ଇତିଶ୍ରୀ ମହାପାତ୍ର ଙ୍କ ଫୋଟୋ ଆଉ କିଛି ମୁହୂର୍ତ୍ତ ର ପ୍ରତିଛବି ଯାହାକୁ ଦେଖି ତାଙ୍କ ଜୀବନ ର ପ୍ରତିଟି ଯନ୍ତ୍ରଣା କୁ ସେ ତାଜା ରଖୁଥିଲେ ।ବେଳେ ବେଳେ ଯନ୍ତ୍ରଣା କୁ ଛୋଟ ଛୋଟ କବିତାର ରୂପ ଦେଉଥିଲେ ।ଆଉ  କବିତା ଗୁଡିକ ଥିଲା ସେହି ଫୋନ ରେ ।ଅତନୁ ଙ୍କ ଫୋନ ହଜିନଥିଲା ବରଂ ଜୀବନ ର ଅଧା ଆୟୁଷ ସମାପ୍ତି ହୋଇଯାଇଥିଲା ଫୋଟୋ ଆଉ କବିତା ହରେଇ ।

ବିତିଗଲା ପାଞ୍ଚଦିନ ଏ ଭିତରେ ଅତନୁ ନୂଆ ଏକ ଫୋନ ରେ ପୁରୁଣା airtel sim କୁ ଚାଲୁ କରିଛନ୍ତି ।ସେଦିନ ଥିଲା ସୋମବାର ରାତି 11:45 pm ମେସେଜ ଆସିଲା ହଜିଯାଇଥିବା ନମ୍ବରରୁ କେମିତି ଅଛ ଅତନୁ ତୁମ ଫୋନ ମୋ ପାଖେ ସୁରକ୍ଷିତ ଅଛି ତୁମେ କବିତା ଆଉ ଫୋଟୋ ପାଇଁ ବ୍ୟସ୍ତ ହେଉଛ କି ସବୁ ସୁରକ୍ଷିତ ଅବସ୍ଥାରେ ଅଛି ମୋ ପାଖେ  ଇତି ଉପାସନା ମେସେଜ ପଢିବା ପରେ ଫୋନ କଲେ ଅତନୁ କିନ୍ତୁ ଫୋନ ଅଫ ଥିଲା,ନିରାଶ ହୋଇ କଷ୍ଟେମଷ୍ଟେ ସୋଇପଡିଲେ ସେ ।ସକାଳୁ ନିତ୍ୟକର୍ମ ସାରି କାର୍ଯ୍ୟ ରେ ଲାଗିପଡିଲେ ଅତନୁ ।ହଠାତ ଫୋନ କଲେ ବିକାଶ ବାବୁ OUAT ଦେଇ ଯାଇଥିବା କେବୁଲ ଲାଇନ ଖରାପ ଅଛି,ଯାଇ ସଜାଡି ଦେବାକୁ ନିର୍ଦେଶ ଦେଲେ ବିକାଶ ବାବୁ ।କଣ ଭାବୁଥିଲେ ଅତନୁ କେଜାଣି ?ଅତୀତ ର ସ୍ମୃତି ମନ୍ଥନ,ଏ ବ୍ୟସ୍ତ ବହୁଳତା ରେ ହରେଇଥିବା ଅତୀତ କୁ ପାଖରୁ ପାଇବା ପାଇଁ ଚେଷ୍ଟା ନା ଅତି ଆପଣାର ଫୋନ ର ହଜିବା ଦୁଃଖ ରେ ଟୋପାଏ ଅଶ୍ରୁ ର ଆସର?ହଁ ବେଳେ ବେଳେ ସହର ଟା ସୋଇଯିବା ପରେ ଟିଭି କୁ ଅଫ କରି ବିଛଣା ରେ ଉପର ମୁଁହ ହୋଇ ଲୋଟିଯାନ୍ତି ଅତନୁ ।ଏକ ଦୀର୍ଘଶ୍ଵାସ ଦେଇ କହି ଉଠନ୍ତି କୋହ ଭରା କଣ୍ଠ ରେ ତୁମେ କଣ କଲ ଇତିଶ୍ରୀ ମୋ ସରଳ ଜୀବନ ରେ ଏତେ ଜଟିଳ ବିରହ କାହିଁକି ଦେଲ ?ପ୍ରଶ୍ନ ଥାଏ କିନ୍ତୁ ଉତ୍ତର ଦେବାକୁ କେହି ନଥାନ୍ତି କେବଳ ତକିଆ ର କିଛି ଅଂଶ ହସୁଥାନ୍ତି ଟୋପା ଟୋପା ଲୁହ ରେ ଭିଜି ।ବ୍ୟାଗରେ ଯନ୍ତ୍ରପାତି ଧରି ବାହାରି ପଡିଲେ ଶଙ୍କରା ସହ ସେହି ନିର୍ଦ୍ଧିଷ୍ଟ ଜାଗାକୁ ।ଶଙ୍କରା ତଳେ ଠିଆହୋଇ ସିଡ଼ି କୁ ଧରିଛି ବିଦ୍ୟୁତ ଖୁଣ୍ଟ ଉପରେ କେବୁଲ ସଜାଡ଼ିବାରେ ବ୍ୟସ୍ତ ଅତନୁ ।OUAT ର ପରିବେଶ ଖୁବ ଚଞ୍ଚଳ ହୋଇଥିବାରୁ ରାସ୍ତାରେ କିଛି ଛାତ୍ର ଛାତ୍ରୀ ଯିବା ଆସିବା କରୁଛନ୍ତି ।ହଠାତ କେହିଜଣେ ତରୁଣୀ କିଛି ଫୋନ ରେ ଆଳାପ କରିବାର ଶୁଭାଗଲା ।କିନ୍ତୁ ସେ ଅତନୁ ଙ୍କ ନାମ ନେଉଛନ୍ତି ବୋଧେ

-- ହଁ ଅତନୁ ତୁମ ସରଳ ଜୀବନ ଶୈଳୀ ମୋତେ ଖୁବ ଭଲଲାଗେ

--- କଣ ହେଲା?ତୁମେ ଜାଣିପାରୁନ ମୋତେ ?ମୁଁ ପରା ମୋ ନାଁ କାଲି କହିଛି ତୁମକୁ ।

---- ଠିକ ଅଛି by by ମୋତେ ଜାଣିପାରିଲେ କଲ କରିବ

ସିଡ଼ି ଉପରେ ଥିବାରୁ ଅଳ୍ପ ରେ ସାବଧାନତା ସହ ପଛକୁ ବୁଲିଲେ ଅତନୁ ।ଆରେ ନା କେହିଜଣେ ଛାତ୍ରି ଟିଏ ସହପାଠୀନିଙ୍କ ସହ  ଫୋନ ରେ କଥାବାର୍ତା ହୋଇ ଆସୁଛି ।ହସିଲେ ଅତନୁ ଆରେ ମୁଁ କେଡେ ବୋକା ସତେ ।ଝିଅଟି ତା ପ୍ରେମିକ କିମ୍ବା ବନ୍ଧୁଙ୍କ ସହ କଥା ହେଉଛି ମୁଁ ପାଗଳ ପରି ଘୁରି ଚାହିଁଛି ।ଧେତତେତିକି,,,,,, ଅତନୁ କଣ ମୁଁ ଏକା ?ବାସ୍ ଏଥର ନିଜ କର୍ମ ରେ ଲାଗିପଡିଲେ ଅତନୁ ।ତରୁଣୀ ଜଣକ ଏଥର ବିଦ୍ୟୁତ ଖୁଣ୍ଟ ର ନିକଟବର୍ତ୍ତୀ ହୋଇଯାଇଛନ୍ତି,ସମୟ ସକାଳ 9 ହୋଇଥିବାରୁ ପୂର୍ବାସୁରୁଜ ରେ ପାଦ ଅପେକ୍ଷା ଦେହର ଛାଇ ବେସ ଆଗେ ଆଗେ ଚାଲିଛି ।ଛାଇ କୁ ଦେଖି ଅତନୁ ପୁଣି କଣେଇ ଚାହିଁଲେ ତରୁଣୀ ଜଣଙ୍କୁ ।ସାଗର---ଶାମୁକା,ଆକାଶ----ପୃଥିବୀ,ଫୁଲ----ଭଅଁର ପରି ହଠାତ ଆଖି କି ଆଖି ମିଶିଗଲା ଉଭୟଙ୍କର ।ଏକ ସ୍ମିତହାସ୍ୟ ଦେଇ ଚାଲିଗଲେ ତରୁଣୀ ଜଣଙ୍କ ।ହଜି ଗଲେ ଅତନୁ ଏକ ପ୍ରେମ ର ରାଇଜରେ ।ଆଙ୍କି ବସିଲେ ହୃଦୟ କାଗଜ ରେ ଅଳ୍ପ ଦୃଶ୍ୟମାନ ସେଇ ଚାନ୍ଦିନୀ ଚେହେରା କୁ ।କିଛି ମୁହୂର୍ତ୍ତରେ ନିମନ୍ତ୍ରଣ କରିଦେଲେ ଫଗୁଣ ର ରଂଗଡାଲା ଆଉ ଶ୍ରାବଣ ର ବାରିଧାର କୁ ।ଭାବନାରେ ପୂର୍ଣ୍ଣଛେଦ ଦେଲେ ଅତନୁ,ନା ଅତୀତ ଆଜି ବି ମୋତେ ଅଶ୍ରୁରେ ଆନନ୍ଦ ଦେଉଛି ତେଣୁ ମାୟାମୃଗ ପଛରେ ଧାଇଁ ସମୟ ନଷ୍ଟ କରିବା ଉଚିତ ନୁହେଁ ଭାବି ନିଜ କାମରେ ଲାଗିଗଲେ ଅତନୁ ।ଏପଟେ ସଞ୍ଜ ଗଡ଼ି ରାତ୍ରିର ନିର୍ଜନତା ରେ କିଛି ରାସ୍ତାଘାଟର ବୁଲା କୁକୁର ବିକଟାଳ ଶବ୍ଦ ରେ ପ୍ସରସ୍ପର କୁ କାମୁଡାକାମୁଡ଼ି କରି ସତେ ଯେମିତି ରାତ୍ରୀକୁ ସ୍ୱାଗତ କରୁଛନ୍ତି ।ରାତ୍ରୀ 1:45 ସୋମବାର ବିଦାୟ ନେଇ ମଙ୍ଗଳବାର ହାଜର ହୋଇଛି ମଧ୍ୟରାତ୍ରିରୁ ମୋବାଇଲ ଟି ବାଜିଉଠିଲା ଆଖି ମଳିମଳି ମୋବାଇଲ କୁ ଦୃଷ୍ଟିଦେଲେ ଅତନୁ ଏ କଣ ତାଙ୍କ ପୁରୁଣା ନମ୍ବର ରୁ ଆଉ ଏକ ମେସେଜ କ୍ଷମା କରିବ ଅତନୁ ତୁମକୁ କଷ୍ଟ ଦେଇଛି,ଫୋନ ପାଇଁ ମୁଁ ଲୋଭୀ ନୁହେଁ ।ତୁମ କବିତା ପାଇଁ ହିଁ ଫୋନ ଟି ରଖିଛି ମୁଁ ।ତୁମେ କେତେ ଅସୁବିଧା ହେଉଥିବ ନା ?କାଲି ସନ୍ଧ୍ୟା 7 ବେଳେ ଫରେଷ୍ଟ ପାର୍କ ରେ ଦେଖା କର ଫୋନ ନେଇଯିବ ।

ଇତି

ଉପାସନା

ଆଶ୍ଚର୍ଯ୍ୟ ହେଲେ ଅତନୁ କିଏ ଏହି ଉପାସନା ?ମୋ ଫୋନ ପାଇଛି ଫେରାଇବ କହୁଛି,ପୁଣି ମୋ କବିତା ର ପ୍ରଶଂସକ ଜଣେ ।ଅଳ୍ପ ରେ ତ ପରିଚୟ ଦେଇପାରିବ ନା?ଫୋନ କୁ କଲ କରିବାକୁ ଚେଷ୍ଟା କଲେ ଅତନୁ କିନ୍ତୁ ଫୋନ switch off ଥିଲା ।ଆଖି ମାଡିମାଡି ପଡୁଥାଏ ଦିବସର କ୍ଳାନ୍ତ ଅପରାହ୍ନରେ,ପରିଶ୍ରମ ର ଦାଉକୁ ନିଦ୍ରାର ରୂପ ଦେଇ ପୁଣି ନିଦ୍ରା ଗଲେ ଅତନୁ ।ତା ପରଦିନ କୌଣସି ମତେ ସମୟ ବାହାର କରି ପାର୍କ ପହଁଚିଗଲେ  ଆଉ ପାର୍କ ର ଏକ ନିଛାଟିଆ ବେଞ୍ଚ ଉପରେ ବସି ପଡିଲେ ।ଫରେଷ୍ଟ ପାର୍କ କେତେ ପ୍ରେମୀଯୁଗଳ ଏଠି ରୋମାଞ୍ଚକର ପରିସ୍ଥିତି ରେ ବିଚରଣ କରୁଛନ୍ତି ।କେତେ ପରିବାର ସନ୍ଧ୍ୟା କୁ ସ୍ୱାଗତ କରୁଛନ୍ତି ଏଠି ।ଠାବେଠାବେ ବାଳୁଙ୍ଗା କିଛି ଅଶ୍ଲୀସର ଅଳସ ଡେଣା ଭାଙ୍ଗୁଛନ୍ତି,କିନ୍ତୁ ଅତନୁ ନୀରବ ।ସେ ଦେଖୁଛନ୍ତି ଅତୀତ କୁ ଯାହା ଏହି ପାର୍କ ରେ ଦିନେ ଇତିଶ୍ରୀଙ୍କ ସଙ୍ଗେ ହାତ କୁ ହାତ ଧରି ଘେରାଏ ବୁଲିଯାଇଥିଲେ ।ପାର୍କ ବାହାରେ ମଧୁ ଗୁପ୍ଚୁପ ବାଲା ଏବେବି ପଚାରେ କଣ ଭାଇ ଆଜି ଏକା?ମାଡମ କୁଆଡେ ଗଲେକି?ଅତନୁ ଅଳ୍ପ ରେ ହସି କୁହନ୍ତି ନାଇ ସେ ଟିକେ ଭୁବନେଶ୍ୱର ରେ ନାହିଁ ତ ତେଣୁ ଏକା ଆସିଛି ।ମଧୁ ଏମିତି ଥଟ୍ଟା କରିକୁହେ ଭାଇ ତେବେ ଆଜି ମୋତେ 30 ରୁ 10 ମିଳିବ ।ଅତନୁ ହସି ହସି ପକେଟ ରୁ 50 ଟଙ୍କା ଦେଇ କୁହନ୍ତି ନିଅ ରଖିଥାଅ,ମ୍ୟାଡ଼ମ ଙ୍କୁ କେବେ ଦେଖାହେଲେ ଦେଇଦେବ ପେଟପୁର ଖାଇବାକୁ । ବେଞ୍ଚ ଉପରେ ବସି ବସି ବୋର ହେଲେଣି ଅତନୁ ହଠାତ ଫୋନ ବାଜି ଉଠିଲା ଉପାସନା କଲ କରିଛି ତୁମେ ପାର୍କ ରେ ଅଛତ ଅତନୁ?

---- ହଁ କେତେବେଳୁ ଆସି ବସିଛି ତୁମେ କେଉଁଠି? ପ୍ରଶ୍ନ କୁ ଉତ୍ତର ରେ ପଚାରିଲେ ଅତନୁ ।

---- ହଁ 30 ମିନଟ ଭିତରେ ପହଁଚିଯିବି ଏତିକି କହି ଫୋନ କାଟିଦେଲେ ଉପାସନା ।

ପାଞ୍ଚ ମିନଟ ପରେ ଜଣେ ତରୁଣୀ ଦୁଇଜଣ ବନ୍ଧବୀଙ୍କ ସହ ଆସି ପାଖରେ ବସିଲେ ।ଏକା ଥିବାରୁ ଅତନୁ କାହାରିକୁ ବି ଚାହିଁଲେ ନାହିଁ ।ସେମାନଙ୍କ ମଧ୍ୟରେ ପରସ୍ପର କଥାବାର୍ତ୍ତା ହେଉଥିବା ବେଳେ ଅତନୁ ମାର୍କ କଲେ ଗୋଟିଏ ସ୍ୱର ସେ ଆଗରୁ ଶୁଣିଛନ୍ତି କୋଉଠି ।ଆଖିକୁ କଣେଇ କଣେଇ ଚାହିଁଲେ ଅତନୁ । ଆରେ ୟେ ତ ସେହି ଝିଅ ଯିଏ ସେଦିନ ଫୋନରେ କଥାହୋଇ ଯାଉଥିଲା ।ହଠାତ ସେ କହିଲେ ଆରେ ଅତନୁ ଏମିତି ଚୁପଚାପ ବସିଥିବ ନା କିଛି କହିବ ?ଚମକି ଉଠିଲେ ଅତନୁ ପାଖରେ ତ କେହି ନାହାନ୍ତି ପୁରୁଷ ତଥାପି ଅତନୁ ବୋଲି କାହାକୁ ସେ ଡାକିଲେ?ତେବେ କଣ ୟେ ଉପାସନା ?ସାହସ କରି ଏଥର ଅତନୁ ପଚାରିଲେ ଆ,,,,,,ଜ୍ଞା,,,,,, ତୁମେ,,,,,,,କ,,,,,,,ଣ ଉପାସନା ?ତରୁଣୀ ଜଣକ କହିଲେ କାହିଁ ତୁମେ କଣ ଅତନୁ ନୁଁହ କି?ହଁ ମୁଁ ଅତନୁ ବୋଲି କହୁକହୁ ପାଟିରୁ କଥା ଛଡାଇ ନେଇ କହି ଉଠିଲେ ତରୁଣୀ ଜଣକ ,ଅତନୁ କୁମାର ରାୟ,ଘର-ନରସିଂହପୁର,କଟକ,

ଶିକ୍ଷାଗତ ଯୋଗ୍ୟତା----ଯୁକ୍ତ ଦୁଇ,କଳା (ଅଧାରୁପଢ଼ା ବନ୍ଦ),ଆମ୍ବେଦକର ଇଣ୍ଟରନେଶନାଲ କଲେଜ ,ଦାରିଂବାଡ଼ି ।

ଜଣେ ଖିଆଲି କବି ଓ କର୍ମଜୀବୀ ରୂପେ ଭୁବନେଶ୍ୱର ରେ ଅବସ୍ଥାନ ।ମୁଁ ଠିକ କହିଲିନା?ହଁ ତୁମେ ଠିକ କହିଲ ଆଉ ମୁଁ ବି ଜାଣିଗଲି ତୁମ ପରିଚୟ ଯେ ତୁମେ ଉପାସନା ବୋଲି ।ହେଲେ,,,,,,, ସେଦିନ ଫୋନରେ କୌଣସି ଅତନୁ ସହ କଥା ହୋଇହୋଇ ଯାଉଥିବା ଦୃଶ୍ୟ?ଅଭିନୟ କେବଳ ତୁମକୁ ଜାଣିବା ପାଇଁ ଅଭିନୟ ଥିଲା ।ତା ମାନେ ମିଛ ରେ କଥା ହୋଇଯାଉଥିଲ ତୁମେ?ପ୍ରଶ୍ନ କଲେ ଅତନୁ ।କ୍ଷୀଣ ସ୍ୱର ରେ ହଁ ଟିଏ ମାରିଲେ ଉପାସନା ।ହଉ ନିଅ ତୁମ ଫୋନ କହି ବଢ଼ାଇ ଦେଉ ଦେଉ ଅଟକିଗଲେ ଉପାସନା ଆଉ କହିଲେ କଣ ଫୋନ ପାଇଁ ହିଁ ବ୍ୟସ୍ତ ?ହାତ ମିସେଇବନି ଏକ ବନ୍ଧୁତ୍ୱ ପାଇଁ ।

ହଁ କାହିଁକି ନୁହେଁ ?ରାଜଧାନୀ ରେ ଜଣେ ସୁନ୍ଦରୀ ଶିଖିତା ତରୁଣୀ କୁ ବନ୍ଧୁରୂପେ ପାଇବା ତ ଗୌରବ ର କଥା ।ଏଥର କରାମର୍ଦନ କରି ଫୋନ ଟି କୁ ଗ୍ରହଣ କଲେ ଅତନୁ ।ଖୁସିରେ ଆତ୍ମବିଭୋର ହୋଇ କେତେ ଧନ୍ୟବାଦ ଦେଲେ ଉପାସନା ଙ୍କୁ ।ସମୟ ରାତ୍ର ଆଡକୁ ଗତି କରୁଥିବାରୁ ବସାକୁ ଫେରିଯିବାକୁ ଅନୁମତି ମଗୁଥାନ୍ତି ଅତନୁ ।ହେଲେ ଉପାସନା କିନ୍ତୁ ଆହୁରି ସମୟ ବିତାଇବାକୁ ଚାହିଁଥିଲେ ମଧ୍ୟ ଅତନୁ ବିଦାୟ ନେଇ ଆସୁ ଆସୁ ଖଣ୍ଡେ ବାଟ ରେ ଅଟକିଗଲେ କାହାର ପଦୀଏ ସେହି ନିଷିଦ୍ଧ ଶବ୍ଦ ବାକ୍ୟ ରେ I LOVE YOU ଅତନୁ ।

ଆଶ୍ଚର୍ଯ୍ୟ ହୋଇ ପଛକୁ ଚାହିଁଲେ ଅତନୁ ଏ କଣ ଉପାସନା ହାତରେ ଗୋଟେ ରକ୍ତ ଗୋଲାପ ଆଉ ଦୁଇ ବାହୁ କୁ ମୁକ୍ତ କରି ବୁକୁରେ ଲୋଟିଯିବାର ନିମନ୍ତ୍ରଣ ।ଫେରି ଆସିଲେ ଅତନୁ ଉପାସନା ଙ୍କ ନିକଟକୁ ।ଶକ୍ତ ଏକ ଚଟକଣି ଦେଇ ପଚାରିଲେ ।ଏ କି ପ୍ରକାର ପାଗଲାମୀ ଉପାସନା?କାହିଁକି ଏ ଦିବା ସ୍ୱପ୍ନ ?କଣ ଜାଣିଛ ମୋ ବିଷୟରେ?ମୋ ଅତୀତ କଣ ଜାଣିଛ?ପ୍ରେମ ର ସେ ଅଢେଇ ଅକ୍ଷର ର ଯନ୍ତ୍ରଣା ରେ କେବେ ଘର କରିଛ ?ନିର୍ବୋଧ ଶିଶୁଟିଏ ପର ଗାଲ କୁ ଆଉଁସି ଆଉଁସି ଅତନୁ ଙ୍କ ଛାତିରେ ଲୋଟିଗଲେ ଉପାସନା,ହଁ ଅତନୁ ମାର ଆହୁରି ମାର ତୁମ ରାଗ ଯେତେ ହେଉଛି ସେତେ ମାର ମୋତେ,ପ୍ରତିରୋଧ କରିବିନି କହିପାରିବ ଅତନୁ ଘରେ ବେଳେବେଳେ ବାପା ମା ମାରନ୍ତି କାହିଁକି ଜାଣିଛ? କେବଳ ସ୍ନେହ ଆଉ ଭଲପାଇବା ର ଏକ ନୂଆ ପରିଭାଷା ଥାଏ ସେଥିରେ ।ମୋ ପ୍ରେମ ପାଇଁ କଣ ଏଇ ଚଟକଣି ସହିପାରିବିନି?କାହିଁକି ଅତନୁ ଗୋଟେ ମାୟାବିନୀ ପାଇଁ ଯଦି ତୁମେ ସାରାଜୀବନ ଜଳି ପାରୁଛ କାହିଁକି ଏକ ନୂତନ ସକାଳ କୁ ଗ୍ରହଣ କରିପାରିବନି? ହସିଲେ ଅତନୁ ତୁମେ ପାଗଳୀ ହୋଇଯାଇଛ ଉପାସନା,ଏ ପ୍ରେମ ଖୁବ ଯନ୍ତ୍ରଣା ଦାୟକ ।ଅତୀତ ହୋଇଗଲେ ବିରହ,ବର୍ତ୍ତମାନ ରେ ଛଳନା ଆଉ ଭବିଷ୍ୟତ ରେ ଆଶାହୀନ ଏ ପ୍ରେମ ।ମୁଁ ସେହିବାଟ ଦେଇ ଆସିଛି କେତେ କଣ୍ଟକିତ ସେ ପଥ ମୁଁ ନିଜେ ଜାଣିଛି ।ପ୍ଲିଜ ତୁମେ ଏ ସ୍ୱପ୍ନ ଦେଖନି ପ୍ଲିଜ ।ମୁଁ ଗରିବ ଘର ପୁଅ ପାଠଶାଠ ସେତେ ପଢିନି ।ମୁଣ୍ଡ ଉପରେ ତିନି ଭଉଣୀ ଅଛନ୍ତି ଆଉ ମୋ ଅତୀତ ଯାହାକୁ ମୁଁ କେବେ ଛାଡ଼ିପାରିବିନି ।ହଁ କଥା ଦେଉଛି ବନ୍ଧୁଟିଏ ହୋଇପାରିବି ।ଭଉଣୀ ବୋଲି କୋଳେଇନେବି ହେଲେ ପ୍ରେମିକାର ଆସନରେ ବସାଇପାରିବିନି କାହିଁକିନା,ମୋ ହୃଦୟରେ ମୋ ଅତୀତ ଅଛି ।ଚାଲି ଆସିଲେ ଅତନୁ ଆସୁ ଆସୁ ପୁଣି ଫେରିଚାହିଁଲେ ପଛକୁ ।ଉପାସନା କାନ୍ଦୁଛି,ସେ କାନ୍ଦୁଥାଉ କିଏ କହୁଥିଲା ହୃଦୟ ଦେବାକୁ?ମୋତେ ଦରକାର ନାଇ ସେ ପ୍ରେମ ଭଲପାଇବା ମନକୁ ମନ ଆଳାପ କରୁଥାନ୍ତି ଅତନୁ ।ଏମିତି ରେ ବିତିଯାଇଛି ଏକମାସ ।ଦିନେ ଗ୍ରୀଷ୍ମର ଏକ ସକାଳୁ କାର୍ଯ୍ୟ ଆରମ୍ଭ କଲେ ଅତନୁ ସମୟ ପାଖାପାଖି 12ଘଣ୍ଟ ହେଲାଣି ଆଉ ଅଳ୍ପ କାମ ଅଛି ପ୍ରାଣପଣେ ଅତନୁ କାର୍ଯ୍ୟ ସମାପ୍ତ ପାଇଁ ଉଦ୍ୟମ କରୁଛନ୍ତି,ଏହି ସମୟ ରେ ଘଟିଲା ଏକ ଦୁର୍ଘଟଣା ।ହଠାତ ଅଂଶୁଘାତ ରେ ଆକ୍ରାନ୍ତ ହୋଇ ବିଦ୍ୟୁତ ଖୁଣ୍ଟ ଉପରୁ ଖସିପଡିଲେ ଅତନୁ ।ମୁଣ୍ଡରେ ଭୀଷଣ ଆଘାତ ଲାଗି ରକ୍ତସ୍ରାବ ହେଉଥାଏ  ତପନ ବାବୁ ବିକାଶ ବାବୁ ତୁରନ୍ତ ଅତନୁଙ୍କୁ ମେଡ଼ିକାଲ ରେ ଭର୍ତ୍ତି କରାଇଦେଲେ ।ଚାରି ଘଣ୍ଟାର ଚିକିତ୍ସାରେ ଚେତା ଆସିଲା ଅତନୁଙ୍କ ।ଆଖିଖୋଲିଲା ବେଳକୁ ପାଖରେ ଅତନୁଙ୍କ ବାପା ବସିଥାନ୍ତି,ଆଖିରେ ଅଶ୍ରୁର ରାଜୁତି କରିବସିଲା ଉଭୟ ପିତା ପୁତ୍ରଙ୍କ ।ବା,,,,,ପା ପାଣି ପିଇବି କହି ହାତ ବଢେଇଲେ ଅତନୁ ।ପାଣି ପିଉ ପିଉ କୋହ ଭରା କଣ୍ଠ ରେ କହିଉଠିଲେ ଅତନୁ,ବାପା ଏ ଗରିବ ଜନ୍ମ ଭାରି ଯନ୍ତ୍ରଣା ଦାୟକ,ତୁମେ ଆର ଜନ୍ମକୁ ଆଉ ଆମ ଭାଇ ଭଉଣୀ ଙ୍କୁ ଗରିବ ପିତା ହୋଇ ଜନ୍ମ ଦେବନି ବାପା ।ରୋକି ପାରିଲେନି ନିଜ ଅଶ୍ରୁର କେଇବୁନ୍ଦା ବାରିଧାର କୁ ଅତନୁ ଙ୍କ ପିତା ପ୍ରଭାତ ବାବୁ ।ପୁରୁଷ କାନ୍ଦିଲେ କୁଆଡେ ବହୁତ ଜୋର ରେ କାନ୍ଦନ୍ତି ।ହସ୍ପିଟାଲରେ ଥାଇ ନିଜ ଫୋନ କୁ ଖୋଜୁଖୋଜୁ ଦେଖିଲେ ନିଜ ମେଡ଼ିସିନ ପାଖରେ ମୋବାଇଲ ଥୁଆ ହୋଇଛି ।ମୋବାଇଲ ଅନ କରି ଦେଖିଲେ ଉପାସନା ଗୁଡାଏ ମେସେଜ କରିଛି ।କେମିତି ଅଛ ଅତନୁ ଆଜିକାଲି ଆଉ ଯୋଗାଯୋଗ ରହୁନି କଥା କଣ? ବିଚାରି ଉପାସନା କିପରି ଜାଣିବ ଯେ ଅତନୁ ଙ୍କ ଦୁର୍ଘଟଣା ହୋଇଛି ।ଅତନୁ ଉପାସନାଙ୍କ ମନ ବୁଝାଇବାପାଇଁ ମେସେଜ ରେ ଉତ୍ତର ଦେଲେ -:ଏକ ଦୁର୍ଘଟଣାରେ ଆହତ ହୋଇ ମେଡ଼ିକାଲ ରେ ଚିକିତ୍ସିତ ହେଉଛି ମୁଁ ସୁସ୍ଥ ହେଲାପରେ ଯୋଗାଯୋଗ କରିବି ।

ଉପାସନା ଜିଦି କରିବସିଲେ କୁହ ଅତନୁ କେଉଁ ମେଡ଼ିକାଲ ରେ ଅଛ ଅନ୍ତତଃ ଏହି ସମୟରେ ତୁମକୁ ଦେଖିବାର ସୁଯୋଗ ଦିଅ ଅତନୁ,କିଛି ସମୟ ଚିନ୍ତା କରି ହୃଦୟ କୁ ତରଲାଇ ଦେଲେ ଅତନୁ ।ହଁ ଉପାସନା ଯଦି ଜିଦି ରେ ଅଟଳ ତେବେ ଆସ kims କୁ ।ଘଣ୍ଟାଏ ପରେ ଉପାସନା ଆସି ପହଁଚିଲେ ।ଉପାସନାଙ୍କୁ ସେଠାରେ ଦେଖି ଅତନୁଙ୍କ ବାପା ପ୍ରଶ୍ନ କଲେ କିଏ ମା ତୁ?

ମିଛ କହିଲେ ଉପାସନା ଆଜ୍ଞା ମୁଁ ଅତନୁର ସାଙ୍ଗ ଏହି ଭୁବନେଶ୍ୱର ମୋ ଘର ।ହଁ ଉପାସନା ମିଶ୍ର ।ଘର ରାଉରକେଲା,ପିତା-ଆଶୁତୋଷ ମିଶ୍ର । NEW LINE IMPHRAASTRUCTUR PVT LTD ର ମାଲିକ ଦୁଇ ପୁଅ ଙ୍କ ମଧ୍ୟରେ ଏ ଗୋଟିଏ ଝିଅ ।ଅଲିଅଳି ସୁକନ୍ୟା ଟିଏ ଉପାସନା ।ଗୋଲ ମୁଖମଣ୍ଡଳ ସାଙ୍ଗକୁ ଛୋଟ ଛୋଟ ଆଖି ଓ ଲମ୍ବା ସିଲକୀ କେଶ ।ଦାମୀ ପୋଷାକ ରେ ଚମକୁଛି ଗୋଟା ଶରୀର ।ଓଠ ଧାରେ ସ୍ମିତହାସ୍ୟ,ଦେହରେ ଯୌବନ ର ଢେଉ ।ଏତେ ସମ୍ଭ୍ରାନ୍ତ ପରିବାର ର ଝିଅ ହୋଇ ଏ ମଳିମୁଣ୍ଡିଆ ଅତନୁ ଙ୍କୁ କାହିଁକି ମନ ଦେଇବସିଛନ୍ତି ।କଣ ଅଛି ଅତନୁ ଙ୍କ ପାଖେ ନା ଅଛି ଘର ନା ଗାଡି ନା ବ୍ୟାଙ୍କବାଲନନ୍ସ,ତେବେ କାହିଁକି ସେ ଅତନୁ ଙ୍କୁ ଭଲପାଇ ବସିଛନ୍ତି?ଆଉ ଅତନୁଙ୍କ ବାପାଙ୍କ ନିକଟରେ ଏ ମିଛ ପରିଚୟ କଣ ପାଇଁ?ପ୍ରଭାତ ବାବୁ କଣ ଭାବିଲେ କେଜାଣି ଅତନୁ ଙ୍କୁ କହିଲେ ମୁଁ ଟିକେ ବାହାରୁ ଆସୁଛି ତୁମେ କଥା ହେଉଥାଅ ।ପ୍ରଭାତ ବାବୁ ଚାଲିଯିବାପରେ ଉପାସନା ଛୋଟ ଛୁଆ ପରି କାନ୍ଦିକାନ୍ଦି ଲୋଟିଗଲେ ଅଟନୁଙ୍କ ଛାତି ଉପରେ ।ଦୁଇଟୋପା ଲୁହ କୁ ଛାତି ଉପରେ ନିଗାଡି ଦେଇ କହୁଥାନ୍ତି ଉପାସନା କେମିତି ବଂଚିଥାନ୍ତି ଆଜି ଯଦି ତୁମର କିଛି ହୋଇଯାଇଥାନ୍ତା କୁହ ।ପୁଣି ସେଇ ଗୋଟିଏ କଥା ମୋ ପ୍ରେମକୁ ସ୍ୱୀକାର କର ଅତନୁ,ମରିଯିବି ତୁମବିନା ।ଏତିକି ବେଳକୁ ଅତନୁ ଙ୍କ ଆଖିରୁ ବି ବିରହ ବେଦନା ରୁ ବି ଅଧିକା ଅଶ୍ରୁ ଉପାସନାଙ୍କ ପାଇଁ ।ଛାତି ଉପରେ ଜାବୁଡ଼ି ଧରିଲେ ଉପସାନା ଙ୍କୁ ଏ ପାଗଳୀ ଆଜି ଜିତିଗଲ ଅତନୁ କୁ ନା ? ନା ଅତନୁ ଜିତିବି ସେଇଦିନ ଯେଉଁ ଦିନ ତୁମେ ମୋ ମଥାରେ ସିନ୍ଦୁର ଦେବ ।ଅପେକ୍ଷା ସେତେଦିନ ଯାଏ ।ଅତନୁ କହିଲେ ବୁଝିଲ ଉପାସନା ସମ୍ପର୍କଆରମ୍ଭ ରେ କିଛି ଉପହାର ଦିଆଯାଏ ମୋ ପାଖରେ ତ କିଛି ନାହିଁ,କଣ ନେବ ତୁମେ ?ନିଅ ଏହି ଆପୁଲ ଟିଏ ଖାଇଦିଅ ଆଉ ତୁମ ଗାଲ ଏହି ଆପୁଲ ପରି ହେଇଯାଉ ।ହସିଲେ ଉପାସନା ତୁମେ ବଡ଼ ନଖରା ଅଛ ଅତନୁ ।ମୁଁ କଣ ଦେବି ତୁମକୁ ?କିଛି ନିଆରା ଉତ୍ତର ଦେଲେ ଅତନୁ ।ଉପାସନା ଆଙ୍କିଦେଲେ ଅତନୁ ଙ୍କ ଓଠରେ ଗରମ ଓଠର ମୃଦୁ ଚୁମ୍ବନ ଟିଏ ଆଉ କହିଲେ ଆସୁଛି ଅତନୁ,ସମୟ ସୁବିଧା ଦେଖି ଦେଖା ହେବ ନିଶ୍ଚୟ ।ଯାଉଯାଉ ଦରଜା ପାଖରେ ଠିଆହୋଇ କହିଲେ ଶୁଣ ଅତନୁ ତୁମେ କେବଳ ମୋର ଏହି ଉପାସନା ର ଜୀବନ ତୁମେ ଯଦି କେବେ ଅତୀତ ର ଇତି କୁ ନିମନ୍ତ୍ରଣ କରିଥିବ ତୁମ ଜୀବନ ନେଇଯିବି ।ହସିଲେ ଅତନୁ ସତରେ କେତେ ପାଗଳୀ ଏ ଉପାସନା ନୁଁହ?କିଛିଦିନ ପରେ ସୁସ୍ଥ ହୋଇ ଫେରିଆସିଲେ ଅତନୁ ମେଡ଼ିକାଲ ରୁ କର୍ମ କ୍ଷେତ୍ରକୁ ।ସମୟ ସୁବିଧା ହେଲେ ଦୁହେଁ ଦେଖା ହୁଅନ୍ତି ।କେବେ ଏୟାରପୋର୍ଟ ତ କେବେ ପାର୍କ କେବେ ବରମୁଣ୍ଡା ତ କେବେ ଧଉଳି ପାହାଡ଼ ରେ ।ନିୟମିତ ଫୋନ ରେ କଥା ହୁଅନ୍ତି ଅତନୁ ଆଉ ଉପାସନା ।କିଛି ମାସ ପରେ ଭଉଣୀ ବାହାଘର ପାଇଁ ଅତନୁ ଆସନ୍ତି ନିଜ ଗ୍ରାମ କୁ,ଉପାସନା ମଧ୍ୟ ଛୁଟି ନେଇ ଘରକୁ ଆସିଥାନ୍ତି ।ବିବାହ କାର୍ଯ୍ୟ ସମାପ୍ତ କରି ଅତନୁ ଭୁବନେଶ୍ୱର ଯିବା ପୂର୍ବରୁ ଉପାସନା କୁ ଦେଖା କରିବାକୁ ରାଉରକେଲା ଯାଆନ୍ତି ।ରାଉରକେଲା ରେ ଉପାସନା ପାଛୋଟି ନିଏ ତାଙ୍କୁ ବସ୍ଷ୍ଟାଣ୍ଡରୁ ଘରକୁ ।ଘର ଚାବି ଖୋଲିଲେ ଉପାସନା ଭିତରକୁ ନେଇ ବସିବାକୁ ଅନୁରୋଧ କଲେ ଅତନୁଙ୍କୁ ।ଆଶ୍ଚର୍ଯ୍ୟ ହେଲେ ଅତନୁ ରାଜ ମହଲ ପରି ଘର କିନ୍ତୁ କେହି ନାହାନ୍ତି ଘରେ କୁଆଡେ ଯାଇଛନ୍ତି ସମସ୍ତେ ?ପ୍ରଶ୍ନ କଲେ ଅତନୁ ।ନାଇ ଅତନୁ ସମସ୍ତେ ଅଛନ୍ତି ଏଇଟା ଆମର ଆଉ ଗୋଟେ ଘର କିନ୍ତୁ କେହି ରୁହନ୍ତିନି ଏଠି,ଜଣେ ଭଡାରେ ରହୁଥିଲେ ସେ ଦୁଇମାସ ହେବ ପଳାଇଲେଣି ।ତୁମକୁ ଏକାନ୍ତରେ ପାଇବାର ଇଛା ରେ ଆଜି ତୁମକୁ ଏଠାକୁ ଆଣିଛି ।ଭୟ ଲାଗିଲା ଅତନୁଙ୍କୁ ଏ ଉପାସନା ଆଉ କିଡନୀ ବେପାରୀ ନୁଁହତ ?ବୋଉଲୋ ଆଜି ଉଜାଗରେ ରହିବାକୁ ପଡିବ ।ଉପାସନା ପ୍ରଶ୍ନ କଲେ କଣ ଭାବୁଛ ଅତନୁ ଭୟ କରନି ଏଠିକି କେହି ଆସିବେନି କି ଆସିବାର ସାହସ ବି କରିବେନି ।ହଁ ତୁମେ ବସି ଟିଭି ଦେଖୁଥାଅ ମୁଁ ହୋଟେଲ ରୁ ଖାଇବା ନେଇ ଆସୁଛି କହି ଚାଲିଗଲେ ଉପାସନା ।କିଛି ସମୟ ପରେ ଖାଇବା ନେଇ ଆସିଲେ ସେଦିନ ଉପାସନା ଅତନୁ ଏକା ସଙ୍ଗେ ଖାଇବାର ନିଆରା ମଜା ନେଇଥିଲେ ।ଆଉ ସେଦିନ ନିଦ୍ରା ରଜନୀ କୁ ଉପଭୋଗ କରୁକରୁ ଉପାସନା ସମର୍ପି ଦେଇଥିଲେ ନିଜ ଦେହ ଆଉ ମନ ।ସବୁ କିଛି ନିଜ ଅତନୁ ଙ୍କୁ ଉପହାର ପରି ଦେଇଦେଇଥିଲେ ।କେତେବା ବିରୋଧ କରିଥାନ୍ତେ ଅତନୁ ।ପ୍ରକୃତିର ନିୟମ ପରି ଅଗ୍ନି-ପତଙ୍ଗ, ଫୁଲ-ଭଅଁର ର ମିଳନ ପରି ସେଦିନ ଅତନୁ-ଉପାସନା ଙ୍କ ସେହି ନିଷିଦ୍ଧ ମିଳନ ହୋଇଯାହା ଦୁନିଆ ସ୍ୱୀକୃତି ଦିଏନାହିଁ ବିବାହ ପୂର୍ବରୁ ହୋଇଯାଏ  ।ସେଦିନ ବିନା ନିଦ୍ରାରେ ରାତି କଟିଲା ରାତିର କାମନା ନିଶା ସହ ମଧୁର ଆଳାପ ରେ ବିତିଗଲା ରାତି ଆଉ ପାହିଗଲା ସକାଳ ।ସକାଳୁ ଗାଧୋଇ ସାରି ପୁଣି ଭୁବନେଶ୍ୱର ଅଭିମୁଖେ ବାହାରି ପଡିଲେ ଅତନୁ ।ଆସିଲା ବେଳକୁ ଉପାସନା ଅତନୁ ଙ୍କ ହାତରେ ପାଞ୍ଚ ହଜାର ଟଙ୍କା ଗୁଞ୍ଜି ଦେଇ କହିଲେ ।ନିଅ କିଛି ପଇସା ରଖିଥାଅ କାମରେ ଆବଶ୍ୟକ ହେଲେ ଲଗାଇବ ।ମନା କରୁଥିଲେ ବି ଆଣିବାକୁ ବାଧ୍ୟହେଲେ ଅତନୁ ।ଭୁବନେଶ୍ୱର ଆସି ପନ୍ଦର ଦିନ ହୋଇଗଲାଣି ତଥାପି ଉପାସନା ଆସିନି ଭୁବନେଶ୍ୱର କଥା କଣ?ମନ ଭାରି ଅସ୍ତବ୍ୟସ୍ତ ହେଲା ଅତନୁଙ୍କ ଫୋନ ବି ଲାଗୁନି ଉପାସନାଙ୍କ ।ଯାହା ହେଉ ଆଜି କଲ ଆସିଛି ଉପାସନାଙ୍କ ଯେ ସେ ଆଜି ହଷ୍ଟେଲ ଆସୁଛନ୍ତି ।ଆଉ ସନ୍ଧ୍ୟା ସାତ ଟା ରେ ଦେଖା ହେବ OUAT ପରିସରରେ ।ହେଲେ ଏତେ ରାତି ହେଲାଣି ଉପାସନା ଆସୁନି କାହିଁକି ।ଫୋନ କଲେ ଅତନୁ ନା ଫୋନ ଯୋଗାଯୋଗରୁ ବାହାରେ ।ମନ ଦୁଃଖରେ ଫେରିଆସିଲେ ଅତନୁ ଆଉ ଉପାସନା ର ଆସିବା ବାଟକୁ ଅପେକ୍ଷା କରି ଜୀବନ କାଟୁଛନ୍ତି ।ଆଜି ମନେ ମନେ ଭାବନ୍ତି ଅତନୁ  ପ୍ରେମ ରେ ଏତେ ଯନ୍ତ୍ରଣା କାହିଁକି ?


ସୀମାଞ୍ଚଳ ରଣା (ପ୍ରତିଷ୍ଠାତା-ପୁଣ୍ୟତୋୟା ଜାହ୍ନବୀ) କୁର୍ତ୍ତମଗଡ଼, କନ୍ଧମାଳ

Post a Comment

2 Comments

  1. ଲକ୍ଷ୍ମୀନାରାୟଣ ପଟ୍ଟନାୟକ2/26/2018

    ଖୁବ ସୁନ୍ଦର ଲେଖା ସୀମାଞ୍ଚଳ ବାବୁ

    ReplyDelete
  2. ସିମାଞ୍ଚଳ ରଣା2/28/2018

    ଧନ୍ୟବାଦ sir

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।