Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଧରା ଛାଡିଲେ ଉର୍ବଶୀ - ଇଂ ବିଦ୍ୟାଧର ପଣ୍ଡା

ଋମ୍ଭା ମେନକାରେ କାମ ଚଳୁଥିଲା
ଦୁଃଖିଥିଲେ ସ୍ୱର୍ଗବାସୀ
ଦେବତାଙ୍କ ସଙ୍ଗେ ହୋଲି ଖେଳିବାକୁ
ଧରା ଛାଡିଲେ ଉର୍ବଶୀ ॥
ଆଗ ପରି ଆଉ ହୋଲି ଖେଳ ନାହିଁ
ସମ୍ପର୍କ ସୁଧାର ପାଇଁ
ଶତ୍ରୁତା ନାଶିକି ମିତ୍ରତା ବଢାଏ
ଝଗଡା ଝାଟି ଭୁଲାଇ ॥

ପ୍ରେମ ସହଂତୀର ଅଭୁତ ପ୍ରତିକ
ଥିଲା ହୋଲିର ପରବ
ଆଜିକାଲି ସବୁଆଡେ ବିଶୃଙ୍ଖଳା
ସରାବ ହାତେ ସବାବ ॥
ହୋଲିକୁ ଅପେକ୍ଷା କରୁଛନ୍ତି କିଛି
ନେବାପାଇଁ ପ୍ରତିଶୋଧ
ପବିତ୍ର ବାସର ହୋଲି ପରବରେ
ବାଘ ସଙ୍ଗେ ଖେଳେ ଗଧ ॥


ବିଷାକ୍ତ ଦରବ ରଙ୍ଗରେ ମିଶାଇ
ଖେଳନ୍ତି ହୋଇ ବେହୋସ
ଭାଙ୍ଗନିଶା ଏବେ ଫେସନ ହେଲାଣି
ଝିଅ ବି କରନ୍ତି ଗ୍ରାସ ॥
କେତେ ଦୃଷ୍ଟି ନଷ୍ଟ ଦୃଷ୍ଟାନ୍ତ ରହିଛି
ହୋଲିଖେଳ ହେଲେଶେଷ
ପିଚିକାରୀ ଧରି କୁହାଟ ଛାଡନ୍ତି
ହୋଇ ବହୁରୁପୀ ବେଶ ॥

ପହଁରା ନଜାଣି ନଇ ପୋଖରୀରେ
ସାଥିଙ୍କ ସଙ୍ଗେ ଗାଧୋଇ
ସଂନ୍ଧ୍ୟା ସମୟକୁ ଶ୍ମଶାନ ଯାଆନ୍ତି
କୋକେଇ ଉପରେ ଶୋଇ ॥
ଋଙ୍ଗର ଯାଗାରେ ଆଉ କିଛି ମୂର୍ଖ
ଖେଳନ୍ତି ଗୋବର ବାଲି
ଶାନ୍ତି ମୈତ୍ରୀ ସବୁ ଚୁଲିକୁ ଗଲାଣି
ମଣିଷ ପଣିଆ ଭୁଲି ॥


ସେଥିପାଇଁ ବୋଧେ ଚାନ୍ଦନୀ ଶ୍ରୀଦେବୀ
ଛାଡିଗଲେ ଧରାପୃଷ୍ଠ
ଈନ୍ଦ୍ର କି ଡାକିଲେ ସରଗ ଧାମକୁ
ନୃତ୍ୟରେ ହୋଇ ଆକୃଷ୍ଠ ??
ହଠାତ୍ ବିଛେଦ ସିନେ ଜଗତକୁ
କରିଦିଏ ସ୍ତମ୍ଭିଭୁତ
ଜୁଲି ପରି ସତେ ଆଉ ଚୁଲୁବୁଲି
ଦେଖିବ ଏହି ଭାରତ ??

ଚଉବନ ବର୍ଷେ ଯଉବନ ଦେଖି
ବୁଢା ମାଗୁଥିଲେ ପାଣି
ସୁସ୍ଥ ଶରୀରରୁ ପ୍ରାଣ କାହିଁ ଗଲା?
କିଛି’ବି ହେଉନି ଜାଣି ॥
କୋଟିକୋଟି ପ୍ରଶଂସକ ଆଖି ନମ
ଅଦ୍ୱିତୀୟ ଅଭିନେତ୍ରୀ
କଳାର ଆକାଶେ ଉଜ୍ୱଳ ତାରକା
ଆତ୍ମାର ହେଉ ସଦଗତି ॥






ଇଂ ବିଦ୍ୟାଧର ପଣ୍ଡା, ଖ- ୧୭/୧୫, ପଞ୍ଚସଖା ନଗର, ଡୁମୁଡୁମା, ଖଣ୍ଡଗିରି, ମୋ-୯୪୩୯୧୨୮୦୫୦

Post a Comment

0 Comments