Information

ବିଶ୍ବ ମାତୃଭାଷା ଦିବସ - ସଦାନନ୍ଦ ସାହୁ

ମୋ ମାତୃ ଭାଷା ଭାରି ସୁମଧୁର
ସରାଗରେ ଶୁଣେ ମା' କଣ୍ଠସ୍ବର
ଶବଦମଞ୍ଜୁଳେ ଭାଷାର କୁହୁକେ
ମା' ମୋର ଡାକେ ଅତି ଶରଧାରେ
ଖାଇ ଦେରେ ଧନ ଅନ୍ନ କୁ ବ୍ୟଞ୍ଜନ
ଶାଗ ଖରଡିଚି ତୋ ପାଇଁ ପୁଣ !!
ହେ ତୁ ହେଲା ଦିନୁ ଶୁଣି ମୁଁ ଆସୁଛି
ଧେ! ଓ ରେ ବା ଇ ଆ ଗୀତି !!
ମାତୃ ଭାଷା ପ୍ରୀତି ମୋ ହୃଦୟ ରେ ଅଛି
ମୁଁ ଗୁଣ୍ଡୁଚି ମୂଷା ର କର୍ତବ୍ୟ କରୁଛି !!
ଭାଷା ମୋର ଆଶା ମୁଁ କହେ ମନ କଥା
କାହାମନେ ମୁଁ ଦେବି ନାହିଁ ବ୍ୟଥା !!
ଓଡ଼ିଆ ଭାଷାରେ ରାଜ କାର୍ଯ୍ୟ ହେଉ
ଭାଷା ଆନ୍ଦୋଲନେ ମନପ୍ରାଣ ଥାଉ !!
ଭାଷାବ୍ୟଭିଚାରୀ ଯାଉ ଅପସରି
କାନ୍ଦୁଚି ମୋ ମା " ଉତ୍କଳ ଜନନୀ !!
ସମୃଦ୍ଧ ମୋ ଭାଷା ସାହିତ୍ୟ ଆକାଶେ
କବି ବର ପୁତ୍ର ଉଜ୍ବଳ ନକ୍ଷେତ୍ରେ !!
ଭାଷା ପାଇଁ ମୋର ଯାଉ ଏ ଜୀବନ
ଲେଖନୀମୁନରେ ଦେଖିବି ସପନ !!
ହେଭାଷା ପ୍ରେମୀ ଉ ଠ ସର୍ବେ ଜାଗୀ
ଭାଷାର ସୁରକ୍ଷା କରିବା ତ ମିଶି !!
ମାଟିର ମହକ ଭାଷାର ସ ଅ କ
ଓଡ଼ିଆ ପୁଅ ର ସୁବର୍ଣ୍ଣ ର ଆଭୂଷଣ !!
ବିଶ୍ବମାତୃ ଭାଷା ଦିବସ କୁ ଆଜି
କରୁଛି ମୁଁ ମଥାପାତି ପ୍ରଣିପାତ
ଭାଷାପାଇଁ ବିଶ୍ବ ସରାଗେ ହସୁଚି
ଗଢି ଦେଇ ଭାବନା ର ସେତୁ ବନ୍ଧ !!






କାରା କର୍ମଚାରୀ, ସର୍କଲ ଜେଲ, କଟକ, ଚୋୖଦ୍ବାର

Post a Comment