ମାତୃ ଭାଷାର ସ୍ୱର - ପବିତ୍ର କୁମାର ନାୟକ

ମାତୃ ଭାଷାର ସ୍ୱର - ପବିତ୍ର କୁମାର ନାୟକ

ଭାଷା ପରିଧି ର ସୀମା ଡେଇଁ ଚାଲ
ପହଞ୍ଚାଇ ଦେବା ସୁଦୂରେ
ଆସ ଭାଇ ମୋର ଆସ ସହୋଦର
କାହିଁକି ବସିଛ ଅଧୀରେ !!

ଉଠାଅ କଲମ ଲେଖିଦିଅ ଥରେ
ଭୁଲି ଯାଅନାହିଁ ଅତୀତ
ଜନନୀ ଜଠରୁ ଜନମିଲା ପରେ
ପିଇ ଥିଲ ଯେଉଁ ଅମୃତ !!


ବୁଡି ଯାଅ ବନ୍ଧୁ ଶବ୍ଦ ପାରାବାରେ
ହଜି ଯାଅ ତା'ର କୋଳେ
ଉପମା ଊର୍ମିରେ ଛନ୍ଦିହୋଇ ତୁମେ
ଲୋଟୁ ଥାଅ ତା'ର କୂଳେ !!

ମାଡ଼ି ଆସୁଅଛି ସମସ୍ୟାର ସୁଅ
କାହିଁକି ସାଜିଛ ସୁପ୍ତ
ହୋଇ ଏକତ୍ରିତ ଉଠେଇବା ସ୍ୱର
ଯୋଜନା କରିବା ଲୁପ୍ତ !!






ପବିତ୍ର କୁମାର ନାୟକ, କେଲୁଆପଲ୍ଲୀ, ଗଞ୍ଜାମ

2 Comments

  1. ଲକ୍ଷ୍ମୀନାରାୟଣ ପଟ୍ଟନାୟକFebruary 23, 2018 at 7:59 PM

    Sundar kabita

    ReplyDelete
  2. ପବିତ୍ର କୁମାର ନାୟକFebruary 27, 2018 at 12:49 AM

    ଅଶେଷ ଅଶେଷ ସାଧୁବାଦ ଜଣାଉଛି ଆପଣଙ୍କୁ

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।