ଅଣୁଗଳ୍ପ - ଚିଠି - ନରେଶ କୁମାର ବେହେରା

ଅଣୁଗଳ୍ପ - ଚିଠି - ନରେଶ କୁମାର ବେହେରା

ନରେଶ କୁମାର ବେହେରା, ଗଞ୍ଜାମର କବିତାଘର
ମାର୍ଫତ୍ – ବସୁଧା କମ୍ପୁଟର, ଗୋଇଲୁଣ୍ଡି ମେନ ରୋଡ
ବ୍ରହ୍ମପୁର, ଗଞ୍ଜାମ, ଦୂରଭାଷ : ୭୮୦୯୮୭୨୪୮୩

ଏତେ ଦିନର ଅପେକ୍ଷା ପରେ ଆଜି ତା’ର ଚିଠିଟି ପାଇ ମୁଁ ବହୁତ ଖୁସି । ସତରେ ମୁଁ ବିଶ୍ଵାସ ବି କରିପାରୁନି ସେ ମୋତେ ଚିଠିଟିଏ ଦେଇଛି ! ଆଜିକୁ ପ୍ରାୟ ପନ୍ଦର ଦିନ ହେଲା ମୁଁ ତା’କୁ ଆମ ଛାତ ଉପରେ ଦେଖୁଛି; ସକାଳୁ, ସଞ୍ଜ, ଆଉ ବେଳେବେଳେ ରାତିରେ ବି ସେ ତା’ ଛାତ ଉପରେ ପ୍ରାୟ ଏକୁଟିଆ ଏପଟ ସେପଟ ହେଉଥାଏ, ହାତରେ ମୋବାଇଲଟିଏ ଧରି । କେତେବେଳେ କାହାସହ କଥା ହୁଏ ତ’ କେତେବେଳେ ଗୁମସୁମ, ବସୁଥାଏ, ଉଠୁଥାଏ, ମୋତେ ଚାହୁଁଥାଏ, ମୁଁ ବି ତାକୁ ଦେଖେ କିନ୍ତୁ ମୁଁ ବୁଝି ପାରେନି ତା’ର କିଛି ବି ଭାଷା ବା’ ଇଙ୍ଗିତ, ସ୍ମିତହାସ୍ୟ ଆଦି... । ମୋ ମନରେ କିନ୍ତୁ ଗୁଡାଏ ପ୍ରଶ୍ନ ଆସେ, ପୁଣି ହଜିଯାଏ । ଆଜିକିନ୍ତୁ ହଠାତ ସେ ଚିଠିଟିକୁ ଏମିତି ଫୋପାଡି ଚାଲିଗଲା, ଯେମିତି କିଛି ଗୋଟାଏ ମୁଖ୍ୟକଥା ସେ କହିବାକୁ ବା’ ପଚାରିବାକୁ ଚାହୁଁଛି ! ଆଉ ମୁଁ ବି ପୁରା ଉତ୍ସାହର ସହ ସେ ଚିଠିକୁ ଧରି ଚାରିଆଡେ ଦେଖି, ମୋ ରୁମକୁ ଚାଲି ଆସିଲି ଓ ପଢିବାରେ ଲାଗିଲି, “ତୁମେ କିଏ ମୁଁ ଜାଣେନା, ମୁଁ କିଏ ତୁମେ ଜାଣ କି ନା’ ମୁଁ ଜାଣେନା । ଯେହେତୁ, ତୁମର ଭାବଭଙ୍ଗୀ ମୋତେ ଭଲଲାଗିଲା, ତେଣୁ ଏ ଚିଠିଟି ଲେଖିଲି । କିଛି ଖରାପ ଭାବିବନି । ମୁଁ ବୁଝିପାରେନି ତୁମ ପୁଅମାନଙ୍କ ଏତେ ଆଳୁଦୋଷ କାହିଁକି ଥାଏ ? ଟିକେ ବି କାଣ୍ଡଜ୍ଞାନ ନାହିଁ ଯେ ଏକଲା ଝିଅଟି ଏତେ ସମୟଧରି ମୋବାଇଲରେ ଘଣ୍ଟା ଘଣ୍ଟା ଧରି କଥା ହେଉଛି, ତାହାର କିଏ ତ’ ବୟ-ଫ୍ରେଣ୍ଡ ଥିବ ! ନହେଲେ ଦିନରାତି ଛାତ ଉପରେ କାମଧନ୍ଦା ଛାଡି ବୁଲୁଛି, ଏତେ ଗୁଡାଏ କଲ ଆଟେଣ୍ଡ କରୁଛି, ଟିକେ ବି ପୁରସତ ମିଳୁନି... ଏ ସବୁ ତୁମେମାନେ କେବେ ବୁଝିବ ? ସବୁବେଳେ କିଛି କାମ-ଧନ୍ଦା ନଥିଲାଭଳି ଛାତ ଉପରେ ହଲୁଥିବ !! କିଛି ତ’ ସରମ କର !!” ...ବାପରେ ବାପ !!


2 Comments

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।