Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଭଙ୍ଗା ଇନ୍ଦ୍ରଧନୁ ଓ ଆମ୍ବଗଛ - ନରେଶ କୁମାର ବେହେରା

ଟିକେ ଟିକେ ବର୍ଷା ଛାଡ଼ିଛି । ବାହାରକୁ ଯିବା ପାଇଁ ଇଚ୍ଛା ହେଉନଥିଲେ ବି କୌଣସି କାରଣବଶତଃ ଯିବାକୁ ବାଧ୍ୟ ହୋଇ ବାହାରିଲି ମୋ ବାଇକରେ । କଅଂଳିଆ ଖରା ପଡ଼ୁଥାଏ । ଆକାଶଟା ପୂରାପୂରି ନିର୍ମଳ ନଥିଲେ ବି ସୂର୍ଯ୍ୟର ପ୍ରକାଶରେ ଟିକେ ସଫା ଦେଖାଯାଉଥାଏ । ବର୍ଷା ଛାଡ଼ିଥିବା ଯୋଗୁଁ ସାହିର ପିଲାମାନେ ଖେଳିବାପାଇଁ ପ୍ରସ୍ତୁତ ହେଉଥାନ୍ତି ରାସ୍ତା ମଝିରେ । ସେମାନଙ୍କୁ ଆଡେଇ ଟିକେ ଆଗକୁ ଯାଇଛି କି ନାହିଁ ଦେଖିଲି ସପ୍ତରଙ୍ଗି ସୁନ୍ଦର ଇନ୍ଦ୍ରଧନୁଟିଏ । ସତରେ ଖୁବ ସୁନ୍ଦର ଦେଖାଯାଉଥାଏ ସେ ଦିନର ଆକାଶଟି । ଦୀର୍ଘ ୧୦-୧୨ ବର୍ଷ ପରେ ବୋଧେ ଏତେ ସୁନ୍ଦର ଇନ୍ଦ୍ରଧନୁଟିଏ ଦେଖିଲି, ସେ ପୁଣି ସାମାନ୍ୟ ବଡ ଆକାରରେ । ଗାଡ଼ିକୁ ଟିକେ ପାଖେଇ, ଦେଖିବାରେ ବିବଶ ହୋଇଗଲି ମୁଁ କିଛି କ୍ଷଣପାଇଁ । ଦେଖୁ ଦେଖୁ ଆସ୍ତେ ଆସ୍ତେ ଭାଙ୍ଗି ଭାଙ୍ଗି ଗଲା ସେ । ଆଉ ମୁଁ ବାଇକ ଷ୍ଟାର୍ଟ କରି ତା’ ଆଗକୁ ଆଗକୁ ଯିବାକୁ ଲାଗିଲି... କହିବାକୁ ଗଲେ ସେପଟେ ହିଁ ମୋର ଯିବାର ଥିଲା କିନ୍ତୁ ମୋତେ ଏପରି ଲାଗୁଥାଏ ଯେପରି ସେ ମୋତେ ଦେଖି ଲୁଚି ଲୁଚି ଯାଉଛି । ମୋତେ ଏପରି ଲାଗିଲା ଯେପରି ସେ ମୋ ପାଇଁ ହିଁ ଆସିଥିଲା ଆଜି, କାରଣ କେହିଜଣକୁ ବି ତା’କୁ କି’ ଆକାଶକୁ ଚାହିଁ ରହିବାର ମୁଁ ଦେଖିବାକୁ ପାଇଲି ନାହିଁ । ସେ ଯାହା ହେଉ ମନଟା ମୋର ଖୁବ ହାଲ୍କା ହୋଇଗଲା ତାକୁ ଦେଖି ଏବଂ ମୁଁ କିଛି ବଜାର-କାମ ଶେଷ କରି ଘରକୁ ଫେରିଲି ।


ଆସିଲାପରେ ଇଚ୍ଛାହେଲା ଛାତ ଉପରକୁ ଯାଇ ଟିକେ ଆକାଶଆଡେ ଆଖିଟା ବୁଲେଇ ଆଣିବା ପାଇଁ । ଉପରକୁ ଯାଇ ଦେଖେତ, ଆକାଶଟା ପୁରା ନିର୍ମଳ । ଇନ୍ଦ୍ରଧନୁର ଟିକିଏ ବି ଛାୟା ପ୍ରତୀତ ହେଉନଥାଏ । ତା’ ସହ କିଛି ଅଧିକା ମୋତେ ଖାଲି ଖାଲି ଲାଗିଲା... ଦେଖିଲି ଏକ ବିରାଟ ଆମ୍ବ ଗଛଟିଏ ଉଭେଇଯାଇଛି । ଆରେ ଏ କ’ଣ? ହଠାତ୍ ଏପରି କିପରି ହେଲା? ସକାଳେ ତ ଥିଲା ଏଠି! ଅଚାନକ କୁଆଡ଼େ ଗାୟବ ହେଇଗଲା? ଛାତର କଡକୁ ଯାଇ ଦେଖେ ଆମ ପଡ଼ିଶାଘରର ଲୋକଟି ସେ ଗଛଟିକୁ ସଂପୂର୍ଣ୍ଣ ରୂପେ କାଟିଦେଇଛି । ମନକୁ ଭାରି କଷ୍ଟ ହେଲା । ଏତେ ସୁନ୍ଦର, ଏତେ ପୁରୁଣା ଆମ୍ବ ଗଛଟିକୁ କିପରି ବା’ ସେ କାଟିପାରିଲା? କିଛି ତ କାରଣ ନିଶ୍ଚୟ ଥିବ! ଦେଖିଲାବେଳକୁ ସେଠାରେ ସେ ଘରର ଫାଉନ୍ଡେଶନ କାମ ଆରମ୍ଭ କରିସାରିଛି । ସେଥିପାଇଁ ସେ ତା’ ଗଛଟିକୁ କାଟିବାକୁ ବାଧ୍ୟହୋଇଛି । ମୁଁ ନିସ୍ତବ୍ଧ ହୋଇ ଠିଆ ହୋଇଥାଏ ସେଠାରେ... ଯେପରି କାହାକୁ ଦାହକରି ଶ୍ମଶାନରେ ଜଗିଅଛି । ନିଜର ନଥିଲେ ବି ଖୁବ ଭଲ ପାଉଥାଏ ତା’କୁ... ଏଇ କିଛି ଦିନ ହେଲା ଦୁଇଟି ଶୁଆ ଆସି ସେଠାରେ ଖେଳୁଥିବାର ଦେଖିଥିଲି... ଚୈତ୍ର ବୈଶାଖରେ ଝୁଳୁଥିବା ଆମ୍ବଗୁଡାକ ଖୁବ ସୁନ୍ଦର ଦିଶନ୍ତି... କାଉ, କୋଇଲି, ମାଙ୍କଡ଼ ଇତ୍ୟାଦି ଆସି ସେଠାରେ ଉପଦ୍ରବ କରନ୍ତି ଓ ମୁଁ ସେମାନଙ୍କ ମଜା ନେଉଥାଏ... ଆଉ ସେ ସବୁ ହେବନାହିଁ ।


(ସହରର ବଢୁଥିବା ଜନସଂଖ୍ୟା ଓ ପରିବାରର ବଢୁଥିବା ବିଭାଜନ ଏମିତି ପ୍ରକୃତିର ସବୁକିଛି କାଟି ନଷ୍ଟକରିଦେବେ... ଶେଷରେ ଚାରିଆଡ଼େ କେବଳ ଦେଖିବାକୁ ମିଳିବ କଂକ୍ରିଟର ମୀନାର ଓ ପ୍ରାଚୀର ସବୁ... ନଥିବ ଆଉ ସେ ଆମ୍ବଗଛ ଅବା ଦୃଶ୍ୟହେବ ସେ ଭଙ୍ଗା ଇନ୍ଦ୍ରଧନୁ ॥)

Post a Comment

13 Comments

  1. ଖୁବ ସୁନ୍ଦର ଓ ଶିକ୍ଷଣୀୟ ସୃଷ୍ଟିଟିଏ ଆପଣଙ୍କ ନିଆରା ଅନୁଭୁତିରୁ ।

    ReplyDelete
  2. Amiya Charubala Dash1/29/2018

    The bitter reality of today's self-centred persona. Every body can lecture about protecting our nature but nobody wants to do it.

    ReplyDelete
  3. kalpalata Mahapatra1/29/2018

    Bahut sundar ,experience thought is very exlent

    ReplyDelete
  4. Suman nayak1/29/2018

    ଲୋକ.. ହା..ହା...ହା..ଲୋକ କହିଲେ ଆଜି ହସ ହି ଲାଗେ..ବଡ ଅଜବ୍ ପ୍ରକାର ଲୋକ ସାର୍..ସେଇ ଲୋକ ଜୋ ନିଜକୁ ବରିଷ୍ଟ ନେତା ବୋଲି କହୁଛନ୍ତି ..ସେଇ ଲୋକ ହଜାର୍ ହଜାର୍ ଲୋକ ଆଗରେ ଷ୍ଟେଜ୍ ରେ ବ୍ରୁଖ୍ଯ ରୋପଣ ର ବଡ ବଡ ଭାଷଣ ଦିଅନ୍ତି..ସେ ଲୋକ ତା ନିଜର ପେଲେସ୍ ତିଆରି ପାଇଁ 10000 20000 ସ୍କୋଆର୍ ପୁଟ୍ ରେ ନିଜର ଘର କରୁଚି ସେ ଜାଗା ରେ ପୁଣି ଅସଂଖ୍ଯ ବ୍ରୁଖ୍ଯ ର ବିନାସ୍ ...
    ............ଲୋକ...ସଵୁଠାରୁ ବଡ ଯୋକ୍

    ReplyDelete
  5. Very nice story reflecting the present destruction of nature which necessary for the existence of human beings .

    Thanks for the nice presentation .

    ReplyDelete
  6. Sangita Panda1/30/2018

    ନିଛକ ସତ୍ୟ..... ......

    ReplyDelete
  7. ଭଲ କଥାଟିଏ କହିଲ ସୁମନ | ବହୁତ ଧନ୍ୟବାଦ |

    ReplyDelete
  8. ଧନ୍ୟବାଦ ସଂଗୀତା ମାଡାମ୍ |

    ReplyDelete
  9. Thanks Sipra for reading and liking my short story.

    ReplyDelete
  10. Yes! The very true fact. Instead they never ever tried to campaign for this also. Its the bitter truth. Thanks for commenting !!

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।