Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଭିନ୍ନ ମଲ୍ଲୀର ମାନ - ଅଧ୍ୟାପିକା ସସ୍ମିତା ମିଶ୍ର

ଅଧ୍ୟାପିକା ସସ୍ମିତା ମିଶ୍ର
ମହାନଦୀବିହାର ମହିଳା ମହାବିଦ୍ୟାଳୟ, କଟକ
ଦୂରଭାଷ : ୯୦୭୮୫୭୯୬୧୨

ଆକାଶ ମଲ୍ଲୀ ମୁଁ ଯେ ଆକାଶେ ଥିଵି ଫୁଟି
ସୁବାସ ନଭେ ଚରି ପବନେ ମିଶିବଟି
ଯେବେ ଝରିଵି ଭୁଇଁ ଛୁଇଁବ ମୋର କାୟା
ବାସ ହଜାଇ ଥିଵା ଶୁଖିଲା ଫୁଲ ନାଁ ॥୧॥

ଦିଅଁ ଦେବତା ଶିରେ ପାଇଲି ନାହିଁ ଶୋଭା
ପ୍ରେମିକ ନ କହିଲା ଗଜରା ମନ ଲୋଭା
କା ଘର ଫୁଲଦାନୀ ମୋତେ ଭରିଲା ନାହିଁ
ସପନ ଯେତେ ସବୁ ପବନେ ଗଲା ବହି ॥୨॥


ମୁଁ ଯେ ଭୁଇଁରେ ଫୁଟେ ସୁଦୂର ବନସ୍ତରେ
ବାସ ପହଞ୍ଚେ ନାହିଁ କେବେ ମନୁଷ୍ୟ ଠାରେ
ଇତର ପ୍ରାଣୀଙ୍କର ଏଠାରେ ଯାତାୟାତ
ଜାଣନ୍ତି ନାହିଁ ପୂଜା ପ୍ରେମ ତ ପାରିଜାତ ॥୩॥

ଅନାଇ ବସିଥାଏ ରାଜକୁମାର ପଥ
ବାସ ବାରି ବରଣ ହେବ କି ମୋ ନିକଟ
ଚୟନ କରି ନେବ ଚନ୍ଦ୍ରବଦନୀ ପାଇଁ
ଗୌରମୁଖୀ ଗଭାରେ ଖୋସି ଦେବକି ନେଇ ॥୪॥


ରମଣ ସମୟରେ ରଙ୍ଗ ଅଧରେ ତା'ର
ପ୍ରଣୟେ ପ୍ରଶଂସିବ ମୋ ବାସ ପ୍ରିୟ ତାର
ଅରଣ୍ୟ ଅରିତ୍ୟଯି ଆଦେଶେ ଯାଇ ମୁହିଁ
ନଅରେ ନବବିଭା ଦେଖାନ୍ତି ଚମକାଇ ॥୫॥

ସପନ ସଜାଇ ଥାଏ ନିତିଦିନ ହେ ସହି
ବଣର ମଲ୍ଲୀ ମୁଁ ଯେ ବଣରେ ଯାଏ ରହି
ସୁଗନ୍ଧ ସୁଦୂର ଏ ସବୁଜିମା ରେ ହଜି
ମହତ ହରାଇଛି ମହକ ଯାହା ଅଛି ॥୬॥


ଵେନି ଜନେ ଗୋ ସଙ୍ଗୀ ପଡିଛି ସମଦଶା
ତୁ ଯାହା ଆକାଶରେ ବଣରେ ମୋର ବାସ
ଖେଦ କରିଲେ ଖୁଦ ମିଳିବ ନାହିଁ ଜାଣ
ହୃଦ ଭେଦକୁ ହୃଦଵିହାରୀଙ୍କୁ ବଖାଣ ॥୭॥

ସୁମନ କର ସ।ଇଁ ନାହିଁ ତ ଅଭିମାନ
ନଭେ କାନନେ ପ୍ରଭୁ ନ ଦିଅ ଆଉ ଥାନ
ଯେ ମଲ୍ଲୀ ତୋ'ରେ ଦେଇ ରାଧା ତୋଷଇ ମନ
ସେ ମଲ୍ଲୀ କରିଦିଅ ଫେଡାଇ ଆମ ମାନ ॥୮॥


ଗଭାରେ ଗୁନ୍ଥା ହେବୁ ଅଵା ଗୌରୀ ଶିରେ ଶୋଭିବୁ
ଆଘ୍ରାଣେ ଆନନ୍ଦିତ ଜନ ମନ କରିବୁ
ସେବାରେ ସମର୍ପିବୁ ଜୀବନ ଆମ ଯେବେ
ଶାନ୍ତି ଲଭିବୁ ଦୁଃଖ ସମନ ହେଵ ତେବେ ॥୯॥

(ବଣମଲ୍ଲୀ ଉଦ୍ଦେଶ୍ୟରେ ସ୍ଵତନ୍ତ୍ର କବିତା)

Post a Comment

0 Comments