Information

ପରଜାପତି - ଶୁଭକାନ୍ତ ସାହୁ

ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ, ପୋଲସରା, ଗଂଜାମ
ଦୂରଭାଷ : ୯୦୪୦୩୨୦୧୮୬

ପରଜାପତି ତରକା ଅତି
ତର ତର କିଆଁ ହେଉ ?
ଶୀତ ସକାଳ କାକର ବେଳ
କୁଆଡେ କିଆଁ ନ ଯାଉ ??

ଶୀତ କି ତତେ ହେଉଛି ଭାରି
ପାରୁନୁ ତୁହି ଉଡ଼ି ?
କି ଶୁଭ ବେଳେ ଆଜି ସକାଳେ
ମୋ ହାତେ ଗଲୁ ପଡ଼ି ॥


ଏଇତ ମୋର ଜଗାକାଳିଆ
ଯିଏଟି ତୋର ପ୍ରିୟ,
ବାନ୍ଧିକି ତତେ ରଖିବି କିଆଁ
ତା'ପାଖେ ତୁହି ଥାଅ ॥

ଫୁଲରୁ ଫୁଲ ଉଡ଼ିଲେ ତୁହି
ଭାବି ବସଇ ମୁଁହି,
ଟିକି ଫୂଲଟେ ହୋଇଥିଲେ ମୁଁ
ଖଳନ୍ତି ତୋତେ ନେଇ ॥


ଫୁଲଟେ ସିନା ହୋଇ ନାହିଁ ମୁଁ
ମନ ମୋ ଫୁଲ ପ୍ରାୟ,
ଆଜି ଠାରୁ ତୁୁ ମୋ ସାଙ୍ଗରେ
ଖେଳିବୁୁ କି ନା କହ ॥

ତୁ ମତେ ଭଲ ପାଅ ନ ପାଅ
ଆସୁଥା ପ୍ରତିଦିନ,
ଭଲ ମୁଁ ତୋତେ ପାଉଥିବିରେ
ଥିବା ଯାଏଁ ଏ ଜୀବନ ॥

Post a Comment