Information

ଜୀବନ ମୃତ୍ୟୁ - ବରଦା ପ୍ରସାଦ ରଥ

ବରଦା ପ୍ରସାଦ ରଥ, ରାୟଗଡା

ପ୍ରଥମରୁ କହିଥିଲି.........
ତୁମେ ମୋର ସବୁଠାରୁ ଭଲ
ଜାଣେ, କେବେ ହେବନି.........
ମୋ ପାଇଁ ତୁମେ କାଶତଣ୍ଡି ଫୁଲ !
ପଚାରିଲ ପ୍ରଶ୍ନ ....?
ଦିନେ କଣ ଅଛି ତୁମ ମନରେ ଆବେଗ... ।
ଇଚ୍ଛା ନଥିଲେ ବି କହିବାକୁ ବାଧ୍ୟ ହେଲି,
ସମୟ ଦେଲା ମୋତେ ସୁବର୍ଣ୍ଣ ସୁଯୋଗ ।
ବାଧ୍ୟ ମୋତେ କରିଥିଲା ବିଧି,
କିନ୍ତୁ, କିଛି ସମୟପରେ......
ଦେଲା ସତ୍ୟର ସମାଧି ।
ଜୀବନଟା ସମର୍ପଣ କରିହୁଏ.....
ତାହାକୁ... ଯିଏ ବୁଝିଥାଏ ଜୀବନର ମୂଲ୍ୟ
ଏହା ଥିଲା, ହୃଦୟର ଦିବ୍ୟ ଆକର୍ଷଣ
ଭୁଲ ବୁଝିବନି କେବେ,
ଥିବାଯାଏ ମୋର ମୃତ୍ୟୁର ନିମନ୍ତ୍ରଣ ।

Post a Comment