Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆତ୍ମିକ ପ୍ରଶ୍ନ - ବରଦା ପ୍ରସାଦ ରଥ

ବରଦା ପ୍ରସାଦ ରଥ, ରାୟଗଡା

ମନରେ ପ୍ରଶ୍ନ ଆସେ
କାହିଁକି କରୁଛି ଛୋଟ ଛୋଟ ଭୁଲ
ବାରମ୍ବାର ଅନ୍ତରାତ୍ମା ନିରୁତ୍ତର ହୁଏ
ମିଳେନାହିଁ ପ୍ରଶ୍ନର ଉତ୍ତର
ମୁଁ.. ତୋ ଭିତରେ ଅଛି,
ଯାହା କହୁଛି.. ତାହାହିଁ କରୁଛୁ
ତୋର ନିଜର ସତ୍ତା ନାହିଁ
ଅବାଧ୍ୟ, ନିର୍ବୋଧ ମାନେ ବୁଝନ୍ତିନି,
ତୋର ଭଲପାଇବା ଓ ଆନ୍ତରିକତାର ମୂଲ୍ୟ..
କ୍ଷଣିକ ପାଇଁ ଆସନ୍ତି ତୋର ମାନସ ପଟରେ,
କିନ୍ତୁ, କିଛି ସମୟ ପରେ ଅନ୍ତର୍ଦ୍ଧାନ ହୁଅନ୍ତି..
ଧରେଇ ଦିଅନ୍ତି ଅବିଶ୍ଵାସର ଫୁଲ,
ଯାହା ପାଇଁ କରୁଛୁ ତୁ ଭଲ,
ନୁହନ୍ତି ସେ କେବେ ତୋ ପାଇଁ ଭଲ,
ତୋ ପ୍ରଶ୍ନର ଉତ୍ତର..
ତୁ ହିଁ ପାଇବୁ..
ଯେଉଁଦିନ ମିଳିବ ତୋତେ
ପୁରସ୍କାର ମଶାଣୀରେ ଫୁଲ

Post a Comment

0 Comments