Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ସମ୍ପର୍କ ହୃଦୟର

ବିକେଶ କୁମାର ସାହୁ
ଭୁଷଲାଡ଼,ସିନ୍ଧେକେଲା,ବଲାଙ୍ଗୀର
ଦୂରଭାଷ-୭୭୫୨୦୬୬୨୧୭
ରବିବାର ଦିନଟା ବୋଧହୁଏ ସବୁ ସରକାରୀ ଚାକିରିଆ ବାବୁ ମାନଙ୍କ ପାଇଁ ଗୋଟେ ଖୁସିର ଦିନ ।କାହିଁକିନା ସବୁଦିନ ସେଇ ଗୋଟିଏ ଅଫିସ ର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇ କିଏ କଳାପଟା ଆଉ ଚକ ସାଥିରେ ତ କିଏ କଲମ ଆଉ ରେଜିଷ୍ଟର ସାଥିରେ ଆଉ କିଏ କଂପ୍ୟୁଟର ଓ ମାଉସ ସାଥିରେ ପ୍ରେମ ପୀରତିରେ ମାତିରହି ପୁରା ବୋର ହୋଇଯାଇଥାନ୍ତି ।ଯୋଉଠି ପାଇଁ ଆମ ଘରଣୀ ରାଣୀଟା ପାଖରୁ ନୀତି ଶୁଣିବାକୁ ପଡେ ଦୁଇଚାରିତା କଡା ମସଲା ଲଗା ଡାଇଲକ ତା ପୁଣି ସକାଳ ଆଉ ସଂଜରେ ସତେକି ମେଡ଼ିସିନ ଡୋଜ ପରି ।ସତେକି ଚାକିରୀଟା ତାଙ୍କ ପାଇଁ ସାଉତୁଣୀ ।ହେଲେ କଣ ଆଉ କରିବା କାମଟା ତ ସେମିତି ।ଆଖି ବୁଜି ସହିଯିବାକୁ ହୁଏ ସବୁ କିଛି କୁ ।ଯେଉଁଥିରୁ ଶ୍ୟାମସୁନ୍ଦର ବାବୁ ବା ବାଦ ପଡନ୍ତେ କେମିତି ।

           ଶ୍ୟାମସୁନ୍ଦର ବାବୁ ଙ୍କୁ ସହରଟା ସାରା କିଏବା ନ ଜାଣେ ।ଶାନ୍ତିଲତା ମହାବିଦ୍ୟାଳୟର ବିଜ୍ଞାନ ବିଭାଗିୟ ଅଧ୍ୟାପକ ।ଜଣେ ବିଜ୍ଞାନ ଅଧ୍ୟାପକ ହେଲେ ମଧ୍ୟ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ରହିଥିଲା ।ଜଣେ ବିଶିଷ୍ଟ ଗଳ୍ପୀକ ଭାବରେ ପରିଚୟ ଦିଏ ତାଙ୍କ ଲିଖିତ ପଚାଷରୁ ଉର୍ଦ୍ଧ୍ବ ଗଳ୍ପ ଓ "ଫେଣ୍ଟାଫେଣ୍ଟି ଜୀବନ" ଗଳ୍ପ ସଂକଳନ ।ଯେତେବେଳେ ବି ସମୟ ମିଳେ କାଗଜ କଲମ ଧରି ବସିଯାନ୍ତି ତାଙ୍କ ଘର ଉପର ଛାତ ଉପରେ ।

         ସେମିତି ଏକ ରବିବାର ଦିନର କଥା ।ଶ୍ୟାମସୁନ୍ଦର ବାବୁ ନିଜ କାଠ ଆଲମିରା ସଫା କରୁଥିବା ସମୟରେ ତାଙ୍କ କଲେଜ ଜୀବନର କେତେ ଗୁଡିଏ ବହି କାଢୁ କାଢୁ ହଟାତ ତାଙ୍କ ନଜର ପଡିଗଲା ତାଙ୍କ ହାତ ଲେଖା ଡାଏରି ଉପରେ ।ଡାଏରି ତାକୁ କାଢି ବସି ଗଲେ କାଠ ଚୌକି ଉପରେ । ଡାଏରି ଟା ଉପରେ ନଜର ବୁଲାଉ ଥିବା ବେଳେ ତାଙ୍କ ଆଖିରେ ପଡିଗଲା ସାଇତି ହୋଇ ରଖା ହୋଇଥିବା ଗୋଟେ ଧଳା କାଗଜ ଉପରେ ଯେଉଁଠି ଲେଖା ହୋଇଥିଲା  -

ପ୍ରିୟର ଋଷିକା ,ମୁଁ ବ୍ରାହ୍ମଣ ଘରେ ଜନ୍ମ ସତ ।ଯେଉଁଠି ପାଇଁ ମୋ ଘର ଲୋକ ତୁମପରି ଗୋଟେ ନିଚ ଜାତିର ଝିଅ ସହ କେବେ ହେଲେ ବିବାହ ପାଇଁ ସ୍ୱୀକୃତି ଦେବେ ନାହିଁ କିନ୍ତୁ ପ୍ରେମ ଏସବୁ ରେ ବିଶ୍ୱାସ କରେ ନି।କାହିଁକି ନା

"ବିଜ୍ଞାନ ର ଭାଷା ରେ ହୃଦୟ ଅର୍ଥାତ ହାର୍ଟ ହେଉଛି ମଣିଷ ର  blood pumping system, ଯେଉଁଠୁ ସାରା ଶରୀର କୁ ରକ୍ତ ସଞ୍ଚାଳନ ହୁଏ। କିନ୍ତୁ କଳା ର ମତ ରେ ହୃଦୟ ହେଉଛି ସେଇ ସ୍ଥାନ ଯେଉଁଠି ମଣିଷ ନିଜ ଖୁସି, ଦୁଃଖ, ପ୍ରେମ, ଭଲ ପାଇବା, ସ୍ନେହ, ଦୟା, କ୍ଷମା ସବୁ ଅନୁଭବ କରି ପାରେ। ଆଉ ଗୋଟିଏ ବିନା ଆରଟି ଅସମ୍ପୂର୍ଣ୍ଣ।

ତେଣୁ ମୁଁ ବିଜ୍ଞାନ ର ଛାତ୍ର ହେଲେ ବି ତୁମପରି ଜଣେ କଳା ର ଛାତ୍ରୀ କୁ ଭଲପାଏ, ଆମ ଜୀବନ କୁ ପରିପୂର୍ଣତା ରେ ଭରିଦେବା ପାଇଁ" । ଏ ସମାଜ ଆଖିରେ ଜାତି ଭେଦ ରହିଥାଇ ପାରେ ହେଲେ ମୁଁ ତୁମକୁ ହୃଦୟରୁ ଭଲ ପାଏ ।ଆଉ ପାଉଥିବି ମଧ୍ୟ ।ତୁମ ପ୍ରତିଉତ୍ତରର  ଅପେକ୍ଷାରେ ।

                            ତୁମ ଶ୍ୟାମ



      ଚିଠି ଟି ପଢି ସାରି ଶ୍ୟାମ ବାବୁ ଗୋଟେ ଦୀର୍ଘ ନିଶ୍ଵାସ ଛାଡିଲେ ।ସେତିକି ବେଳେ ମନେ ପଡି ଯାଉଥାଏ ତାଙ୍କ ଜୀବନର ସେଇ ଅଭୁଲା ସ୍ମୃତି ଟିଏ ।ମନ ଆକାଶରେ ସ୍ମୃତିର ମେଘ ସାଜି ଝିପି ଝିପି ବର୍ଷା ଆରମ୍ଭ କରିଦେଇଛି ସେଇ ଅଭୁଲା ଅତୀତ ।

           ସେଦିନ ରାତିରେ କେତେ ଯତ୍ନରେ ସେ ଲେଖିଥିଲେ ସେଇ ଚିଠି ।ଆସନ୍ତା କାଲି କଲେଜ ଜୀବନର ଶେଷ ଦିନ ।ମନରେ ଦୃଢ଼ ଆଶା ବାନ୍ଧି ଯେମିତି ହେଲେ ଋଷିକା କୁ ସେଇ ଚିଠିଟା ଦେବା ପାଇଁ ମନରେ ପ୍ରତିଜ୍ଞା କରି ସାରିଥିଲେ ।ରାତି ସାରା ଛଟପଟ ହୋଇ ବିତି ଯାଇଛି ଆଗାମୀ ସକାଳର ଅପେକ୍ଷାରେ ।ସକାଳ ହୋଇଛି ।ଶୀଘ୍ର ବିଛଣା ଛାଡି ନିତ୍ୟକର୍ମ ସାରି ବାହାରି ଯାଇଛନ୍ତି କଲେଜ ଆଡକୁ । ମନରେ ଅନେକ ଅବାନ୍ତର ପ୍ରଶ୍ନ ।ଗୋଟି ଗୋଟି କରି ସମସ୍ତେ କଲେଜ କୁ ପହଂଚି ସାରି ଥାନ୍ତି ହେଲେ ଋଷିକାର ଏ ଯାଏ ଦେଖା ନାହିଁ ।ଏ ପଟେ ଶ୍ୟାମ ବ୍ୟସ୍ତ ହୋଇ ପଡୁଥାନ୍ତି ।ଶେଷକୁ ଆପେକ୍ଷାର ଚରମ ସୀମା ଲଙ୍ଘନ କରି ସାରିଥାଏ ସମୟ ।ସେ ସଂଗେ ସଂଗେ ବାହାରି ପଡିଲେ ଋଷିକାର ଘର ଆଡ଼କୁ ।ଶେଷକୁ ପହଁଚି ଯାଇ ଦେଖିଛନ୍ତି ଘର ତାଲା ପଡିଛି ।ପଡିଶା ଘର କୁ ପଚରାଇ ଜାଣିବାକୁ ପାଇଲେ ସେ କୁଆଡେ ସହର ଛାଡି ଚାଲି ଯାଇଛନ୍ତି ନିଜ ଗାଁକୁ ।ଯେଉଁଥିରେ ତା ବହାଘର ଠିକ ହୋଇ ସାରିଛି ତା ମାମୁ ପୁଅ ନିଶିକାନ୍ତ ସହିତ । ଶେଷକୁ ଫେରି ଆସିଛନ୍ତି ଶ୍ୟାମ ନିଜ ଘରକୁ ଅଧାଗଢ଼ା ସ୍ୱପ୍ନ କୁ ନେଇ ।ଏମିତି ଭାବୁ ଭାବୁ ଝରି ଯାଉଥାଏ ତାଙ୍କ ଆଖିରୁ ଦୁଇଧାର ଲୁହ ..........ଆଜିବି ସେ ଭୁଲି ନାହାନ୍ତି ଋଷିକା କୁ....ସେଇ ଦିନଠୁ ଆଜକୁ ପନ୍ଦର ବର୍ଷ ବିତିଯାଇଛି ହେଲେ ଋଷିକର କିଛି ଖୋଜ ଖବର ତାଙ୍କୁ ଆଉ ମିଳିନି ।ସେ ମଧ୍ୟ ଜୀବନର ବ୍ୟସ୍ତତା ଭିତରେ କୋଉଠି ସମୟ ପାଇଛନ୍ତି ଯେ ତାର ଖୋଜ ଖବର ନେବେ ।

   ଚିଠିଟା ପାଇବା ପରଠୁ ଶ୍ୟାମ ବାବୁ ଙ୍କ ହାବ ଭାବ,ଚାଲି ଚଳଣି ସବୁ କିଛି ଯେପରି ବଦଳିଲା ପରି ଜଣା ପଡୁଥାଏ ।ସେ ଆଗ ଅପେକ୍ଷା ଟିକିଏ ବେଶୀ ଚିନ୍ତା ଶୀଳ ଜଣାପଡୁଥିଲେ ।ଯେତେବେଳେ ବି ସମୟ ମିଳେ ଛାତ ଉପରେ ବସି ସେଇ ଚିଠି ତାକୁ ଓଲଟାଇବାରେ ବିତେଇ ଦିଅନ୍ତି ।ସତେକି ବାଉଁଶ ତଳର ନିଆଁ ସାଜି ସେଇ ପୁରୁଣା ଅତୀତ ସ୍ମୃତି ଛାତିଟା କୁ ଜଳିବାରେ ଲାଗିଛି ।

        ସେମିତି ଗୋଟିଏ ଦିନର କଥା ସବୁଦିନ ପରି ସକାଳୁ ସକାଳୁ ଶ୍ୟାମ ବାବୁ ଖବର କାଗଜ ଉଲଟାଉଥାନ୍ତି ।ସେତିକି ବେଳେ ବାହାରୁ ଡାକ ଶୁଭିଛି...।


ଶ୍ୟାମବାବୁ...ଶ୍ୟାମବାବୁ...ଶ୍ୟାମବାବୁ....।

ଆବାଜ ଶୁଣି ଶ୍ୟାମବାବୁ ତରତର ହୋଇ ଖବର କାଗଜ ଟା କୁ ଟେବୁଲ ଉପରେ ରଖିଦେଇ ଗେଟ ପାଖକୁ ଯାଇଛନ୍ତି ।




            ଶ୍ୟାମ ବାବୁ ଙ୍କୁ ଦେଖି ଡାକବାଲା ନମସ୍କାର ଜଣେଇ । ଚିଠି ଟିଏ ଦେଇ ଦସ୍ତଖତ କରିବାକୁ କହି ଚାଲିଗଲା ।

  ଶ୍ୟାମବାବୁ ଟିକିଏ ଆଚମ୍ବିତ ହୋଇ ଚିଠି ଟାକୁ ଦେଖିଲେ ।ଯାହା ସଂଗ୍ରାମପୁର ଗାଁର ପ୍ରଧାନ ଶିକ୍ଷକ ରାଜକିଶୋର ସାହାଣି ଙ୍କ ଠାରୁ ଆସିଛି । ଆସି ଚୌକିରେ ବସି ସିଲଟା ଖୋଲି ଚିଠି ଉପରେ ନଜର ପକେଇଲେ ।ଆଉ ଜାଣିବାକୁ ପାଇଲେ ସଂଗ୍ରାମପୁର ବିଦ୍ୟାଳୟର ରୋୖପ୍ୟଜୟନ୍ତି ଉପଲକ୍ଷେ ତାଙ୍କୁ ପ୍ରଥମ ସନ୍ଧ୍ୟାର ମୁଖ୍ୟ ବକ୍ତା ଭାବରେ ନିମନ୍ତ୍ରଣ କରାଯାଇଛି । ଚିଠିଟା ପଢ଼ିସାରି ସେ ଗୋଟେ ଦୀର୍ଘ ନିଶ୍ଵାସ ମାରି ଘର ଭିତରକୁ ଚାଲିଗଲେ ।


               ସେମିତି କେତେଦିନ ବିତିଯାଇଛି ।ସେଥି ମଧ୍ୟରେ ସେ ବକ୍ତବ୍ୟ ପାଇଁ ଭଲ ପ୍ରସ୍ତୁତି କରିସାରିଥାନ୍ତି ।ଶେଷକୁ ସେଇ ଦିନ ଆସି ପହଞ୍ଚି ଗଲା । ସକାଳୁ ସକାଳୁ ଉଠିପଡ଼ି ନିତ୍ୟକର୍ମ ସାରି ବାହାରି ପଡିଲେ ତାଙ୍କ ସବୁ ଦିନିଆ କଲା ହାତବ୍ୟାଗ  ଟା ଧରି ସିଟିବସ ଷ୍ଟାଣ୍ଡ ଆଡକୁ ।ଟିକେଟ କାଉଣ୍ଟର ରେ ସଂଗ୍ରାମ ପୁର ପାଇଁ ଗୋଟିଏ ରେଜଭରେସନ ସିଟ ବୁକ କରି ଯାଇ ବସି ପଡିଲେ ବସ ଉପରେ ।ସମୟ ସାତଟା  ପାଖାପାଖି ବସ ଟା ଯାତ୍ରୀଙ୍କ ଦ୍ୱାରା ଭର୍ତ୍ତି ହୋଇ ସାରିଥାଏ ଆଉ ବସ ଟା ବି ସଂଗ୍ରାମପୁର ଆଡକୁ ଧୀରେ ଧୀରେ ଅତିକ୍ରମ କରିବା ଆରମ୍ଭ କରିଦେଇଥାଏ ।ଶ୍ୟାମ ବାବୁ ବସ ଝରକା ଦେଇ ପ୍ରକୃତିର ଅପରୂପ ସୌନ୍ଦଯ୍ୟକୁ ଉପଭୋଗ କରୁଥାନ୍ତି ।ଏତିକି ବେଳେ ଗୋଟେ ଚିହ୍ନା ସ୍ୱର..

"ଆରେ ଶ୍ୟାମ ତୁ???"

ଶ୍ୟାମ ବାବୁ ଆଶ୍ଚର୍ଯ୍ୟ  ହୋଇ ଏଆଡେ ସେଆଡେ ଚାହିଁଲେ। ତା ପରେ ସେ ଦେଖିଲେ ସେ ସ୍ୱର ହେଉଛି ବିଷ୍ଣୁର ।କିଛି ବ୍ୟକ୍ତିଗତ କାମରେ ସହର ଆସିଥିଲେ । ଆଉ ସେ ହେଉଛନ୍ତି ତାଙ୍କ କଲେଜ ବେଳର ସାଙ୍ଗ ।ଆଉ ତାଙ୍କ ଗାଁଆ ହେଉଛି ସଂଗ୍ରାମପୁର ।ଯେଉଁଠି ଋଷିକାର ମାମୁଁ ଘର ।

    ବିଷ୍ଣୁଙ୍କୁ ଭେଟି ଶ୍ୟାମ ବାବୁ ଖୁସି ହୋଇଗଲେ ।ଦୁହେଁ ଦୁଃଖ ସୁଖ କଥାବାର୍ତ୍ତା ହେଉ ହେଉ ସଂଗ୍ରାମପୁର ବସଟା ସଂଗ୍ରାମପୁର ପହଞ୍ଚିସାରିଥାଏ ।ଦୁହେଁ ବସରୁ ଓହ୍ଲେଇପଡିଲେ ।ବିଷ୍ଣୁ ବାଧ୍ୟକରି ଶ୍ୟାମ ବାବୁଙ୍କୁ ନିଜ ଘରକୁ ନେଇଗଲେ। ତାଙ୍କ ଶ୍ରୀମତି ସୁଶିଳା ଙ୍କୁ ଶ୍ୟାମ ବାବୁ ଙ୍କ ପାଇଁ ଚା' ଟିଏ ବରାଦ ଦେଇ ଶୋଇବା ଘର ଆଲମିରା ଭିତରୁ ଖଣ୍ଡେ ହାତଲେଖା ଚିଠି କାଢ଼ି ଆଣିଲେ ଯାହା ସାଧାରଣ ଭାବେ ବହୁତ ପୁରୁଣା ଜଣା ପଡୁଥାଏ।ଟିକିଏ ଝଡାଝଡି କରିଦେଇ ଶ୍ୟାମ ବାବୁ ଙ୍କ ହାତକୁ ବଢ଼େଇ ଦେଇ ଋଷିକା ବିଷୟରେ ସବୁକିଛି କହିଦେଲେ।


    ସେଦିନ ଋଷିକା କୁ ତା ବାପା ବାଧ୍ୟକରି ନିଶିକାନ୍ତ ସହ ବିବାହ କରିଦେବା ପାଇଁ ଜୋର ଜବରଦସ୍ତି କରିଥିଲେ ।କିନ୍ତୁ ସେ ସେଇ ବିବାହ ପାଇଁ ମନା ବି କରିଦେଇ ଥିଲା । କିନ୍ତୁ ବାପା ଖୁବ ଜିଦିଆ କେମିତି ବା ତାଙ୍କୁ ଜଣେଇବ ଏମିତି ଦ୍ୱନ୍ଦ ଭିତରେ ସେ କାହାକୁ କିଛି ନ ଜଣାଇ ବିବାହ ପୂର୍ବରୁ ଘର ଛାଡ଼ି ତୁମକୁ ଭେଟିବାକୁ ତୁମ ପାଖକୁ ଯାଇଥିଲା ହେଲେ ତୁମେ ସହର କୁ ଚାଲି ଯାଇଥିଲ ।ଆଉ ସେତିକି ବେଳେ ସେ ମୋତେ ଏଇ ଚିଠିଟି ଦେବାକୁ କହିଥିଲା ହେଲେ ମୁଁ ତୁମକୁ ବହୁତ ଖୋଜିଲି ହେଲେ ପାଇଲି ନି । ଆଉ ଏ ପଟେ ଘର କାମ ସହ ପରିବାର ର ବୋଝରେ ମୁଁ ବି ସେ ସବୁ ଭୁଲି ସାରିଥିଲି ହେଲେ ଭଗବାନ କୃପାରୁ ଆଜି ତୁମ ସହ ମୋର ଦେଖା ହୋଇଗଲା । କିନ୍ତୁ ସେଇ ଦିନରୁ ତାର କିଛି ଖୋଜ ଖବର ମିଳିନି ।ତା ଘର ଲୋକ ବି ବହୁତ ଖୋଜା ଖୋଜି କଲେ ହେଲେ ପାଇଲେନି ।ତୁମକୁ ନ ଦେଇ ପାରି ତେଣୁ ଚିଠି ଟା ସାଇତି କରି ରଖିଦେଇଛି ମୋତେ କ୍ଷମା କରିଦେବ ।ବିଷ୍ଣୁ ଏତିକି କହୁକହୁ ସନ୍ଧ୍ୟା ହେଇ ଆସୁଥାଏ ।ଏପଟେ  ପ୍ରଧାନ ଶିକ୍ଷକ ଶାହାଣି ଙ୍କ ଫୋନ ଆସିଲା ।ଶ୍ୟାମ ବାବୁ ବ୍ୟସ୍ତ ହୋଇ ବାହାରି ପଡିଲେ ବିଷ୍ଣୁ ଙ୍କ ଠାରୁ ବିଦାୟ ନେଇ ବିଦ୍ୟାଳୟ ଆଡକୁ ।ରୋୖପ୍ୟଜୟନ୍ତିରେ ଯୋଗଦେଇ ଘରକୁ ଫେରୁଫେରୁ ମଧ୍ୟରାତ୍ରି ହୋଇ ସାରିଥାଏ । ବିଷ୍ଣୁଙ୍କ ଠାରୁ ଋଷିକା ର କଥା ଶୁଣିବା ପରେ ଘରକୁ ଆସି କେବଳ ଋଷିକା କଥା ହିଁ ଭାବୁଥାନ୍ତି ।ଏହାପରେ ବିଷ୍ଣୁଦେଇଥିବା ଚିଠି କଥା ମନେ ପଡିଗଲା । ହ୍ୟାଣ୍ଡ ବ୍ୟାଗରୁ ଚିଠିଟା କାଢି ଦେଖନ୍ତି ତ ସେଇଠି ଲେଖା ହୋଇଥିଲା ।




"ପ୍ରିୟର ଶ୍ୟାମ


   ସେ ଦିନ ସିନା ମୁଁ ତୁମ କୁ ମୋ ମନ କଥା କହିପାରିଲି ନି।ହେଲେ ମୁଁ ତୁମ କୁ ନିଜ ଠାରୁ ବେଶୀ ଭଲ ପାଏ । ତୁମକୁ ଇହ କାଳ ପରକାଲର ଦେବତା ଭାବେ ମୁଁ ମୋ ହୃଦୟରେ ଗ୍ରହଣ କରିସାରିଛି ।ତୁମ କୁ ଏ ଜୀବନରେ ପତି ଭାବରେ ନ ପାଇଲେ କ'ଣ ହେଲା ।ଆଜୀବନ କୁଆଁରୀ ରହି ସାତ ଜନ୍ମକୁ ତୁମ ପାଇଁ ଅପେକ୍ଷା କରିଥିବି ।    ଇତି

            ତୁମ ଋଷିକା


ଚିଠି ଟା ପଢି ସାରି ଶ୍ୟାମବାବୁ କିଛିସମୟ ନିରବ ହୋଇଗଲେ ।ଯେଉଁ ଋଷିକା କୁ ସେ ଜୀବନରୁ ବେଶି ଭଲ ପାଉଥିଲେ।ସେ ଋଷିକା  ତାଙ୍କ ପାଇଁ ଆଜୀବନ କୁଆଁରୀ ହେବା ପାଇଁ ନିଷ୍ପତ୍ତି ନେଇଥିବା କଥା ଜାଣିବା ପରେ ଋଷିକା ଙ୍କ  ପ୍ରତି ଥିବା ପ୍ରେମ ଓ ଭଲପାଇବା ଆହୁରି ଦୁଇଗୁଣ ହୋଇଗଲା ।ସେଇ ରାତିଟା ସେମିତି ଅନିଦ୍ରାରେ ବିତିଗଲା ଶ୍ୟାମ ବାବୁଙ୍କ..।ତାଙ୍କ ଘରଣୀ ରାଣୀ ଏପଟେ ଆରମରେ ଶୋଇ ପଡ଼ିଥାନ୍ତି ।

          ସକାଳ ହେଇଛି ।ଶ୍ୟାମ ବାବୁ ଶୀଘ୍ର ଶୀଘ୍ର ନିତ୍ୟକର୍ମ ସାରି । ବାହାର ଚୌକି  ଉପରେ  ବସି ଘରଣୀ ଙ୍କ ହାତ ରନ୍ଧା ଚା' ପିଉଥାନ୍ତି ଏତିକି ବେଳେ ହଠାତ ତାଙ୍କ ମୋବାଇଲ ରିଂ...ହେଲା ।ଫୋନଟା ଉଠେଇଲେ ଶ୍ୟାମବାବୁ..।

ଫୋନଟା ଥିଲା ବିଷ୍ଣୁଙ୍କ  । ବଡ କଷ୍ଟରେ ସେ ନମ୍ବର ଟା ପାଇଲେ ଶ୍ରୀଯୁକ୍ତ ସହାଣିଙ୍କଠାରୁ ।ତାଙ୍କ ଠାରୁ ସେ ଯାହା ଜାଣିବାକୁ ପାଇଲେ ସେ ସମ୍ପୂର୍ଣ ସ୍ତମ୍ବିତ ହୋଇଗଲେ ସତେକି ତାଙ୍କ ଖୁସିର ସୀମା ରହିଲା ନାହିଁ।ଫୋନଟାକୁ ଟେବୁଲ ଉପରେ ରଖି ଦେଇ ଦୌଡ଼ିବାରେ ଲାଗିଲେ ସେଇ ମାର୍କେଟର ଗେଟର ନାଳ ପାଖକୁ...ଯେଉଁଠି  ସଡକ ଦୁର୍ଘଟଣାର ଶିକାର ହୋଇ ନିଜ ମାନସିକ ସନ୍ତୁଳନ ହରାଇ ପାଗିଲି ସାଜି ବସି ରହିଛି ତାଙ୍କ ହୃଦୟର ରାଣୀ ଋଷିକା ।ଶେଷକୁ ପହଞ୍ଚି  ଦେଖିଲେ ଅନତି ଦୂରର ମଇଲା ଗଦା ଉପରେ ଗୋଟେ ସ୍ତ୍ରୀ ଲୋକ ବସିଛି ।ଯାହାର ଲୁଗା ସମ୍ପୂର୍ଣ ଚୀରା ଓ ମଇଳା,ହାତ ଗୋଡ଼ କଙ୍କାଳ ପରି ହାଡ଼ ଗୁଡାକ ବାରି ହୋଇପଡୁଥାଏ,ମୁଣ୍ଡ ବାଳ ମୁହଁ ଆଡକୁ ଲମ୍ବି ଯାଇଥାଏ...।ଯାହାକୁ ସେ ଅନେକ ଆଗରୁ ମଧ୍ୟ ଦେଖିଥିଲେ ରାସ୍ତା କଡରେ ବୁଲୁଥିବାର ହେଲେ ସେ ଯେ ତାଙ୍କର ସେଇ ଋଷିକା ।ସେ କଥା ସେ ଜାଣି ନ ଥିଲେ ।

     ଶ୍ୟାମବାବୁ ନିଜକୁ ନିଜେ ବହୁତ ଅନୁତାପ କରିଛନ୍ତି ଧୀକକାର କରିଛନ୍ତି ।ଶେଷରେ ପାଖକୁ  ଦଉଡି ଯାଇ ଲଟକିନା ବସି ପଡିଲେ ତା ପାଖରେ ଆଉ ଜୋର ରେ ଡାକିଲେ.... ଋଷିକା....ଋଷିକା....ଋଷିକା.....

ଦେଖ ମୁଁ ତୁମର ଶ୍ୟାମ ..ମୁଁ ଫେରି ଆସିଛି ଋଷିକା...ସେ ଦିନ ସିନା ଜାତି ଭେଦ କୁ ଡରି ତୁମଠୁ ଦୁରେଇ ଯାଇ ଥିଲି ।ହେଲେ ଆଜି ଆମକୁ ଆଉ କେହି ଅଲଗା କରିପାରିବେନି ।ଆଖିରୁ ଧାର ଧାର ଲୁହ ର ସୁଅ ବହିଯାଉଥାଏ.....ହେଲେ କିଛି ପ୍ରତିକ୍ରିୟା ଆସିଲାନି ଋଷିକା ପାଖରୁ ।ସେଇଠି ସେମିତି ନିସ୍ତବ୍ଧ ପାଷାଣ ଟା ପରି ପଡିରହିଥାଏ.........ଋଷିକା ପ୍ରାଣ ହୀନ ନିର୍ଜୀବଟେ ସାଜି । ସବୁ କିଛି ଯେପରି ନିସ୍ତବ୍ଧ ଲାଗୁଥିଲା .......ସତେକି ସେଇ ସମୟ ପାଇଁ ମାର୍କେଟର କୋଳାହଳ ଶବ୍ଦବି ସୁନସାନ ଲାଗୁଥାଏ ......ଦୁଇଟି ହୃଦୟର ସମ୍ପର୍କକୁ ବୁଝିପାରି ।


Post a Comment

0 Comments