Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଶେଷ ଠିକଣା - ସଦାନନ୍ଦ ସାହୁ

ସଦାନନ୍ଦ ସାହୁ
ଧୁରୁସିଆ, କଟକ

ଶୁନ୍ୟବାଣୀ ସତେ କର୍ଣ୍ଣ ମୋର ଶୁଣେ
ବେଶୀଦିନ ନୁହେଁ ଆୟୁ,
କରିଚି ପ୍ରତୀକ୍ଷା ମରଣ ଶେଯରେ
ଉଡିଯିବ ପ୍ରାଣ ବାୟୁ ॥
ଜୀବନ ଯୁଦ୍ଧରେ କେତେ ମୁଁ ହାରିଚି
କେତେବି ଜିତିଛି ମୁଁ,
ହିସାବ ନିକାଶ ସବୁ ମୁଁ ରଖିଚି
ପା ଶୋ ରୀ ଯାଇନି ମନୁ ॥

ପାପପୁଣ୍ୟ କଥା ନୀରବେ ଭାବୁଚି
ଆଖିରୁ ଝରାଇ ଲୁହ,
ଅନୁତାପେ ଆଜି ଜଳୁଚି ମୋ ଦେହ
ହୃଦୟେ ବଢ଼ଇ କୋହ ॥
ଏ ଦୁର୍ଲ୍ଲଭ ଜନ୍ମେ କରିଥିଲି ବୋଧେ
ଅନାୟ ଅନୀତି ବେଶୀ,
ସଶରୀରେ ଆଜି ଭୋଗୁଚି କଷଣ
ପାରୁନି ମୁଁ ଉଠି ବସି ॥


ଆଉ କେତେଦିନ ଭୋଗିବି ଯାତନା
ମୋ ଭାଗ୍ୟରେ ଅଛି ଲେଖା,
ମାଟିପିଣ୍ଡ ଛାଡି ଯିବି ମୁଁ ବାହୁଡ଼ି
କର ବାରେ ପ୍ରଭୁ ଦୟା ॥
ମତିଭ୍ରମେ ଆଜି ପାରୁନି ମୁଁ ଜାଣି
କିଏ ପର ଆପଣାର,
ଅନୁକମ୍ପା ବୋଧେ କାହା ମନେନାହିଁ
ମରଣ ସ୍ଵାଗତ ମୋର ॥

ଛଅ ଖଣ୍ଡ କାଠ ଦବ କେ ସଜାଡି
କାନ୍ଧରେ କେ ନବ ବୋହି,
ଶେଷ ଠିକଣାରେ ପହଞ୍ଚି ଯିବି ମୁଁ
ଚିରନିଦ୍ରାରେ ଶୋଇ ॥
ହୁତୁ ହୁତୁ ହୋଇ ଜଳିବ ମୋ ଚିତା
ଏ ଶେଷ ଠିକଣା ବାର୍ତ୍ତା,
ଦୁନିଆଁ କହିବ ଜଳିଗଲା ଦେହ
ଲିଭିଗଲା ତା'ର ନାଆଁ ॥

Post a Comment

3 Comments

  1. ପ୍ରମିଳା ପଟ୍ଟନାୟକ, ଖୋର୍ଦ୍ଧା, ଓଡିଶା1/30/2018

    ବାସ୍ତବ ସତ୍ୟ । ବହୁତ ସୁନ୍ଦର କବିତା ।

    ReplyDelete
  2. sadananda sahoo1/31/2018

    ଆପଣ ଙ୍କୁ ହୃଦୟ ରୁ ପ୍ରୀତି ଫୁଲ ଅର୍ପଣ କରୁଛି ମାମ.

    ReplyDelete
  3. sadananda sahoo2/06/2018

    ବାସ୍ତବ ଧର୍ମୀ କବିତା ଶେଷ ଠିକଣା

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।