Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବନୀକରଣରୁ ସୁସ୍ଥ ପରିବେଶ - ଅଶୋକ ଦିଗାଳ

ଅଶୋକ ଦିଗାଳ
ବାଲିଗୁଡା, କନ୍ଧମାଳ

ପରିବେଶକୁ ରଖିବା ସୁସ୍ଥ ସ୍ଵଚ୍ଛ
ପ୍ରତି ଜଣକରେ ଗୋଟିଏ ଗଛ


ସେଦିନ ସକାଳ ଥିଲା ମୋ ପ୍ରିୟଜନଙ୍କ ଗୁଡମର୍ଣ୍ଣିଂ ମେସେଜ ଓ କପେ ସୁସ୍ଵାଦୁ ଚା ଠାରୁ ବି ଆନନ୍ଦ ଦାୟକ । ମୋ ପିତୃ ପିତା ସୁଦୂର ବାଲିଗୁଡାରୁ ଭୁବନେଶ୍ଵର ପହଞ୍ଚିଥିଲେ । ଜେଜେ ମତେ ଏତେ ସ୍ନେହ କଲେ ଯେ, ସେ ସ୍ନେହ ମୁଁ ଆଜିଯାଏ କାହାଠୁ ପାଇନି । ଘରେ ଛ ତିଅଣ ନ ଭଜା ସାଙ୍ଗେ ଖୁସିର ଆସର ଚାଲୁଥାଏ, ଆର ଦିନ ଜେଜେ କହିଲେ ମୁଁ ଆଉ ସହରରେ ରହିପାରିବିନି, କାରଣ ଏ କଂକ୍ରିଟ୍ ଜଙ୍ଗଲର ଗରମ ସହିପାରୁନି ତେଣୁ ଗାଁ କୁ ଚାଲିଯିବି । ଏକଥା ଶୁଣି ମୁଁ ଜେଜେଙ୍କୁ କହିଲି ମତେ ଛାଡି଼ ଚାଲିଯିବ, ଜେଜେ କହିଲେ ମୁଁ ଛାଡି଼ଯିବିନି ତୋ ସାଙ୍ଗେ ମୁଁ ସର୍ବଦା ଛାଇ ହୋଇ ରହିବି କହି ଗାଁରୁ ଆଣିଥିବା ପିଜୁଳି, ଭଣ୍ଡା, ଆମ୍ବ ଦେଲେ, ଏଗୁଡ଼ିକୁ ବାରିରେ ଲଗା । ଆଉ ଏ ଗଛ ଯେତେ ଦିନ ଥିବ ମୁଁ ତୋ ସାଙ୍ଗରେ ଥିବି । ଜେଜେ ଚାଲିଆସିଲେ... ।


ଦୁଇବର୍ଷ ବିତିଗଲା ପରେ...


ମୋର ବାର୍ଷିକ ପରୀକ୍ଷା ଚାଲିଥାଏ, ପରୀକ୍ଷା ସାରି ଘରକୁ ଫେରି ଦେଖିଲି ଘର ବନ୍ଦ ଅଛି, ପଡି଼ଶା ନିର୍ମଳା ଅପାକୁ ପଚାରିଲି । ଅପା କହିଲା ତୋ ବାବା ମାଆ ଗାଁକୁ ଗଲେ । ତୁ ଆମ ଘରେ ରହିବୁ ତୋ ଜେଜେ ମରିଗଲେ । ମୋତେ ଲାଗିଲା ମୋ ଉପରେ ବଜ୍ର ପଡି଼ଲା । ଜେଜେଙ୍କୁ ଝୁରିଝୁରି ଆଖିରୁ ଝରିଗଲା ଦିଟୋପା ଲୁହ । ହଠାତ୍ ଜେଜେ କହିଥିବା କଥା ମନେ ପଡିଲା... ମୁଁ ତତେ ଛାଡି଼ ଯାଉନି ତୋ ସାଙ୍ଗେ ଛାଇ ହୋଇ ରହିବି । ବାରିପଟକୁ ଗଲି ଚାରିଆଡେ଼ ଟାଏଁ ଟାଏଁ ଖରା, କିନ୍ତୁ ମୋ ଉପରେ ତିନୋଟି ଗଛର ଛାଇ ପଡି଼ଲା ତା ସହ ଦେହରେ ଖେଳିଗଲା ଏସି ଠୁ ସୁମଧୁର ପବନ । ଉପରେ ଦେଖିଲି ପ୍ରଥମ କରି ପିଜୁଳି ଦୁଇଟା ପାଚି ମତେ ଦେଖି ହସୁଛନ୍ତି । ମତେ ଲାଗିଲା ମୋ ଜେଜେ ତାଙ୍କ ସାଙ୍ଗରେ ଜେଜେମା ଙ୍କୁ ବି ନେଇ ଆସିଛନ୍ତି । ଜେଜେଙ୍କ ଆତ୍ମାର ସଦଗତି ନିମନ୍ତେ ପିଜୁଳି ଦୁଇଟା ଜେଜେବାପା ମାଆଙ୍କ ଉଦ୍ଦେଶ୍ୟରେ କୁଆଙ୍କୁ ଦେଇଦେଲି । ରାତିରେ ଭାତ ନଖାଇ ଜେଜେଙ୍କ ପାଚିଲା ଅମୃତଭଣ୍ଡାଟା ଖାଇ ଶୋଇଗଲି ।


ବାପା ଚାକିରୀରୁ ଅବସର ନେଲେ ପରିଣତ ବୟସରେ ମୋର ବି ପଢା ସରିଗଲା । ଛୁଟିରେ ଗାଁକୁ ଆସିଲି ଗାଁର ସ୍ନେହ ଶରଧା ପ୍ରକୃତିରେ ମୋହିତ ହୋଇ ସହରକୁ ଆଉ ଯିବାକୁ ମନ ହେଲାନି । ଭାବିଲି ଇଂଜିନିୟରିଂ ଚାକିରୀ ପଛେ ଛାଡି଼ ଦେବି କିନ୍ତୁ ଗାଁ ର ଅଶିକ୍ଷିତ, ଗରିବୀ ଓ ଅପପୁଷ୍ଟି ଆଦି ଦୂର କରିବି ସମାଜସେବା କରିବି । ଦେଖିଲି ଗାଁରେ ସମସ୍ତଙ୍କ ଜମି ଖାଲି ପଡି଼ ଘାସ ଖେଳୁଛି । ମୋ ଜେଜେଙ୍କ ଓ ଗାଁଲୋକଙ୍କ ସାଙ୍ଗେ ଖାଲି ଜମି ଓ ଟାଙ୍ଗରା ପାହାଡ଼ରେ ଆମ୍ବ, କାଜୁ, କମଳା, କଦଳୀ, ଲେମ୍ବୁ, ସଜନା, ପଣସ, ତେନ୍ତୁଳି, ଶାଳ, ଶାଗୁଆନ ଆଦି ଲଗାଗଲା । ଜଙ୍ଗଲରୁ ଫଳମୂଳ କାଠ ମିଳିଲା । ଲୋକଙ୍କର ଅପପୁଷ୍ଟି ଦୂର ହେଲା ଆୟବଢିଲା । ତା ସାଙ୍ଗେ ଗାଁଟି ସୁସ୍ଥମୟ ସବୁଜମୟ ହେଲା ।


ଜେଜେଙ୍କ ଦୁଇଟି ବାଣୀ ମୋର ଓ ମୋଗାଁର ଜୀବନପଥ ବଦଳାଇ ଦେଲା




  • ତୁ ଇଂରାଜୀ ହିନ୍ଦି ଶିଖେ ଜ୍ଞାନୀ ହୁଅ, କିନ୍ତୁ ମାତୃଭାଷା ମାତୃଭୂମି କୁ ଭୁଲିବୁନି ।

  • ଗଛ ଆମର ପରମ ମିତ୍ର ଅଟେ, ଆମେ ତାକୁ ଅଳ୍ପ ଯତ୍ନକଲେ ସେ ଆମକୁ ଛାଇ, ପବନ, ଫଳ, କାଠ, ଔଷଧ ଓ ଚିରଦିନ ଲାଗି ଆଦାୟ ମଧ୍ୟ ଦେଇଥାଏ ।

Post a Comment

1 Comments

  1. ଶୁଭକାନ୍ତ ସାହୁ3/02/2018

    ଖୁବ୍ ସୁନ୍ଦର ଓଶିକ୍ଷଣୀୟ

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।