Information

ସୁଖଦୁଃଖ - ଇଂ ଦୀପ୍ତି ରଞ୍ଜନ ପଣ୍ଡା

ଇଂ ଦୀପ୍ତି ରଞ୍ଜନ ପଣ୍ଡା, ନିର୍ବାହୀ ଯନ୍ତ୍ରୀ
ଜଳସମ୍ପଦ ବିଭାଗ, ଓଡିଶା, ଭୁବନେଶ୍ଵର

ଜୀବନଟା ଗୋଟେ ମୁଦ୍ରାଭଳି ଭାବ
ସଦାବେଳେ ତାର ଦୁଇପାଖ ଥିବ। ॥
ଗୋଟିଏ ପାଖରେ ରହିଥିଲେ ସୁଖ
ଆର ପାଖଟିକୁ ଭାବିନିଅ ଦୁଃଖ ॥
ଗୋଟେପାଖ ସଦା ହୁଏ ଦୃଶ୍ୟମାନ
ଆର ପାଖଟିକୁ ଭାବନାହିଁ ନ୍ୟୁନ ॥
ତାର ଅର୍ଥହେଲା ସୁଖ ଆଉ ଦୁଃଖ
ଏକାସଙ୍ଗେ କେବେ ଭୋଗେନାହିଁ ଲୋକ ॥
ସୁଖ ଭୋଗୁଥିଲେ ମନେ ଭାବିନିଅ
ଆସୁଅଛି ତାର ଦୁଃଖର ସମୟ ॥
ସେପରି ଦୁଃଖରେ ନହୋଇ ଅସ୍ଥିର
ସୁଖ ଆସିବାକୁ ମନେ ଧୈର୍ଯ୍ୟ ଧର ॥
ଚରମ ସତ୍ୟହିଁ ଏହା ଜୀବନର
ସୁଖ ବା ଦୁଃଖରେ ସଦା ହୁଅ ସ୍ଥିର ॥

Post a Comment