Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆମ ବିଦ୍ୟାଳୟ - ସଲିଳ କୁମାର ସ୍ଵାଇଁ

ସଲିଳ କୁମାର ସ୍ଵାଇଁ, ସହକାରୀ ଶିକ୍ଷକ
ସୁନ୍ଦରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଟାଙ୍ଗୀ ସମିତି, ଖୋରଧା ଜିଲ୍ଲା

(ସୃଜନ - ୨୦୧୭ ଚକୁଳିଆ ପଣ୍ଡା ଗୀତ ସ୍ଵରରେ)

ଶୁଣ ଶୁଣ ଭାଇଭଗ୍ନୀ ମନଦେଇ ଶୁଣ
ଆମ ବିଦ୍ୟାଳୟ କଥା କରୁଛି ବର୍ଣ୍ଣନ
ସୁନ୍ଦରପୁର ପ୍ରକଳ୍ପ ଆମ ବିଦ୍ୟାଳୟ
ଶିକ୍ଷାର ମନ୍ଦିର ତଥା ବିଦ୍ୟାର ଆଳୟ ॥

ପ୍ରଧାନ ଗୁରୁମା ଆମ ପ୍ରିୟମ୍ବଦା ଦିଦି
ସଲିଳ ଗୁରୁଜୀ ମଞ୍ଜୁ ଗୀତା ଶ୍ରୀୟା ଦିଦି
ଆବର ବିଭୁତି ଆଉ ସତ୍ୟନାରାୟଣ
ବିଦ୍ୟାଳୟ ପରିବାର କରିଲି ବର୍ଣ୍ଣନ ॥


ଦଣ୍ଡମୁକ୍ତ ପରିବେଶ ଭେଦଭାବ ଶୂନ୍ୟ
ମଧ୍ୟାନ୍ନ ଭୋଜନ ଆଉ ପୁସ୍ତକ ବଣ୍ଟନ
ମାଗଣା ପୋଷାକ ସହ ଜାତିର ପ୍ରମାଣ
ଜାତୀୟ ଦିବସ ସବୁ କରୁତ ପାଳନ ॥

ଆମ ବିଦ୍ୟାଳୟ ସ୍ଵଚ୍ଛ ପରିବେଶ ସ୍ଵଚ୍ଛ
କ୍ରିଡା ମହୋସ୍ଚବ ପୁଣି ହୁଏ ଗୀତନାଚ
ପ୍ରାର୍ଥନାସଭାରେ ଜାତୀୟ ସଙ୍ଗୀତଗାନ
ଶପଥ ଗ୍ରହଣ ପରେ ସମ୍ବାଦ ପଠନ ॥


ନିରନ୍ତର ସାମଗ୍ରିକ ହୁଏ ମୂଲ୍ୟାୟନ
ଆମ ଲେଖା ଆମ ଗୀତ ହୁଏ ପ୍ରଦର୍ଶନ
ବିଜ୍ଞାନ ପ୍ରକଳ୍ପ ପାଇଁ ମିଳେ ପ୍ରୋସ୍ଚାହନ
ସର୍ବଶିକ୍ଷା ଲକ୍ଷ୍ୟର ସଫଳ ରୂପାୟନ ॥

ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତି ସେବିକା ଡାକ୍ତର
ଲୌହ ବଟିକା ଖାଉଛୁ ପ୍ରତି ସୋମବାର
କୁରୁମି ନାଶନ ପାଇଁ ମିଳଇ ବଟିକା
ଜାପାନୀ ଜର ହବନି ନେଇଅଛୁ ଟୀକା ॥


ଗୁରୁମା ଗୁରୁଜୀ ଆମ ଚଳନ୍ତି ଠାକୁର
ଦେଉଛୁ ସମ୍ମାନ ଆଉ ପାଉଛୁ ଆଦର
ତାଙ୍କରି ଆଶିଷେ ଚଲାପଥ କୁସୁମିତ
ଜୀବନ ଜୀବିକା ହେବ ନିଶ୍ଚେ ଶୃଙ୍ଖଳିତ ॥

ସୃଜନ ସୁରଭି ପରି ଶିଶୁ କାର୍ଯ୍ୟକ୍ରମ
ବୌଦ୍ଧିକ ବିକାଶ ପାଇଁ ହେଉଛି ସକ୍ଷମ
ବିଦ୍ୟାଳୟ ନିଳୟ ମୋ ଶିକ୍ଷାର ମନ୍ଦିର
ଦୋଷ ଥିଲେ ଧରିବେନି ଅଟେ ଶିଶୁ ଛାର ॥


Post a Comment

0 Comments