Information

ଅନ୍ତଃହୀନ ସବୁ ଅନ୍ତଃହୀନ - ସରୋଜ କୁମାର ସାହୁ

ସରୋଜ କୁମାର ସାହୁ
ଝାଡୁଆପଡା,ସମ୍ବଲପୁର

ଅନ୍ତଃହୀନ ଏଇ ମନର ଭାବନା
ସୁରୁଜ ଛୁଇଁବା ଆଶାରେ,
ଅନ୍ତଃହୀନ ଏଇ ହୃଦୟର ଭାଷା
ପ୍ରକାଶ ହୁଏ ନା ଶବ୍ଦରେ,
ଅନ୍ତଃହୀନ ଆମ ପ୍ରେମ କାହାଣୀ
ଲେଖିହବ ନାହିଁ ଗୋଟେ ପୃଷ୍ଠାରେ,
ଅନ୍ତଃହୀନ ଏ ଆସୁମାରୀ ଇଚ୍ଛା
ପୂର୍ଣ୍ଣହୁଏ ତୁମ ସ୍ପର୍ଶରେ,
ଅନ୍ତଃହୀନ ଏଇ ଶରୀରର ଜ୍ୱାଳା
ଶାନ୍ତ ହୁଏ ମିଳନରେ ॥

Post a Comment