Information

ଅଣୁଗଳ୍ପ - ପ୍ରଥମ ଦେଖା - ଦିବ୍ୟଜ୍ୟୋତି ମହାନ୍ତି

ଦିବ୍ୟଜ୍ୟୋତି ମହାନ୍ତି
ଅଣିଅଙ୍କ, ଓଷକଣା, ବାଲିକୁଦା, ଜଗତସିଂହପୁର
ଦୂରଭାଷ : ୭୩୭୭୫୧୦୨୫୪


ଆନିକୁ କାଲି ରାତିସାରା ନିଦ ନାହିଁ । କେତେବେଳେ ରାତି ପାହିବ ସକାଳ ହେବ ଆଉ, ସେ ଦେଖା କରିବାକୁ ଯିବ ତା ମନର ମଣିଷକୁ । ସେଥିପାଇଁ ତା'କୁ କାଲି ରାତିଟା କେମିତି ଗୋଟେ ଲମ୍ବା ରାତି ଭଳି ଲାଗୁଥାଏ । ସେ ମନେ ମନେ ଭିଷଣ ରାଗୁଥାଏ ନିର୍ଦ୍ଦୟ ରାତିଟା ଉପରେ । ବେଡ୍ ରେ ଶୋଇରହି ସେ ଖାଲି କଡ ଲେଉଟାଇବାରେ ବ୍ୟସ୍ତଥାଏ, ତା ସହ ତା'ମନରେ ଅନେକ ସ୍ୱପ୍ନ ବସା ବନ୍ଧିଥାନ୍ତି । କାଲି ସେ କେଉଁ ଡ୍ରେସ୍ ପିନ୍ଧିବ, କିପରି ସଜ ହେବ, କେମିତି ତା'ମନର ମଣିଷଟି ଆଗକୁ ଯିବ କଣ କହିବ ତାଙ୍କୁ, ଏମିତି ଅନେକ ପ୍ରଶ୍ନ ତା'ମନରେ ଉଙ୍କି ମାରୁଥାଏ । ଆଜି ସକାଳୁ ସେ ଅପେକ୍ଷା କରିଛି କେତେବେଳେ ତା'ମନର ମଣିଷ ଆସିବେ । କଲେଜରେ ତା'କୁ କିଛି ଭଲ ଲାଗୁନାହିଁ । ସେ ବାରମ୍ବାର ହାତରେ ପିନ୍ଧିଥିବା ଘଡିକୁ ଦେଖୁଛି ତ ଆଉ କେବେ ଝରକା କଡ ଦେଇ କଲେଜର ଗେଟ ସମ୍ନାକୁ ଲକ୍ଷ୍ୟ କରୁଛି । ନା ପାଠ ପଢା ପ୍ରତି ତା'ର ଧ୍ୟାନ ଅଛି ନା ତା'କୁ ସାର ପଚାରୁଥିବା ପ୍ରଶ୍ନ ସବୁର । ତା'ର ଏପରି ଅନ୍ୟମନସ୍କତା ଦେଖି ସାର ବି ତା'କୁ କେତେ ଥର ପଚାରିବା ସହ, ଥରେ ଦୁଇଥର ତାଗିଦ୍ ମଧ୍ୟ କରିସାରିଲେଣି । ମାତ୍ର ତା'ର ସେ ପ୍ରତି ଜମା ଧ୍ୟାନ ହିଁ ନାହିଁ । କାଲି ରାତିରୁ ଚାତକ ପରି ଚାହିଁ ରହିଥିବା ସମୟ ଆସି ଉପନୀତ ହେଲାଣି, ହେଲେ ସେ ଆସୁ ନାହାନ୍ତି କଣ ପାଇଁ । କହିଥିଲେ ତ ଠିକ୍ ୧:୩୦ ରେ ଆସି ପହଞ୍ଚିବେ, ହେଲେ ଆସୁନାହାନ୍ତି କାହିଁକି । ସକାଳୁ କଲେଜ ବାହାରିବା ବେଳେ ତାଙ୍କୁ ଫୋନ ମଧ୍ୟ କରିଥିଲି । ସେ କହିଥିଲେ ଆସନ୍ତୁ କି ନ ଆସନ୍ତୁ ଫୋନ କରିବେ, ହେଲେ ବି କରୁନାହାନ୍ତି । କଣ କିଛି ଅସୁବିଧା ହେଲା କି ଆଉ । ଏହି ସମୟରେ ତା'ମନର ବ୍ୟସ୍ତତା ଓ ଛାତିରେ ବଢିଚାଲିଥିବା ସ୍ପନ୍ଦନର କମ୍ପନ ଯୋଗୁଁ ଝାଳେଇ ଯାଇଥିବା ହାତ ମଧ୍ୟରେ ଥିବା ମୋବାଇଲ ଫୋନଟି ବାଜି ଉଠିଲା । ସେ ବ୍ୟସ୍ତ ହୋଇ ଫୋନ୍ ଟି ରିସିଭ୍ କରିବାରୁ ସେପଟୁ ଶୁଭିଲା ବାଦଲର ସ୍ୱର । ସେ କହିଲା କି, ସେ ଅଫିସର ଏକ ଜରୁରୀ କାମ ପାଇଁ ଆଜି ଯାଇ ପାରିଲାନି । ଏହା ଶୁଣିବା ପରେ ଆନିର ମନରେ ବସା ବନ୍ଧିଥିବା ସବୁ ଉତ୍ସାହ ଉଦ୍ଦୀପନା ପାଣି ଫୋଟକା ପରି କେଉଁଆଡେ ମିଳେଇଯାଇଥିଲା । ସେ ବାଦଲକୁ କିଛି ନ କହିଲେ ବି କମିତି ଗୋଟେ ଅଭିମାନ ଭରା ସ୍ୱରରେ ଫୋନଟିକୁ କାଟି ଦେଇଥିଲା । ଅସହାୟ ନିରୁପାୟ ବାଦଲ ଆନିକୁ ଅନେକ ବୁଝାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହେଲା ପରେ ଭାବିପାରୁନଥିଲା କେମିତି ସେ ତା'କୁ ବୁଝାଇବ । ବ୍ୟସ୍ତବହୁଳ ଜୀବନ ତା'କୁ ଗୋଟିଏ ମେସିନ୍ ରେ ପରିଣତ କରିଦେଇଛି, ସେ କଥା କମିତି କହିବ । ତା'ଛଡା ପ୍ରଥମ ଦେଖାକୁ ସେ ସବୁଦିନ ପାଇଁ ଛାତିତଳର ଗୋଟେ ଅଭୁଲା ସ୍ମୃତିଟେ କରି ରଖିବାକୁ ଚାହୁଁଛି । ସେଥିପାଇଁ ମନ ଭିତରେ ସେ କେତେ କଣ ଭାବିଛି, ଯାହା ଏହି ଅଳ୍ପ ସମୟ ଭିତରେ ହୋଇପାରିବନି । ଯାହା ହେଲେ ବି ଏହା ତା'ର ପ୍ରଥମ ଦେଖା ନା...

Post a Comment