ସ୍ଵପ୍ନ - ସମୀର କୁମାର ବେଉରା

ସ୍ଵପ୍ନ - ସମୀର କୁମାର ବେଉରା

ସମୀର କୁମାର ବେଉରା
ଚେନ୍ନାଇ, ତାମିଲନାଡୁ

ସ୍ୱପ୍ନ ଦେଖିବାର ସୀମା ପାର କରିସାରିଛି ମୁଁ
ମୋର ସ୍ୱପ୍ନ ଦେଖିବାର ନାହିଁ,
ଦେଖିଥିବା ସ୍ୱପ୍ନ କେହି କେବେ ସତ ହୋଇନାହିଁ
କି ସତ ହେବାର ନାହିଁ ।
ଆଶାର ବାୟାବସ। ବି ଦୋହଲି ଯାଇଛି ବାରମ୍ବାର
ସମୟର ବତାସରେ,
ପ୍ରତି ମୂହୁର୍ତ୍ତରେ ହାରିଯିବା ସହ ଲଢ଼ୁଛି ମୁଁ,
ଜିତିବାର ଯୁ ନାହିଁ
ଜୀବନର ବାଜି ମୁଁ ବାରମ୍ବାର ହ।ରୁଛି ।
ମୋ ଆଶା ମୋ ସ୍ୱପ୍ନ, ଏମାନେ ରାତିର ଶେଫାଳୀ ପରି
ରାତି ପାହିଲେ ସରିଯାଉଥାଏ ସମ୍ପୂର୍ଣ୍ଣ ଆୟୁଷ,
ପୀୟୁଷର ସନ୍ଧାନରେ ପିୟାସୀ ହୋଇ
ବୁଲୁଥିବା ପ୍ରଗଳ୍ଭ ମନ ପାଏନାହିଁ କିଛି କେବଳ ତୁମ ଛଡ଼ା,
ହେଲେ ତୁମେ
ସ୍ୱପ୍ନଠୁ ବି ଆହୁରି ଦୁର୍ଦଶ, ଆଶାଠୁ ବି ଆହୁରି କଠୋର ।
ତୁମ କଠୋରତାର କୁରାଢ଼ୀ ଆଘାତରେ
ଆଜି ଭାଙ୍ଗିଯାଉଛି ମୋ ମେରୁଦଣ୍ଡ,
ହୋଇପାରୁନି ମୁଁ ସଳଖେ ଠିଆ,
ଶେଷ ଆଶା ସରିପାରୁନି ଖସି ପଡୁଛି ସ୍ୱପ୍ନର ସେ ବସା,
ଭାଗ୍ୟର ରାତି ପହିବା ପୂର୍ବରୁ ମଉଳି ଝରିଯାଉଛି ସ୍ୱପ୍ନର ଗଙ୍ଗଶିଉଳୀ
ପୁଣି ମରିଯାଉଛି ବଂଚିବାର ସବୁତକ ଆଶା ॥

1 Comments

  1. Odia bhasa jagata drubala heithiba bele tamaku sabal karibaku prayas karuchu. Tate nei mu graba aubhaba karuchi.

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।