Information

ପ୍ରଭୁ - ଉଷାରାଣୀ ପଣ୍ଡା

ଉଷାରାଣୀ ପଣ୍ଡା
ଆନ୍ଧ୍ରପ୍ରଦେଶ

ଆଶା ମରୀଚିକା ପଛେ ଧାଇଁ ଧାଇଁ
ନିରାଶାଟି ହେଲା ସାର,
ଅସତ୍ୟ ପଥର ପଥିକ ସାଜିଲି
ସତ୍ୟକୁ ଏଡାଇ ପଛର ॥
ଅଧର୍ମ ବଳରେ ଧନ ଅରଜିଲି
ଧର୍ମକୁ ନକରି ଖାତିର,
ନିଶ୍ଵାସରେ ଭରି ଅବିଶ୍ଵାସ ରୂପ
ବିଶ୍ଵାସକୁ କରିଲି ପର ॥
ନିନ୍ଦା ଅପବାଦେ ଦ୍ଵେଷର ଗହଣେ
ଅହଂ ବଳେ ହେଲି ନିଷ୍ଠୁର,
ପାପ ନଉକାର ନାଉରୀଟି ହୋଇ
ପୁଣ୍ୟକୁ କଲି ବେଖାତିର ॥
ଅସୀମ ବିପଦେ ନାଆ ଚଳାଉଛି
ବିପନ୍ନୁ ଉଦ୍ଧାର କର,
ଭାବସାଗରରେ ବୁଡାଅ ହେ ପ୍ରଭୁ
ଅଭାବକୁ କରିଣ ଦୂର ॥
ଅନର୍ଥ ଜ୍ଞାନରେ ଜ୍ଞାନୀ ବୋଲାଇଲି
ଅର୍ଥକୁ କରିଲି ଜୋର୍,
ଅଜ୍ଞାନ ଅନ୍ଧାର ଦୂରୀଭୂତ କରି
ହୃଦେ ଭର ଜ୍ଞାନ ଭଣ୍ଡାର ॥

Post a Comment