Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପକ୍ଷୀ - ଶଙ୍ଖସିନ୍ଧୁ ପୁରୋହିତ

ଶଙ୍ଖସିନ୍ଧୁ ପୁରୋହିତ
ବଡାଲି, ଉଲୁଣ୍ଡା, ସୁବର୍ଣ୍ଣପୁର
ଦୂରଭାଷ : ୯୯୩୮୭୨୦୧୯୫

ଯାଆନାରେ...
ଯାଆନାରେ...
ସେଇଟା ଅସୀମ, ଅନନ୍ତ ।
ଅସରନ୍ତି ପଥ ।
ଆଖି ପିତଳଇଯିବ ସିନା,
ଶେଷ ନାହିଁ ତା’ର,
ଯେତେ ଦୂର ଯାଉଥିବୁ
ମରୀଚିକା ପ୍ରାୟେ ଟାଣୁଥିବ ଟାଣୁଥିବ ॥

ଉଡି ଉଡି ଥକିଯିବୁ ,
ପ୍ରହେଳିକା ବୋଲି, ହୃଦବୋଧ କଲାବେଳକୁ,
ଆଉ କଣ ଥିବ ?
ନା ଫେରିବାର ବାଟ,
ନା ଦେହରେ ସାମର୍ଥ୍ୟ,
ନା ଡେଣାରେ ଡେଣା ମଳାଇ,
ଉଡିବାର ଆପଣାର ଲୋକ ॥

ଚାହିଁଲେ ବି, କିଛି କରିବାକୁ,
କ୍ଷୁଧା ହେଉଥିବ,
ଖୁଦ ବୁଣାଇ ଦେଇଥିବ,
ଖାଇ ପାରିଲେ ତ ?
ଶବରର ଚକ୍ରବ୍ୟୁହ ତ ପୁରା ପ୍ରସ୍ତୁତ ।
ଟପ କିନା ମାଡି ବସିବ ଯେ !
ଏତେ ସହଜ ନୁହେଁରେ ପକ୍ଷୀ
ଦୁନିଆଟା ।
ତଥାପି ମୋର କାହିଁ
ତୋ ପରି ଉଡିବାକୁ ଇଚ୍ଛା ।।

Post a Comment

0 Comments