ତମେ ଆଉ ଶୀତ ରାତି - ସମୀର କୁମାର ବେଉରା

ତମେ ଆଉ ଶୀତ ରାତି - ସମୀର କୁମାର ବେଉରା

ସମୀର କୁମାର ବେଉରା
ଚେନ୍ନାଇ, ତାମିଲନାଡୁ

ତମେ ପଉଷର ଶୀତ ପରି
ଆସିଥିଲ ଜୀବନରେ ଥିରି ଥିରି,
ମୋ ମନ ଅଗଣାରେ
ଏଇମିତି ଗୋଟେ ଶୀତ ସନ୍ଧ୍ୟାରେ
ଗେଣ୍ଡୁଫୁଲର ଗହଳି ଭିତରେ
ମୋ ସହ ଖେଳୁଥିଲ ଚୋରି ଚୋରି ॥୧॥
ହେଲେ, ଏକ ଅପ୍ରତ୍ୟାଶିତ ସମୟ
ବହିନେଲା ଜୀବନର ନାବ,
ତମେ ହୋଇଗଲ ଆଉ କାହାର
ମୁ ରହିଗଲି,
ଏକାହୋଇ ମୋ ଦୁନିଆରେ
ମୁଁ ଅଛି, ଶୀତ ସନ୍ଧ୍ୟା ଅଛି,
ଗେଣ୍ଡୁଫୁଲର ଗହଳି ଅଛି,
ହେଲେ ଆଜି ମୋ ଜୀବନରେ
କେବଳ ଆଉ କେବଳ
ତମର ଅଭାବ ॥୨॥

0 Comments