Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

କ୍ଷୁଦ୍ରଗଳ୍ପ - ଚିଠି ଆଉ ମାଆ - ପ୍ରକାଶ ସାହୁ

ସ୍ୱାମୀ ଙ୍କ ର ଦେହାନ୍ତ ପରେ ମା ଟି ନିଜ ଛୋଟ ପୁଅ ସହିତ ଏକ ଗ୍ରାମ ରେ ଜରାଜୀର୍ଣ୍ଣ ଅବସ୍ଥା ରେ ଥିବା ଗୋଟେ କୁଡ଼ିଆ ରେ ରହି ଆସୁଥିଲା । ମା ଟି ର ଆଖି ରେ ତାର ପୁଅ ପାଇଁ ଅନେକ ସ୍ଵପ୍ନ ଥିଲା ,ତା ପୁଅ ପାଠ ପଢିବ,ଭଲ ଚାକିରୀ କରିବା,ଏମିତି । ଯାହା ଗୋଟେ ମା ତା ପୁଅ ପାଇଁ ସବୁବେଳେ ଚିନ୍ତା କରିଥାଏ ।ସେଥି ପାଇଁ ମା ଦିନ ତମାମ କାମ କରି କିଛି ଅର୍ଥ ସଞ୍ଚୟ କରି ଆଣେ ।ସେଠି ରେ ସେ ତାର ପୁଅ ର ଯତ୍ନ ନିଏ ।ଧୀରେ ଧୀରେ ଶିଶୁ ଟି ବଡ ହୋଇ ବିଦ୍ୟାଳୟ ଯିବା ପାଇଁ ଉପଯୁକ୍ତ ହୋଇଗଲା ।ମା ବହୁତ ଚିନ୍ତା ରେ ପଡିଗଲା , ଏତେ କମ ପାରିଶ୍ରମିକ ରେ ତିନି ଟାଇମ ଖାଇବା ଯୋଗାଡ଼ କରିବା ମୁସ୍କିଲ ହୋଇପଡୁଥିଲା ।ତା ପୁଅ କୁ କେମିତି ପାଠ ପଢାଇବ ? ପରେ ମା ଟି ଗୋଟେ ଜମିଦାର ଙ୍କ ଘରେ ଚାକରାଣୀ ଭାବେ କାମ କଲା ।ନିଜ ପୁଅ ର ଯତ୍ନ ନେବାରେ ଅସୁବିଧା ହେବାରୁ ,ତା ପୁଅ କୁ ଛାତ୍ରାବାସ ରେ ରଖି ପାଠ ପଢାଇଲା ।ଏମିତି ରେ ଦୁଇ ରୁ ତିନି ବର୍ଷ ବିତିଗଲା ।ହଠାତ ଦିନେ ପୁଅ ଫେରି ଆସିଲା ତାର ମା ପାଖକୁ ସମସ୍ତ ବହି ପତ୍ର ଆଉ ଡ୍ରେସ ନେଇଆସିଥିଲା ସାଙ୍ଗ ରେ ।
ମା-(ବ୍ୟସ୍ତ ବିବ୍ରତ ହୋଇ) ଆରେ କାହିଁକି ପାଳିଆସିଲୁ ?ଏବେ ତ ବିଦ୍ୟାଳୟ ଛୁଟି ନାହିଁ ।କଣ ହେଲା ?
ପୁଅ-ମା ର ମୁହଁ କୁ ଚାହିଁ ରହିଥାଏ ।
ମା-ଆରେ ତୁ କିଛି କହୁନୁ କାହିଁକି?ମୁ ତୋ ପାଇଁ ନିଜ କୁ ଜମିଦାର ନ୍କ ପାଖରେ ବିକ୍ରି କରିଦେଲି,ଆଉ ତୁ ବିଦ୍ୟାଳୟ ଛାଡି ପାଳିଆସିଲୁ ।
ପୁଅ-ପୂର୍ବ ପରି ମା ର ମୁହଁକୁ ଚାହିଁ ରହିଥାଏ ।
ମା-(ଏଥର ରାଗିଯାଇ) କଣ ହୋଇଛି ?କିଛି ତ କହ ନ କହିଲେ ମୁ କେମିତି ଜାଣିବି?
ପୁଅ ମା ର ଚିନ୍ତିତ ମୁହଁକୁ ଦେଖି ଗୋଟେ ଚିଠି ବଢାଇ ଦେଲା ।
ମା-ଏଇଟା କଣ?
ପୁଅ-ମା ଏ ଚିଠି ଆମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତୋ ପାଇଁ ଦେଇଛନ୍ତି।ଆଉ ମୋତେ ବିଦ୍ୟାଳୟ ରୁ ତଡିଦେଲେ ।
-ମୁଁ ସତ କହୁଛି ମା ମୁଁ କିଛି ଭୁଲ କରିନାହିଁ ।କାହା ସହିତ ଝଗଡା କରିନାହିଁ ।
ମା ଚିଠି ପଢ଼ିସାରି କିଛି ସମୟ ପାଇଁ ଚୁପ ରହିଲା ।ତାର ଆଖିରୁ ଲୁହ ଧାରା ଗଡ଼ିଆସିଲା ।
ପୁଅ- ମା ତୁ କାନ୍ଦୁଛୁ କଣ ହେଲା ?କଣ ସେ ଚିଠି ରେ ଲେଖା ହୋଇଛି ମା?
ମା-(ପୁଅ କୁ ନିଜ ଛାତି ରେ ଚାପି ଧରି ନିଜ ଆଖି ରୁ ଲୁହ ପୋଛି)ନାହିଁ ରେ କିଛି ନାହିଁ ସେମାନେ ଚିଠି ରେ ଲେଖିଛନ୍ତି,ଆପଣଙ୍କ ଙ୍କ ପୁଅ ବହୁତ ଭଲ ପଢୁଛି ।ଆମେ ଆପଣଙ୍କ ପୁଅ କୁ ପଢ଼ାଇବା ପାଇଁ ସକ୍ଷମ ନୁହେଁ ।ଆପଣ ଙ୍କ ପୁଅ ବଡ ହେଲେ ବହୁତ ଭଲ କରିବ । ଦୟାକରି ଆପଣ ଆପଣ ଙ୍କ ପୁଅ କୁ ଏକ ଭଲ ବିଦ୍ୟାଳୟ ଦେଖି ନାମ ଲେଖାଇ ଦିଅନ୍ତୁ ।
ମା- ମୁଁ ଆଜି ବହୁତ ଗର୍ବିତ ।ତୋ ପରି ପୁଅଟିଏ ପାଇ ଥିବା ରୁ ।ତୁ ବ୍ୟସ୍ତ ହୋଅନି ,ମୁଁ ତୋ ନାମ ଗୋଟେ ଭଲ ବିଦ୍ୟାଳୟ ରେ ଲେଖେଇ ଦେବୀ ।
ପୁଅ-ମା ମୁଁ ଆଉ ପଢ଼ିବାକୁ ଛାତ୍ରବାସ ଯିବିନାହିଁ ,ମୁଁ ତୋ ପାଖ ରେ ରହି ପାଠ ପଢ଼ିବି ମା ।
ମା ଜମିଦାର ଙ୍କୁ କହି ପୁଅ କୁ ନିଜ ପାଖ ରେ ରଖିଲା ।ତାର ନାମ ପାଖ ରେ ଥିବା ଏକ ସରକାରୀ ବିଦ୍ୟାଳୟ ରେ ନାମ ଲେଖାଇଦେଲା ।ମା ସବୁବେଳେ ତା ପୁଅ କୁ ଜଗି ରହିଥିଲା ।ତା ପୁଅ କୁ ସବୁବେଳେ ବୁଝାଉଥିଲା ,ପୁଅ ରେ ମନ ଦେଇ ପାଠ ପଢ଼।ତୋ ପାଇଁ ମୁଁ କେତେ ପରିଶ୍ରମ କରୁଛି ।ତୋ ବାପା ଆଉ ଦୁନିଆରେ ନାହାନ୍ତି ।ତୁ ପାଠ ପଢି ଭଲ ମଣିଷ ତେ ହେଲେ ତୋ ବାପା ସ୍ୱର୍ଗ ରେ ଥାଇ ଖୁସି ହେବେ ।ମୋ ପରିଶ୍ରମ ସାର୍ଥକ ହବ ।
ପୁଅ କୁ ମା ର କଥା ସବୁ ବହୁତ ପ୍ରଭାବ ପକାଇଥିଲା ।ସେ ଆହୁରି ଭଲ ପଢିଲା ।ସୋପାନ ପରେ ସୋପାନ ଅତିକ୍ରମ କରି ସେ ସମସ୍ତ ପରୀକ୍ଷା ରେ ସଫଳ ହେଲା ଏବଂ ସଫଳତା ରେ ଶୀର୍ଷରେ ରେ ପହଞ୍ଚି ଗଲା ।ସେ ସର୍ବ ଭାରତୀୟ ପ୍ରଶାସନିକ ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ,ରାଜଧାନୀ ର ଏକ ସରକାରୀ କାର୍ଯ୍ୟାଳୟ ରେ ଉଚ୍ଚ ପଦବୀ ରେ ଚାକିରୀ ପାଇଲା । ମାତ୍ର ତାର ଏ ସଫଳତା ପଛରେ ଯାହାର ହାତ ଥିଲା ,ଯେ ତାକୁ ସବୁବେଳେ ବୁଝାଉଥିଲା,ଯେ ତା ପାଇଁ ଦିନ ରାତି ପରିଶ୍ରମ କରୁଥିଲା ।ତାର ମା ଆଉ ଏ ଦୁନିଆରେ ନ ଥିଲା ।ତାର ମା ଚାଲିଯାଇଥିଲା ତାର ବାପା ଙ୍କ ପାଖ କୁ ।ମା କଥା ମନେ ପକାଇ ସେ କାନ୍ଦିପକାଇ ଥିଲା
ଥରେ ସେ ନିଜ ଅଫିସ ରୁ ଛୁଟି ନେଇ ଗାଁ କୁ ବୁଲିବାକୁ ଗଲା । ଗାଁ ରେ ପହଂଚିବା ପରେ ସେ ସେହି ଭଙ୍ଗା କୁଡ଼ିଆ ଘର କୁ ଗଲା ,ଯେଉଁଠି ଦିନେ ସେ ତାର ମା ସହିତ ରହିଥିଲା ।
କୁଡ଼ିଆ ସଂପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥା ରେ ଥିଲା ।କୁଡିଆ ଘର ର ଛାତ ପୁରା ନଷ୍ଟ ହୋଇଯାଇଥିଲା ।ତଳେ ଛୋଟ ଛୋଟ ଗଛ ରେ ଭରପୁର ହୋଇଯାଇଥିଲା ।ଶୀତ ତାପ ନିୟତ୍ରୀତ ଘରେ ରହୁଥିବା ବାବୁ ଙ୍କୁ ବିଶ୍ୱାସ ହେଲାଣି ଯେ ସେ ଦିନେ ଏହି ଘରେ ରହିଥିଲେ ।ଏମିତି ଘର ଭିତରେ ଚାରିଆଡେ ଆଖି ବୁଲାଉ ବୁଲାଉ ବାବୁ ଙ୍କ ରେ ଆଖି ପଡି ଯାଇଥିଲା ଗୋଟେ ଭଂଙ୍ଗା କଳଙ୍କି ଲାଗିଥିବା ଅଲମିରା ଉପରେ ।ସେ ଅଲମିରା ର କବାଟ ଖୋଲି ଯାହା ଦେଖିଲା ତାହା ତାକୁ ଚମକେଇ ଦେଇଥିଲା ।ଅଲମିରା ରେ ଦେଖିବାକୁ ପାଇଲା ତାର ସେହି ପୁରୁଣା ୟୁନିଫର୍ମ, ବହି ,ଡ୍ରେସ,ଖାତା, ଅନୁମାନ ଙ୍କ ଫୋଟୋ ,ସବୁ କିଛି ଧୂଳି ରେ ଆଚ୍ଛାଦିତ ହୋଇ ମଇଳା ଦେଖା ଯାଉଥିଲା ।ୟା ଭିତରେ ସେ ଏକ ଭାଗବତ ଗୀତା ର ବହି ରେ କିଛି କାଗଜ ଟିକୁଡ଼ା ଦେଖିବାକୁ ପାଇଲା ।ପରେ ବହି ରୁ ଧୂଳି ଝାଡ଼ି ସେଥି ରୁ କାଗଜ ର ତୁକୁଡ଼ା କୁ ବାହାର କରିଥିଲା ।
ଏ କଣ ? ଏ ତ ସେହି ଚିଠି ଯାହା ମୁଁ ବିଦ୍ୟାଳୟ ରୁ ତଡା ଖାଇ ସାଙ୍ଗ ରେ ନେଇ ଆସିଥିଲି ଆଉ ମା କୁ ଦେଇଥିଲି।କିନ୍ତୁ ମା ଏ ଚିଠି କୁ ଏ ଯାଇ କାହିଁକି ରଖିଥିଲା ।
ସେ ଚିଠି ଖୋଲି ପଢିବାକୁ ଆରମ୍ଭ କଲା ।ଚିଠି ରେ ଏମିତି ଲେଖା ଥିଲା ," ସମ୍ମାନନିୟ ପିତାମାତା,ମୁଁ ଏ କଥା ପ୍ରକାଶ କରିବାରେ ବହୁତ ଦୁଃଖିତ।ତଥାପି ଆପଣଙ୍କ ପିଲା ର ଭବିଷ୍ୟତ ପାଇଁ ଲେଖୁଅଛି।ଆପଣ ଙ୍କ ପୁଅ ପଢା ରେ ବହୁତ ଦୁର୍ବଳ ।ଆମ ବିଦ୍ୟାଳୟ ର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାଂନେ ବହୁତ ଚେଷ୍ଟା କରିବା ପରେ ବି ଆମେ ଅସରମର୍ଥ ।ସେଠି ପାଇଁ ଆମେ ଆପଣଙ୍କ ପିଲା କୁ ଆମ ବିଦ୍ୟଳୟ ରୁ ବରଖାସ୍ତ କରିଦେଲୁ ।ଦୟାକରି ଆପଣ ଆପଣଙ୍କ ପିଲା କୁ ଅନ୍ୟ କେଉଁ ବିଦ୍ୟଳୟ ରେ ନାମ ଲେଖାଇଦିଅଁନ୍ତୁ ।
ଚିଠି ପଢି ସରିବା ପରେ ବାବୁ ଜଣ ଙ୍କ ଭୂମି ରେ ବସି ପଡ଼ିଲେ ।ଆଉ ଭାବି ଲାଗିଲେ ସେଦିନେ କାହିଁକି ତା କାନ୍ଦିପକାଇ ଥିଲା ,କାହିଁକି ସେ ସବୁବେଳେ ମୋତେ ବୁଝାଉଥିଲା ପାଠ ପଢିବାକୁ ,କାହିଁକି ସେ ସବୁବେଲେ ଚିନ୍ତା କରୁଥିଲା ,କାହିଁକି ସବୁବେଳେ ଦୁଃଖ ରେ ରହୁଥିଲା ।ଯେଉଁ ସବୁ ପାଇଁ ସେ ଏତେ ପରିଶ୍ରମ କରୁଥିଲା ,ଏତେ ଚିନ୍ତା କରୁଥିଲା ।ସେ ସବୁ ସେ ଦେଖିବା ପାଇଁ ଆଉ ଏ ଦୁନିଆରେ ନାହିଁ ।ସେହି ଚିନ୍ତା ହିଁ ତା ପାଇଁ କାଳ ହେଲା ।ଉଚ୍ଚ ରକ୍ତ ଚାପ ରେ ଦେହ ତ୍ୟାଗ କଲା ।ମୋତେ ଛାଡ଼ି ବାପା ଙ୍କ ପାଖ କୁ ଚାଲିଗଲା ।ଏମିତି ଭାବୁ ଭାବୁ ବାବୁ ଙ୍କ ଆଖି ଲୁହ ରେ ଛଳ ଛଳ ହୋଇ ଉଠିଲା ।



ପ୍ରକାଶ ସାହୁ, ଭାରତୀୟ ନୌସେନା, ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ

Post a Comment

0 Comments