Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆମ ପରିବେଶ - ପ୍ରଣତୀ ମହାପାତ୍ର

 

ପ୍ରଣତୀ ମହାପାତ୍ର
ଫକୀରମୋହନ ନଗର,
ଆଇ.ଟି.ଆଇ ଛକ, ବାଲେଶ୍ୱର

ପାହିଲାଣି ନିଶି ବୁଡିଗଲେ ଶଶୀ
ନିଦ୍ରା ଭାଜ ଗଣ୍ଠି ଧନ,
କାକ, ପିକ, କୁକ୍କ ରାବ ଯେ ଦେଲେଣି
କର ଯେ ଆତ୍ମ ଚିନ୍ତନ ।
ନିଶି ଶେଷେ ଯଦି ପ୍ରଭାତ ଆସଇ
ହରସେ ଆସଇ ରବି,
ନିଜ ନିଜ କର୍ମ ପଥେ ଯା'ନ୍ତି କରି
ତୁ କିସ ବସୁ ଯେ ଭାବି ।
ଧୂମମୟ ଦିଶେ ଗୋଗଷ୍ଠ ବାହୁଡା
ଗାଁ ପରିବେଶ ମେଳେ,
ସର୍ବଦା ଦିଶଇ ସାରା ଜଗତଟା
ଦୂଷିତ ମରୂତ ଖେଳେ ।
ଛଅଋତୁ କେଣେ ହଜି ଯେ ଗଲେଣି
କେବଳ ଗ୍ରୀଷମ ଆସେ,
ତାପମାତ୍ରା ଏଠି ପଚାଶ ଟପିଲା
ଜୀବଜନ୍ତୁ ହା ହୁତାସେ ।
ଜଙ୍ଗଲର ଆଉ ଚିହ୍ନବର୍ଣ୍ଣ ନାହିଁ
କଳକାରଖାନା ମାଳ,
ବିଲବାଡି ଫାଟି ଆଁ କରିଲାଣି
ପଡିଛି ସତେ ଅକାଳ ।
ଦାଦନ ଖଟନ୍ତି ଭାଇବନ୍ଧୁ ଏଠି
ବିଦେଶେ କରନ୍ତି ଘର,
ପେଟକୁ ମୁଠାଏ ଦାନା ନ ପାଆନ୍ତି
ବୁଲୁଥାନ୍ତି ବାରଦ୍ଵାର ।
ଜଳ, ଜମି ଆଉ ଜଙ୍ଗଲ ର କଥା
ନାହିଁ କିଛି ବାସ୍ତବତା,
ସ୍ନେହ, ପ୍ରେମ ମୂଲ୍ୟ କେହି ନ ବୁଝନ୍ତି
ସବୁ ମିଥ୍ୟା ଅନୁଚିନ୍ତା ।
ବେଳ ଥାଉ ମନ ଆଣ୍ଟ କରି କର
ପ୍ରକୃତି ରାଣୀ ସୁରକ୍ଷା,
ଜଳ, ଅମ୍ଳଜାନ ଆଉ ପରିବେଶ
ନିଶ୍ଚୟ ହୋଇବ ରକ୍ଷା ।

Post a Comment

0 Comments