Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ନିଶା - ଚିନ୍ମୟ କୁମାର ବେବର୍ତ୍ତା

ଚିନ୍ମୟ କୁମାର ବେବର୍ତ୍ତା
ସମ୍ପାଦକ, ଲୋହରାଖଣ୍ଡି ସାହିତ୍ୟ ସଂସଦ
ଆର.ସି.ରୋଡ, ଭଞ୍ଜନଗର, ଗଞ୍ଜାମ
ଦୂରଭାଷ : ୯୪୩୭୦୪୬୦୫୭

ଏଠି ସମସ୍ତେ
ନିଶାଗ୍ରସ୍ତ ।

କିଏ ମଦର ନିଶାରେ
ମତୁଆଲା ତ
କିଏ ପ୍ରେମ, ଦେହ, ଯୌତୁକ
ନିଶାରେ ପାଗଳ
ପୁଣି କିଏ ଖାଇବାର, ପାଇବାର
ସାଇତିବାର ନିଶାରେ
ଜୀବନ ବିତାଇ ଦେଇଛି ତ
କିଏ ବଞ୍ଚିବାର ନିଶାରେ
ଯୁଦ୍ଧ କରି ଚାଲିଛି ।

ମୁଁ ବି ନିଶାରେ ବଞ୍ଚିଛି
ଆଉ ନିଶାର ସାମ୍ରାଜ୍ୟରେ
ସମ୍ରାଟର ଅଭିନୟ କରୁଛି ।

Post a Comment

0 Comments