Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଭଲକାମ - ପ୍ରଭାତୀ ମଞ୍ଜରୀ ବେହେରା

ଶ୍ରୀମତୀ ପ୍ରଭାତୀ ମଞ୍ଜରୀ ବେହେରା
ଶିକ୍ଷୟତ୍ରୀ, ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ମଳାସପଦର, ଜିଲୁଣ୍ଡି, ଗଞ୍ଜାମ
ଦୂରଭାଷ : ୮୮୯୫୭୪୪୩୭୨

ଭଲ କାମଟିଏ କରୁଥିବ ଯେବେ
ଚାହିଁବନି କେବେ ପଛକୁ
ବାଟ ଚାଲୁ ଚାଲୁ ସଂସାର ପଥରେ
ଶୁଣିବନି ପର ନିନ୍ଦାକୁ ॥

ସବୁ କାମ ପାଇଁ କଥାଟିଏ ଥାଏ
ବିଧି ତ ଲେଖିଛି ତାହା
ତ୍ୟାଗ ଠାରୁ ସେବା ଆହୁରି ବଡ ଯେ
ଜୀବନେ ଦେଖାଏ ରାହା ॥

ଆଶା ନିରାଶାର ଲୁଚକାଳି ଖେଳ
ଜୀବନେ ସଦାତ ଚାଲିଛି
ଭଲକାମ କଲେ ଏ ସମାଜ ପାଇଁ
ପ୍ରଶଂସା ତ ସଦା ମିଳିଛି ॥

Post a Comment

0 Comments