Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଏ ତ ବିଚିତ୍ର ଦୁନିଆ - ବିକେଶ ସାହୁ

ବିକେଶ ସାହୁ
ଭୁସଲାର୍ଡ, ସିନ୍ଧେକେଲା, ବଲାଙ୍ଗୀର
ଦୂରଭାଷ : ୭୭୫୨୦୬୬୨୧୭

ମିଛ କୁହୁଡ଼ିରେ ସତ ଯାଏ ଲୁଚି
ମିଛ ପାଇଁ ଏଠି ହୁଏ ସବୁକିଛି
ସତ ପାଇଁ ଲୋଡ଼ା ସାଖି
ମିଛ ପାଇଁ ଏଠି ଶୁଭେ ବାଃ ବାଃ
ସତ ପାଇଁ ମିଳେ ଫାଶୀ
ଏ ତ ବିଚିତ୍ର ଦୁନିଆ
ଆଖି ଲୁହ ମରେ ଆଖି ।।

ଜ୍ଞାନୀ ଗୁଣି ମାନେ ଏଇଠି ଭିକାରୀ
ଆଜ୍ଞାନୀ ଚଢ଼େରେ ହାତୀ
ଜ୍ଞାନୀକୁ ମିଳେନି ରୁଟି
ଅର୍ଥବଳ ଏଠି ସାଜେ ଶ୍ରେଷ୍ଠବଳ
ତୁଚ୍ଛା ଆଉ ସବୁକିଛି
ଏ ତ ବିଚିତ୍ର ଦୁନିଆ
ଗଧ ମୁଣ୍ଡରେ ପଗଡି ।।

ଏଠି ବସି ଅଛି ବଗ ଧାର୍ମିକ ବେଶରେ
ଧରମର ମୁଖା ପିନ୍ଧି
ମିଛେ ରାମ ରାମ କହି
ଭିତରେ ଭିତରେ କରେ ରେ ଶୋଷଣ
ମାନବିକତାକୁ ଭୁଲି
ଏ ତ ବିଚିତ୍ର ଦୁନିଆ
ଚୋର ହାତେ ଚାବିକାଠି ।।

ଟଙ୍କା ସାଜେ ଆଜି ଏଠି ସବୁକିଛି
ଟଙ୍କା ନ ଥିଲେ ହୁଏ ନାହିଁ କିଛି
ଟଙ୍କା ପାଇଁ ରାଜନୀତି
ତେଲିଆ ମୁଣ୍ଡରେ ଢଲାହୁଏ ତେଲ
ନିରକ୍ଷର ହୁଏ ମନ୍ତ୍ରୀ
ଏ ତ ବିଚିତ୍ର ଦୁନିଆ
ବିଷପିଇ ମରେ ଚାଷୀ ।।

ଅଣ୍ଟି ଛୁରୀ ପରା କାଟେ ଏଠି ତଣ୍ଟି
ସମ୍ପର୍କ ନାଆଁରେ ସ୍ୱାର୍ଥର କୁହୁଡି
ଶୁଣିଲେ ଲାଗଇ ଭୀତି
ମା ବିକେ ଛୁଆ ପୁଅ ଶତ୍ରୁ ବାଆ
ସ୍ୱାର୍ଥ ପାଇଁ ସବୁକିଛି
ଏ ତ ବିଚିତ୍ର ଦୁନିଆ
ଶୁଣି ଥରି ଉଠେ ଛାତି ।।

Post a Comment

0 Comments