Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ବସଯାତ୍ରା - ମହା ଗାଲୁଆ ସନୁ

ବସ ସେଦିନ ଭିଡ ଥିଲା ଏମିତି,
ଗୁଡ଼ ଖଣ୍ଡକୁ ଜନ୍ଦା ଲାଗନ୍ତି ଯେମିତି,
୬୦ ସିଟିଙ୍ଗକୁ ୧୨୦ ଷ୍ଟାଣ୍ଡିଙ୍ଗ ଭର୍ତ୍ତି,
ତଥାପି ଡାକୁଥିଲି ଯାତ୍ରୀ,
ବସ ଭିତରେ ଅଛି ବାରବାଟୀ ଷ୍ଟାଡିୟମ,
କିନ୍ତୁ ସୋରିଷ ବୁଣିବାକୁ ଜାଗା ଥିଲା କମ,
ପାନଖିଆ ବାବୁ ଜଣେ ବୋଳି ଦେଲେ ହାତେ,
ପୁଣି ଗୁଣ୍ଡି ଖଇର କୁ ଚୂନ ତା ସାଥେ,
ଭାରି ହନ୍ତସନ୍ତ ହେଲି ମନେ ମନେ,
ଶପଥ କରିଲି ଆଉ ଯିବିନି ଜୀବନେ ॥



ବ୍ୟଙ୍ଗକାର - ମହା ଗାଲୁଆ ସନୁ
ରାୟଗଡା, ଗୁଣପୁର


Post a Comment

0 Comments