Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଗଞ୍ଜାମର କବିତା-ଘର ସାହିତ୍ୟ ଉସ୍ଚବ ୨୦୧୭

ଗଞ୍ଜାମର କବିତା-ଘର ସାହିତ୍ୟ ଉସ୍ଚବ ୨୦୧୭ ଆସନ୍ତା ୨୨-୧୦-୨୦୧୭ ରେ ଅନୁଷ୍ଠିତ ହେବାକୁ ଯାଉଛି । ଏହା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ଅଧିବେଶନ ସକାଳ ୧୦ ଟା ରୁ ଅପରାହ୍ନ ୧:୩୦ ଏବଂ ଦ୍ଵିତୀୟ ଅଧିବେଶନ ଅପରାହ୍ନ ୨ ଟା ରୁ ସନ୍ଧ୍ୟା ୫:୩୦ ରେ ଶେଷ ହେବ । ଏହି ଅଧିବେଶନ ଗୁଡିକରେ ଓଡିଆ ସାହିତ୍ୟର ଆଭିମୁଖ୍ୟ, କବିତା ପଠନ ଏବଂ ପୁସ୍ତକ ଉନ୍ମୋଚନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯିବାର ବ୍ୟବସ୍ଥା କରାଯାଇଅଛି । ଦୁଇ ଗୋଟି ଅଧିବେଶନର ନିମ୍ନ ପ୍ରଦତ୍ତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରତ୍ୟେକ ଓଡିଆ ସାହିତ୍ୟ ପ୍ରେମୀ ମାନଙ୍କୁ ବିପୁଳ ସଂଖ୍ୟାରେ ଯୋଗଦାନ ନିମନ୍ତେ ଏହାର ଆୟୋଜକ ଓ ସଂଯୋଜକ ଶ୍ରୀ ନରେଶ ସାଗର ବେହେରା ଜଣାଇଛନ୍ତି । ନିମ୍ନ କାର୍ଯ୍ୟସୂଚୀ ଅନୁଯାୟୀ ଉପସ୍ଥିତ ରହିବାକୁ ଅନୁରୋଧ । (ଆୟୋଜକ ଓ ସଂଯୋଜକ ଶ୍ରୀ ନରେଶ ସାଗର ବେହେରା ଓ ଶ୍ରୀ ଭାଗିରଥୀ ବେହେରା)


[gallery type="columns" link="none" columns="2" size="large" ids="4228,4229"]

 

Post a Comment

0 Comments