Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ରାଜ ଉଆସ ରୁ ଜରା ନିବାସ - ସୀମାଞ୍ଚଳ ରଣା

ସୀମାଞ୍ଚଳ ରଣା
କୁର୍ତ୍ତମଗଡ଼, କନ୍ଧମାଳ
ଦୂରଭାଷ: ୮୨୮୦୯୧୩୯୬୬

ଆତ୍ମା କାନ୍ଦୁଛି ହୃଦୟ ସହୁଛି,
ଦେଖି ବାର୍ଦ୍ଧକ୍ୟର କଷଣ ।
କେମିତି ସନ୍ତାନ ସୁଯୋଗ୍ୟ ପିତାର,
ଅଯୋଗ୍ୟର ବିବେଚନେ ।
ଚମ ଧୁଡୁଧୁଡୁ ଆଖି ଦୁରୁବଳ,
ବହୁଛି ଲୁହର ନଈ ।
ତଥାପି ଭୁଲିନି ପୁଅ ବୋହୂକୁ,
କାନ୍ଦି କାନ୍ଦି ଦିଏ କହି ।
କି କାରଣେ ତେବେ ଜରା ନିବାସରେ,
ଚର୍ଚ୍ଚିତ ବଲାଙ୍ଗୀର ।
ଉତ୍ତର ମିଳିଛି ସେଇ ମା’ପାଖୁ,
ସୁନା ବୋହୁ କଲା ପର ।
କହିଥିଲା ଦିନେ ସାକ୍ଷୀ ଥିଲା ପୁଅ,
ମାତୃ ଭକ୍ତି ସିଏ କରିବ ।
ବାର୍ଦ୍ଧକ୍ୟ କୁଆଡେ ତାହାର ଶତ୍ରୁ,
କେମିତି ମା'କୁ ପୋଷିବ ।
ବିଦା କରିଦେଲେ ପୁଅ ବୋହୂ ମିଶି,
ହେଲା ନାହିଁ ଦୟା ତାଙ୍କର ।
ବିଧବା ପତ୍ନୀ ଟେ କେମିତି ବଞ୍ଚିବ,
ସ୍ୱାମୀ ଘର ସ୍ୱର୍ଗପୁର ।
ଏକ ସେ ନୁହଇ ଅନେକ ଅଛନ୍ତି,
ଅନ୍ତେବାସୀ ଜରା ନିବାସେ ।
କିଛିଙ୍କର ନାହିଁ ଆତ୍ମୀୟ ସ୍ୱଜନ,
କିଛିଙ୍କ ପୁତ୍ର ବିଦେଶେ ।
ସୁଯୋଗ୍ୟ ପିତାର ଅଯୋଗ୍ୟ ସନ୍ତାନ,
ମନେ ରଖ ଗୋଟେ କଥା ।
ବାର୍ଦ୍ଧକ୍ୟ ତ ଦିନେ ନିଶ୍ଚିତ ଆସିବ,
ତୁମ ସହ ହୋଇ ଦେଖା ।

Post a Comment

0 Comments