Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଯବାନ - ପ୍ରସନ୍ନଜିତ ସାହୁ

ପ୍ରସନ୍ନଜିତ ସାହୁ
ମହିଷାମୁଣ୍ଡା, ନାଉଗାଁ, ଜଗତସିଂହପୁର

ବନ୍ଧୁକ, ଗୁଳି, ଡିନାମାଇଟ, ବୋମା... ସବୁ ଯେମିତି ତା ପାଇଁ ଥିଲା ଅଷ୍ଟମ ଆଶ୍ଚର୍ଯ୍ୟ । ପ୍ରତି ମୁହୂର୍ତ୍ତରେ ଉଦବେଳିତ କରି ତା'ର କୋମଳ ଛାତିକୁ ଯେମିତି ଚିରି ପକାଉଥିଲା ଏହି ଆଗ୍ନେୟ ଜିନିଷ ସବୁ । ହେଲେ କାହିଁକି ? ନାଚି ଉଠୁଥିଲା ସନ୍ତ୍ରାସବାଦର ମର୍ମନ୍ତୁଦ ଆକ୍ରମଣ ତା'ର ମାନସପଟରେ । ମାଘମାସ ଜାଡ ପରି ଲୋମ ଶୀହରଉ ଥିଲା, ଆଖିରେ ଦେଖୁଥିବା ପୁଞ୍ଜା ପୁଞ୍ଜା ଶିରାଳ ମର ଶରୀର । ମନରେ ଅସୁମାରୀ ପ୍ରଶ୍ନ । ସେ କ'ଣ ଦୂରେଇ ପାରିବ ପ୍ରକୃତିର ରକ୍ତିମ ଦୃଶ୍ୟକୁ ?? ଫେରେଇ ପାରିବ ମାଆର ଦୁଃଖ ??? ହେତୁ ପାଇବା ଦିନଠୁ ଅସରନ୍ତି ପ୍ରଶ୍ନ ଦିନରେ ବି ସ୍ଵପ୍ନ ଦେଖାନ୍ତି ମନୋଜକୁ । ଠିଆ ଠିଆ ବହୁତ କଥା ଭାବି ଦିଏ ଯେମିତି ପାର୍ଲିଆମେଣ୍ଟ ଠାରୁ ରାଷ୍ଟ୍ରପତି ଭବନ ଯାଏଁ ସଙ୍ଗେ ସଙ୍ଗେ । ମନେମନେ କଷ୍ଟ ପାଏ ପୁଣି ଭାରତବର୍ଷର ବୀର ସଂଗ୍ରାମୀ ମାନଙ୍କୁ ମନେ ପକାଇ ଦୀର୍ଘ ଶ୍ଵାସ ଛାଡେ । ପ୍ରାଇମେରୀରୁ ମହାବିଦ୍ୟାଳୟର ଜୀବନକୁ ତିଳେ ତିଳେ ଅନୁଭବ କରିଛି ମନୋଜ । ସେହି ନିଷ୍ଠୁର ମାନଙ୍କ ହାତରେ ଯାଇଛି ତା ବାପାଙ୍କ ଜୀବନ । ଅଭାବର ପରିସୀମାକୁ ଡେଇଁବାକୁ ଅନବରତ ଚେଷ୍ଟା । ଛାତି ମାଙ୍କଡା ପଥର ପ୍ରଥମେ ପ୍ରାୟ ଦୁଃଖ ଭାରରେ । ହେଲେ ତା'ର ନିଶା ବନ୍ଧୁକ ଧରିବ ସେ ପୁଣି ସରକାରୀ ଛାପ ବାଲା । ଆଉ ଶେଷ କରିଦେବ ଆତଙ୍କବାଦର ବହ୍ନି । ମୁଣ୍ଡରେ ଟୋପି ଆଉ ମାଟିଆ ପୋଷାକକୁ ଚାତକ ପରି ଚାହିଁ ଚାହିଁ ବହୁ ପରିଶ୍ରମ ପରୀକ୍ଷା ପରେ ମନୋଜ ପାଇଲା ଜବାନ ପଦବୀ । ପୁଣି ଭାରତ ମାତାର । ସେ ହେବ ଦେଶର ରକ୍ଷକ । ସୁରକ୍ଷା ଦେବ ମାଟି ମାଆକୁ..। ବହୁ ଅପେକ୍ଷିତ ପଦବୀକୁ ନେଇ ମନୋଜ ଚାଲିଗଲା କାଶ୍ମୀର ।


ମାଆ ସହିତ ଗାଆଁ ଲୋକେ ମଧ୍ୟ ଭଲପାଆନ୍ତି ମନୋଜକୁ । ମନୋଜ ପାଖରେ ଆଜି ବନ୍ଧୁକ, ଗୁଳି, ଡିନାମାଇଟ, ବୋମା, ବିସ୍ଫୋରଣ ସବୁ ଚିହ୍ନା । ଅପାଠୋଇ ମାଆ ପାଖକୁ ଆସେ ମନୋଜର ପ୍ରେମ ଭରା ଚିଠି । ଲେଖାଥାଏ ମନୋଜର ଭଲ ମନ୍ଦ ପ୍ରଶ୍ନ ଥାଏ "ବୋଉ ତୁ ଭଲରେ ଅଛୁ ତ ? ମୁଁ ମୋ ସ୍ଵପ୍ନର ଜୀବନ ପାଇଯାଇଛି । ଆତଙ୍କରୁ ମୁଁ ମୋ ମାଟି ମାଆକୁ ରକ୍ଷା କରିବି । ଏମିତି ଅନେକ କିଛି.. ଖୁସିହୁଏ ମାଆ । ଝରିପଡେ ପୁଅପାଇଁ ଦୁଇଟୋପା ଲୁହ । ହେଲେ ସେ କାନ୍ଦେନି କାଳେ ମନୋଜର ଅମଙ୍ଗଳ ହେବ ?


କିଛିଦିନ ପରେ ଆଉ ଗୋଟେ ଚିଠି, ଲେଖାଥିଲା "ମାଉସୀ ମୋର ପ୍ରଣାମ ଗ୍ରହଣ କରିବେ । ମୁଁ ମନୋଜର ବନ୍ଧୁ ସାଗର । ମନୋଜ ଆଉ ଏ ଦୁନିଆରେ ନାହିଁ । ସେ ଦେଶପାଇଁ ସାଜିଛି ଶହୀଦ । ହଁ ମରିବା ପୂର୍ବରୁ ଶେଷ କରିଦେଇଛି କିଛି କ୍ରୁର ଆତଙ୍କବାଦୀଙ୍କୁ । ପ୍ରଣାମ ମାଉସୀ । ଜୟ ହିନ୍ଦ୍ !" କିଛି ଘଣ୍ଟା ପରେ ପହଞ୍ଚିଲା ମନୋଜର ଶହୀଦ ଶରୀର । ଆଉ ଦୂରରୁ ଶୁଭୁଥିଲା "ୟେ ମେରେ ବତନ କି ଲୋଗୋଂ ଜରା ଆଂଖମେ ଭରଲୋ ପାନି... !!!


Post a Comment

1 Comments

  1. ସସ୍ମିତା ନାୟକ, ନୂଆପଲ୍ଲୀ10/30/2017

    ଜୟ ଯବାନ.. ଜୟ କିଷାନ..

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।