Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅଭିମାନିନୀ - ପ୍ରସନ୍ନ କୁମାର ମାଦଳା

ପ୍ରସନ୍ନ କୁମାର ମାଦଳା
ଘର ନଂ - ଏଫ୍ / ୧୩ , ସେକ୍ଟର- ୪, ରାଉରକେଲା- ୨
ଦୂରଭାଷ - ୭୯୭୮୧୯୨୨୨୭

ଥାଉ ଥାଉ ଲୋ ସଜନୀ ଧାଇଁକି
ଆଉ ଡାକନି ଥାଉ
ଆଉ ଜମା ଆଜି ନୀର ପାଇଁକି
ଥାଉ ଯିବିନି ଆଉ ।
ଯେତେ କରି ମୁଁ କହିଲି ବୁଝାଇ
ଚୋର ଶୁଣିଲା ନାହିଁ
ଏତେ ଦହଗଞ୍ଜ କଲା ଶୁଝାଇ
ମୋର ବାଟକୁ ଚାହିଁ ।
ଦୂରେ ଥିଲେ ସିନା ତା'ର ସେ ବେଣୁ
ଦିବା ନିଶି ବାଜଇ
ସୁରେ କାମୋଦୀ ରାଗରେ କି ତେଣୁ
କିବା ବେଶି ସାଜଇ ।
ବାଈ କରଇ ମୋହରି ଅନ୍ତର
ବାର ଅଙ୍ଗ ଶିହରେ
ଯାଇ ଶିଖିଛି ମୋହିନୀ ମନ୍ତର
ତା'ର ସାଥେ ବିହରେ ।
ହେଲେ କିପାଇଁ ସହିବି କହ ଲୋ
ମତେ ସଞ୍ଜ ସଳିତା
ଦେଲେ ତଇଳ ଜଳିବି ରହ ଲୋ
ସତେ ଭାବେ ଲଳିତା ।
ସାଥେ ଥାଇ ଚେତା ହାରେ ସେ ବୃନ୍ଦା
ପୁଛେ କୋଳରେ ଥୋଇ
ମାଥେ ସିଞ୍ଚେ ଆଣି ଜଳ ଦି' ବୁନ୍ଦା
ମିଛେ ବଇଦ ହୋଇ ।
ଭେଳି ଭେଳିକି ଦେଖାଏ ନାଟକ
ମାଡି ଗୋପୀଙ୍କ ତୁଲେ
କେଳି କରିବା ଆଳରେ ପାଟକ
ଛାଡି କଦମ୍ବ ମୂଳେ ।
ମୋତେ ସଙ୍ଗତେ ନ ନେଇ ତଟିନୀ
ଜଳେ ଖେଳଇ ଖେଳ
ତୋତେ ଜଣା କି କେ କୁମ୍ଭ-କଟିନୀ
ବଳେ କରିଛି ମେଳ ।
ମତ ବିଶାଖା ହେ ଶୁଣ ବହନ
ହେମ ମୂରଲୀ-ପାଣି
ସତ କହୁଛି ତାହାର ଗହନ
ପ୍ରେମ ପାରିବା ଜାଣି ।

Post a Comment

0 Comments