Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଯନ୍ତ୍ରଣାରେ ଜୀବନ

ଇଂ ସସ୍ମିତା ବେହେରା
ସୋଲର, ଛତିଆ, ଯାଜପୁର

କେତେ ଆଉ ସହିବୁ ତୁ
ଉଗ୍ରବାଦୀ ପୁରୁଷ ସମାଜର
ତାଡନା ଆଉ ଭର୍ସ୍ଚନା..
ଦୁର୍ବିସହ ହୋଇପଡିଲାଣି
ଜୀବନ ଯନ୍ତ୍ରଣା...
ଫେରିଯା... ଫେରିଯା... ପୁଣିଥରେ
ତୋର ମାଆ କୋଳକୁ
ଏକ ଅବୋଧ ଶିଶୁଟେ ହୋଇ
ପାଲଟିଯିବୁ ମାଟିର ପିଣ୍ଡୁଳାଟିଏ
ନା କିଛି କହି ପାରିବୁ... ନା ସହିବୁ
ଏ ଅତ୍ୟାଚାର...
ନଥିବ ହସ କି ଲୁହ
ଆଶା, ଅଭିଳାଷ, ଅବଶୋଷ ସବୁ
ଜୁଇରେ ପାକ କରି
ଶୋଇଯିବୁ ଏକ ଶାନ୍ତିର ନିଦରେ
ପତିତା ସୀତା ପରି;
ମାଟି ମାଆ ର ସେ
ପବିତ୍ର ଅଗଣାରେ... !!!

Post a Comment

0 Comments