Information

ସତ୍ୟ

ସ୍ନେହାଶିଷ ମହାନ୍ତି
ପାଣୁଦାସ ଖୁଣ୍ଟା, ମୟୂରଭଞ୍ଜ
ଦୂରଭାଷ : ୭୦୬୪୧୧୧୬୮୯

ମୋ ସଦ୍ୟସ୍ନାତ ସ୍ମୃତିର
ଓଦା ଲୁଗାଟିକୁ
ସଯତନେ ଚିପୁଡି ଦେଇ
ପାଇ ଯାଇଛି ଆଜି
ଆଞ୍ଜୁଳାଏ
ଅଭୂଲା ଅତୀତ ।

ଅର୍ଦ୍ଧ ସ୍ଵଚ୍ଛତାର
ସହାନୁଭୁତିରେ ସନ୍ତପ୍ତ ସୁଖ
ଆଉ କିଛି
ଅନ୍ତରର ଅତୃପ୍ତ ଆଘାତ ।

ବର୍ତ୍ତମାନଠୁ କୋଷେ ଦୂର
ଲିଭିଯାଇଥିବା ଜଳଛବି ସବୁ
ସାମାନ୍ୟ ଜୀବିତ
ମୁଁ ଜାଣେ
ସବୁ କାଳର ପ୍ରଣୀତ
କାଲିଠୁ ଆଜି
ଓ ଭାବନାର ବିଭିନ୍ନ ଭବିଷ୍ୟତ
କିଏ ଜୀବ !
କିଏ ମୃତ !!
ଏହିଯେ ସତ୍ୟ...
କେବଳ ସତ୍ୟ !!!

Post a Comment