Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବଜ୍ରପାତରୁ ସୁରକ୍ଷା ବିଧି

ଇଂ ବିଦ୍ୟାଧର ପଣ୍ଡା
ଖ-୧୭/୧୫, ପଞ୍ଚସଖା ନଗର, ଡ଼ୁମୁଡ଼ୁମା, ଭୁବନେଶ୍ୱର,
ଜିଲ୍ଲା- ଖୋରଧା, ଓଡ଼ିଶା, ଦୂରଭାଷ-୯୪୩୯୧୨୮୦୫୦

ଆଜିକାଲି ଦେଖ ବରଷାରେ ଯାଏ
ବହୁତ ନିରୀହ ପ୍ରାଣ
ଛୋଟଛୋଟ କଥା ମାନିନେବା ଯଦି
ମରିବାନି ଅକାରଣ ॥
ବିଜୁଳି ପାଇଁକି ସ୍ୱତନ୍ତ୍ର ତାରକୁ
ଗୃହେ କରି ବ୍ୟବହାର
ଘଡ଼ଘଡ଼ି ସହ ବର୍ଷା ହେଉଥିଲେ
ଋହିବା ଘର ଭିତର ॥
କାର୍ ବସ୍ ଯାତ୍ରା ନିରାପଦ ଅଟେ
ଦ୍ଵି ଚକିଆ ଗତି ଧିର
ଝରକା କାନ୍ଥରୁ ଦୂରେ ଛିଡ଼ାହେବା
ଅଥବା ଖଟ ଉପର ॥
ଚଷାପୁଅ ଯଦି ହଳ କରୁଥାଏ
ଖାଲଯାଗା ଦେଖି ବସୁ
ଲୁହା ଜିନିଷକୁ ଦୁରକୁ ଫୋପାଡ଼ି
ପାପୁଲି କାନରେ କଷୁ ॥
ଗଛଲଟା କିମ୍ବା ଇଲେକ୍ଟ୍ରିକ୍ ଖୁଣ୍ଟ
ତଳକୁ ଯିବାନି ମୋଟେ
ଗୃହପାଳିତଙ୍କୁ ଗୁହାଳକୁ ଆଣି
ବାନ୍ଧି ରଖିବା ନିକଟେ ॥
ମୋବାଇଲ କାନଗିରି ଫଟାଇବ
ବିପତ୍ତି ତମ୍ବୁର ତଳେ
ଦରିଆ ମଝି ବା ନଦୀ ପୋଖରୀକୁ
ପଶିବାନି ଏଇ ବେଳେ ॥
ଟାଙ୍ଗିଆ କଟୁରୀ ଲୁହାଛଡ଼ ଆଦି
ପାଖରୁ ଦୂରକୁ ଫିଙ୍ଗି
ଖୋଲାପଡ଼ିଆରେ ସାଇକେଲିଂ କଲେ
ବାଜିବ ଚଢ଼ାଳି ପୁଙ୍ଗୀ ॥
ପ୍ରତିଶଦ୍ଦ ଯଦି ପଥରରୁ ଆସେ
ମୁଣ୍ଡବାଳ ହୁଏ ଠିଆ
ସେ’ଯାଗାରୁ ଶୀଘ୍ର ଦୌଡ଼ି ପଳାଅ
ବଜୁଳୀ ଲକ୍ଷଣ ତାହା ॥
ନିଜେ ମନେରଖ ସାଥୀଙ୍କୁ ବତାଅ
ବର୍ଷା ଦିନ ନୀତିଶିକ୍ଷା
ସର୍ବେ ଏ ଧରାରେ ସହଜେ ଲଭନ୍ତୁ
ବଜ୍ରପାତରୁ ସୁରକ୍ଷା ॥

Post a Comment

1 Comments

  1. Anonymous10/23/2017

    excellent educative poem - unique in awareness with social value

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।