Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ବାପୁ ! ଆସ ତୁମେ ଫେରିଆସ

ବଲବନ୍ତ ସାହୁ (ବବଲୁ)
ଭୂଷଲାର୍ଡ଼, ସିନ୍ଧେକେଲା, ଟିଟିଲାଗଡ
ଦୂରଭାଷ- ୯୦୭୮୧୦୫୨୩୪


ହେ ଗାନ୍ଧୀ..
ହେ ବାପୁ..
ହେ ମହାତ୍ମା !
ଏମିତି କିଛି ଶବ୍ଦ ଯେତେବେଳେ
ମୋ ପରିବେଶରେ ପ୍ରକମ୍ପିତ ହୋଇଉଠେ
ଆମ ମାଟିକାନ୍ଥରେ ଟଣା ସେ ଫଟୋ
ହଁ, ସେ ଅଧମୃତ, ଅଧନଗ୍ନ ଫଟୋ
ଲୁହକୁ ଲୁଚାଇ ଲୁଚାଇ କାନ୍ଦୁଥିବା
ମର୍ମେ ମର୍ମେ ଅନୁଭବ ହୁଏ,
ଅନୁଭବ ହୁଏ ତା' ଦରଦ କୁ
ତା' ଜ୍ୱାଳାକୁ
ତା' ହୃଦୟ କୋଣର ବେଦନା କୁ
ତା' ଭଗ୍ନପ୍ରାୟ ସୁପ୍ତ ଆଶା କୁ
ଅନୁଭବ କରିହୁଏ,
ସେ ଉଷ୍ନ ତରଳ ପଦାର୍ଥର ମୂଲ୍ୟକୁ ।
ସହସ୍ର ଭାବନାରେ ପୂର୍ଣ୍ଣ ଏ ମସ୍ତିଷ୍କ
ହଠାତ୍ ହୋଇଯାଏ ବାଟବଣା
ଭାବନା ଦୌଡିଚାଲେ ମାତ୍ର ଗୋଟାଏ ଦିଗକୁ
ଭାବନାରେ ଚାଲିଆସେ ସେଇ ରାମ ରାଜ୍ୟ
ସେଇ ଅହିଂସାର ଭାବ
ସେଇ ସତ୍ୟର ନଦୀବନ୍ଧ
ସେଇ ଗାନ୍ଧିବାଦୀ ଚିନ୍ତାଧାରା,
ତା ସହିତ ପାଟିରୁ ସ୍ୱତଃଫୁର୍ତ୍ତ ବାହାରି ଆସେ
ବାପୁ ତୁମେ ଫେରିଆସ
ଆସି ପୂରଣ କରିଦିଅ ସବୁ ସ୍ୱପ୍ନକୁ
ଗଢିଦିଅ ଅଧାଗଢା ରାମରାଜ୍ୟକୁ
ବାନ୍ଧିଦିଅ ସତ୍ୟର ବନ୍ଧକୁ
ବ୍ୟାପିଦିଅ ସେ ଅପୂର୍ବ ଚିନ୍ତାଧାରାକୁ
ଆସ, ଆସ ବାପୁ
ଆସ ତୁମେ ! ଫେରିଆସ...
ହଁ ଆସ ! ଆସ ତୁମେ ଫେରିଆସ ।


Post a Comment

0 Comments