ଅଦିନ ମେଘ - ଧ୍ରୁବ ଚରଣ ବେହେରା

ଅଦିନ ମେଘ - ଧ୍ରୁବ ଚରଣ ବେହେରା

ଧୃବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ, ଖୋରଧା

ସୁ-ନୀଳ ଆକାଶ ଶୋଭା
ଲାଗେ ଅତି ମନଲୋଭା
ମେଘମାଳ କରେ ସଭା
ଆକାଶେ ରହି
ଶୁଭିଲା ଦୁନ୍ଦୁଭି ନାଦ
ପ୍ରୀୟା ମନରେ ଆହ୍ଲାଦ
ଝରି ପଡିଲା ଜଳଦ
ସନ୍ଧ୍ୟାରେ ମହୀ
ଚଉଦିଗେ ସମୀର ବହିଲା
ପ୍ରେମିକା ଆନନ୍ଦରେ ହସିଲା ॥
ଆହ୍ଲାଦିତ ହେଲା ପ୍ରାଣ
ଖୋଜୁଥିଲା ପ୍ରେମବାଣ
ବର୍ଷା ସାଜିଲା ପ୍ରବୀଣ
ହୃଦୟେ ରହି
ଅସମୟେ ନେଲା କୋଳେ
ଭାସିଲି ମୁଁ ପ୍ରୀତି ଜଳେ
ଆନନ୍ଦେ ରହି
ଏତ ଅଦିନ ଅମୃତ ଝର
ଖୁସି ସ୍ଵପ୍ନ ଅଦିନ ମେଘର ॥

0 Comments