Information

ହେ ଚକାଡୋଳା - ପ୍ରକାଶ ସାହୁ

ପ୍ରକାଶ ସାହୁ, ଭାରତୀୟ ନୌସେନା
ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ

ହେ ଚକାଡୋଳା, ହେ ନନ୍ଦବାଳା,
କାହିଁକି କରିଲ ମୋ ଠାରେ ହେଳା,
ଡାକିଲେ ନ ଶୁଭେ କିଞ୍ଚିତେ ,
ଡାକି ଡାକି ସୁଖି ଗଲାଣି ମୋ ଗଳା ।

ଡୋଳା ଗୋଚରେ ରହିଛ,
ଡାକି ଡାକି ନ ଶୁଣୁଛ,
ହୃଦୟ ତ ଏଡେ ଦାରୁଣ,
କାହିଁ ଶୁଣୁନାହଁ ହେ ନାରାୟଣ ।


ତୁମେ କଣ ଏତେ ନିଷ୍ଠୁର,
କୁହ ହେ ରଙ୍ଗା ଅଧର,
କେଣେ କର ଖେଳ ଲୀଳା,
ଧରି ହୃଦେ ବନମାଳା ।

କେତେ ଦିନ ଆଉ ପୁଜିବି,
କେତେ ଭକତି ରେ ମୁଁ ଡାକିବି,
ଆଜନ୍ମ ରୁ ମୁହିଁ ତୁମର,
ଏବେ କି କଲ ଅନ୍ତର ।


ମୁହିଁ ମାତ୍ର ଏକ କ୍ଷୁଦ୍ର ନଦୀ,
ତୁମ୍ଭେ ପରା ବାରାନିଧି,
ମୁଁ ସିନା ନିର୍ବୁଦ୍ଧି,
ତୁମ୍ଭେ ମୋର ବୁଦ୍ଧି ।

ପୁତ୍ର କଲେ ଦୋଷ,
ପିତା କରେ ରୋଷ,
ସ୍ତିରୀ ଦୋଷୀ ହେଲେ,
କ୍ଷମା କରେ କାନ୍ତ ।


ହେ ଦୟା ର ସାଗର,
ଯଦି କରିଥାଏ ଅପକାର ,
ପାପଘ୍ନ କର ହେ ବଂଶୀଧର,
ସହି ହେଉ ନାହିଁ ଦୁଃଖ ର ଭାର ।

ଶେଷ ଇଛା ହେ ଚକାଡୋଳା,
ମୋତେ ଆପଣାର କରିନିଅ,
ସବୁ କାଢି ନେଇ କାଙ୍ଗାଳ ସଜାଇ,
ତୁମ ଶ୍ରୀଚରଣେ ସ୍ଥାନ ଦିଅ ।

Post a Comment