Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ହେ ଗାନ୍ଧୀ

ବିକେଶ ସାହୁ
ଭୂଷଲାର୍ଡ, ସିନ୍ଧେକେଲା, ବଲାଙ୍ଗୀର

ହେ ଗାନ୍ଧୀ !
ତୁମେ ଆସ ଆଉଥରେ
ଅହିଂସାର ମନ୍ତ୍ର ନେଇ
ହିଂସାରେ ଆଜି ଜଲୁଛି ଭାରତ
ଶାନ୍ତି ଆଉ ଜମା ନାହିଁ ।

ଅଖଣ୍ଡ ଭାରତ ଆଜି ଖଣ୍ଡ ଖଣ୍ଡ
ଏକତା ତ ଜମା ନାହିଁ
ସୀମାନ୍ତ ରେ ଆଜି ମରୁଛି ସୈନିକ
ଶାନ୍ତି ଚୁକ୍ତି ଗଲା କାହିଁ ।

ଧର୍ମ ନାମରେ ଚାଳୁଛି ବେପାର
ଧର୍ମ ନାମେ ରାଜନୀତି
ଭାତୃତ୍ୱର ଭାବି ବିଶ୍ୱ ଏକତା
ଆଉ ଏଠି ଜମା ନାହିଁ ।

ଧର୍ମ ଗୁରୁ ଆଜି ସାଜିଛି ରାବଣ
ପାପ ସ୍ୱର୍ଣ୍ଣ ଲଙ୍କା ଗଢି
ସତୀ ନାରୀଙ୍କର ସତୀତ୍ୱ ଚୋରାଏ
ମିଛ ପ୍ରତିଶ୍ରୁତି ବଢି।

ରାଜନୀତି ଆଜି ସାଜିଅଛି କାଳ
କ୍ଷମତାର ସ୍ୱାର୍ଥ ବରି
ନିରୀହ ଜନତା ନିଇତି ଏଇଠି
ଶିକାର ସାଜେ ତାହାରି ।

ନାହିଁ ଶାନ୍ତି ଏଠି ନାହିଁ ତ ଶୃଙ୍ଖଳା
ହିଂସାବାଦୀ ର ରାଜୁତି
ଗରୀବର ପାଇଁ କେବଳ ଯୋଜନା
ହେଲେ ମିଳେ ନାହିଁ କିଛି ।

ସ୍ୱାଧୀନ ହୋଇନି ଆଜିବି ଭାରତ
ଦେଖିଯାଅ ଥରେ ଆସି
ପୁଞ୍ଜିବାଦୀ ହାତେ ଆଜିତ ଶାସନ
ବିଷପିଇ ମରେ ଚାଷୀ ।

ଶହ ଶହ ଆଜି ଯୁବକ ଯୁବତୀ
ସାଜିଛନ୍ତି ତ ବେକାରୀ
ଶିକ୍ଷା ବ୍ୟବସ୍ଥା ତ ସାଜିଛି ପଙ୍ଗୁ
ଖାତିର ନାହିଁ କାହାରି ।

ଗାଁ ଆଉ ଆଜି ଗାଆଁ ହୋଇ ନାହିଁ
ଏକତା ଗଲାଣି ଭାଙ୍ଗି
ରାଜନୀତିର କରାଳ କବଳେ
ଖଣ୍ଡ ବିଖଣ୍ଡିତା ହୋଇ ।

କୃଷିକର୍ଯ୍ୟ ଛାଡି ଆଜି ତ କୃଷକ
ଯାଏ ଦାଦନ ଖଟି
ମା ବିକେ ଆଜି ଆପଣା ଛୁଆ କୁ
ପେଟ ଚାଖଣ୍ଡେକ ପାଇଁ ।

ସାଧାରଣ ପାଇଁ ନାହିଁ ଏଠି କିଛି
ଲାଞ୍ଚ ଏଠି ସବୁକିଛି
ସ୍ୱାଧୀନତା ଥାଇ ଆଜି ପରାଧୀନ
ସ୍ୱାଧୀନତା ଗଲା କାହିଁ ।।

ହେ ଗାନ୍ଧୀ !!!! ତୁମେ ଆସ ଆଉଥରେ
ଅହିଂସା ମନ୍ତ୍ର ନେଇ........।

Post a Comment

0 Comments