Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରଥମ ଦେଖାର ଅନୁଭବ

ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଚକାପଦା, ବେଗୁନିଆ, ଖୋରଧା

ପ୍ରିୟତମା ତୁମ୍ଭେ ଦେଖିଲି ମୁଁ ଯେବେ
କୁମାରପୂର୍ଣ୍ଣିମା ଦିନ
ସଖୀ ଗହଣରେ ଚାନ୍ଦିନୀ ରାତିରେ
ଦେଖୁଥିଲ ତୁମେ ଜହ୍ନ ॥
ତୁମ ସରଳ ଆଖିରେ କି ଯାଦୁ ଥିଲା
ବାନ୍ଧି ଦେଇଥିଲା ମୋତେ
ପ୍ରଥମ ଦେଖାରେ ଲାଗୁଥିଲା ସତେ
ଚାନ୍ଦ ମିଳିଲା କି ମୋତେ ॥
ମନ୍ତ୍ରମୁଗ୍ଧ କଲା କଳା ବେଣୀ ତୁମ
ନିରୀହ ସରଳ ଆଖି
ସେ ଆଖି ଭିତରେ ପାଇଥିଲି ପ୍ରିୟା
ଭିନ୍ନ ଦୁନିଆକୁ ଦେଖି ॥
ଯହିଁ ଫୁଟିଥିଲା ପ୍ରେମର ଗୋଲାପ
ବୁଲୁଥିଲେ ପ୍ରଜାପତି
ବିଶ୍ୱାସର ନୀଳ ସବୁଜିମା ମଧ୍ୟେ
ଥିଲେ କିବା ଇନ୍ଦୁମତି ॥
ଆଖିରେ ଆଖିରେ ତୁମ ଛବିକୁ ମୁଁ
ଆଙ୍କିଥିଲି ହୃଦୟରେ
ପ୍ରଥମ ଦେଖାର ପ୍ରଥମ ସ୍ମୃତିକୁ
ତୋଳି ନେଲି ଆଞ୍ଜୁଳାରେ ॥
ଲାଗିଥିଲ ମୋତେ ଆପଣାର ଭାରି
ହୋଇଥିଲି ଆନନ୍ଦିତ
ମନେ ଭାବୁଥିଲି ସତେ ତୁମ ସହ
ପୂର୍ବଜନ୍ମୁ ପରିଚିତ ॥

Post a Comment

0 Comments