Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କୁମାର ପୂର୍ଣ୍ଣମୀ

ଅନୁରାଧା ପଣ୍ଡା
ଭୁବନେଶ୍ଵର

କୁମାର ପୂର୍ଣ୍ଣିମା ପରବ’ଟି ଆହା
ସବୁ ପରବ’ର ରାଜା,
କୁମାରୀ ବାଳିକେ ଏକାଠି ହୋଇଣ
କରିଥାନ୍ତି ଚନ୍ଦ୍ର ପୂଜା ॥

ସବୁ ଝିଅଙ୍କର ମନ ତଳେ ଏକ
ଗୋପନୀୟ ଇଚ୍ଛା ଥାଏ,
ରୂପର ଗୁଣର ବର’ଟିଏ ପାଇଁ
ସ୍ଵପ୍ନ ଦେଖିଥାଏ ସିଏ ॥

ଚନ୍ଦ୍ରଙ୍କୁ ପୂଜଇ ଦୀପରେ ବନ୍ଦଇ
କୁମାର ପୂର୍ଣ୍ଣମୀ ଦିନ,
ସବୁଠାରୁ ଭଲ ବର’ଟିଏ ପାଇଁ
କରଇ ସେ ନିବେଦନ ॥

ଚନ୍ଦ୍ର ସମତୁଲ ସୁନ୍ଦର ବରଟେ
ପାଇବାକୁ ତା’ର ମନ,
ମାନସିକ କରି ନୂଆ ଲୁଗା ପିନ୍ଧି
ଓଷା ପାଳେ ସେହିଦିନ ॥

ସକାଳୁ ସକାଳୁ ସୂରୁଯ’ଙ୍କ ପୂଜା
କରିଥାନ୍ତି ସର୍ବେ ମିଶି,
ଲିଆ କଦଳୀ ଓ କଷି ଫଳ ଦେଇ
ଆଞ୍ଜୁଳା ଦିଅନ୍ତି ଟେକି ॥

ସନ୍ଧ୍ୟା ଆକାଶରେ ଚନ୍ଦ୍ରମା ଊଇଁଲେ
ଚାନ୍ଦପୂଜା ହୋଇଥାଏ,
ପୂନେଇଁ ଜହ୍ନର ଜୋଛନାରେ ଭିଜି
ପୂଜାବିଧି ସାରିଥାଏ ॥

କୁମାର ପୂର୍ଣ୍ଣିମୀ ଚାନ୍ଦିନୀ ରାତିରେ
ଜମିଥାଏ ସାଙ୍ଗ ମେଳେ,
ପୁଚିଖେଳ ହୁଏ ପିଠାଖିଆ ହୁଏ
ବଉଳବେଣୀର ତାଳେ ॥

Post a Comment

0 Comments