Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ନୀଳାଚଳ ଠାକୁର

ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଚକାପଦା, ବେଗୁନିଆ, ଖୋରଧା

ମନେ ଭାବିଛି ମୁଁ ମୁକତି ଲଭିବି
କାଳିଆ ତୋ ଆଶ୍ରା ବିନା
ତୋତେ ମୁଁ ଡାକୁଛି ବୋଲିରେ ଜୀବନେ
ହେଉଛୁ ତୁ ଆନମନା ॥
ମିଶିଯିବି ମୁଁହିଁ ସାଧୁ ସଂଗତରେ
ଯିବିନି ତୋ ପାଦ ତଳେ
ଫେଡ଼ିବି ମନରୁ ମାୟା ମୋହ ମୋର
ଫସିବିନି ତୋର ଛଳେ ॥
ଷଡ଼ରିପୂ କୁ ତୁ ଖଞ୍ଜିଛୁ ଶରୀରେ
ଗୁଣି ଦେବି କର୍ମେ ମୋର
ଦେଖିବୁ ନେତ୍ରରେ ହରି ହୋଇଯିବ
ଏ ପିଣ୍ଡରୁ ପ୍ରାଣ ମୋର ॥
ଚାହିଁ ରହିଥିବୁ ରତ୍ନ ସିଂହାସନେ
ଷାଠିଏ ପଉଟି ଖାଇ
ଶୂନ୍ୟଦେହ ମୋର ପୁଣ୍ୟ ବ୍ରହ୍ମେ ତୋର
ପଶିବ ନିଶ୍ଚଳ ହୋଇ ॥

Post a Comment

0 Comments