Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବାପୁ ତୁମେ ଅସନ୍ତ କି !

ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଚକାପଦା, ବେଗୁନିଆ, ଖୋରଧା

ବାପୁ ଆଉ ଥରେ ଆସନ୍ତ କି ତୁମେ
ଭାରତ ମା'ର କୋଳକୁ
ଦେଖନ୍ତ ନେତ୍ରରେ ଆଜିର ନେତାଏ
କେମିତି ଚଳାନ୍ତି ଶାସନର ଏହି କଳକୁ ।
ଆପଣାନ୍ତି ସିଏ ତୁମରି ଆଦର୍ଶ
ତୁମେ ଦେଇଥିବା ନୀତିକୁ
ନୀତି ଉହାଡରେ ଆବୋରି ନିଅନ୍ତି
ଯେତେ ସବୁ ଅପକୀର୍ତ୍ତୀକୁ ।
ଅଂହିସା ବିକ୍ଷୋଭ କରୁଥାନ୍ତି ପରା
ତୁମ ମଇଦାନେ ରହି
ଦୋକାନ ବଜାର ଗାଡି ଭାଙ୍ଗୁଥାନ୍ତି
ତୁମ ମନ୍ତ୍ର ଗାଈ ଗାଈ ।
ରାମରାଇଜର ସ୍ଵପ୍ନ ଦେଶରେ
ଏଠି ରାବଣ ଶାସନ କରେ
ସ୍ଵର୍ଣ୍ଣର ଲଙ୍କା ଗଢିବା ପାଇଁକି
ତୁମ ମୁଣ୍ଡ ଠୁଳ କରେ ।
ଦୁଃଶାସନ ସାଜି ବିବସ୍ତ୍ର କରନ୍ତି
ଆଜି ବି ଏ ଦେଶେ ନାରୀକୁ
କଂସ ରାଜା ଭଳି ଆଗ୍ରହେ ମାରନ୍ତି
ମାଆ ଗର୍ଭୁ ଏଠି କନ୍ୟାକୁ ।
ବାପୁ ଆଉଥରେ ଆସିଯାଅ ତୁମେ
ନେଇ ଅଂହିସାର ମନ୍ତ୍ରକୁ
ଶିଖେଇ ଦିଅ ହେ ନୀତି ଓ ଆଦର୍ଶ
ଆଜିର କୁସ୍ଚିତ ନେତାଙ୍କୁ ।
ଆଜିର କୁସ୍ଚିତ ନେତାଙ୍କୁ ॥

Post a Comment

0 Comments