ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ

ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ଵର, କାକଟପୁର, ପୁରୀ

ଗରବେ କହିବି ଓଡ଼ିଆ ପୁଅ ମୁଁ
ଓଡ଼ିଆ ମୋ ମାତୃଭାଷା
ଯିଏ ଯାହା କହୁ କରୁ ପଛେ ମୋତେ
ଅନ୍ତରେ ଯେତେ ଇର୍ଷା ॥
ଯାହାର ଠାକୁର ଜଗତର ନାଥ
ସାଗର ଯା ମହୋଦଧୀ
କୁଳୁ କୁଳୁ ଛନ୍ଦେ ବହି ଚାଲିଥିବା
ସରିତ ଯା ମହାନଦୀ ॥
ଚଣ୍ଡାଶୋକ ଯହିଁ ଧର୍ମାଶୋକ ହୋଇ
ନୁଆଇଁଲେ ତାଙ୍କ ମଥା
ଭଗ୍ନ କୋଣାରକ ଗର୍ବେ କୁହେ ଯହିଁ
ଅମର କୀର୍ତ୍ତିର ଗାଥା ॥
ମାଟିରୁ ଯାହାର ମଧୁଗନ୍ଧ ଛୁଟେ
ସ୍ନେହ ବୋଳା ଯାର ଭାଷା
ସୁଜଳା ସୁଫଳା ଚାରୁ ଲାସ୍ୟମୟୀ
ସେଇ ମୋ ଦେଶ ଓଡିଶା ॥

0 Comments