Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ସୌଜନ୍ୟ ସମ୍ପାଦକଙ୍କ କଲମରୁ...

ପ୍ରିୟ ବନ୍ଧୁଗଣ,


ଆପଣ ମାନଙ୍କୁ ଇଂରାଜୀ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ । କେତେ ଆଶା ଆକାଂକ୍ଷାକୁ ନେଇ ଆମକୁ ଆଗେଇ ଯିବାକୁ ପଡିବ । ପଥ ବହୁଦୂର, ଆଗକୁ ଯିବାକୁ ହେଲେ ବହୁ ପରିଶ୍ରମର ଆବଶ୍ୟକତା ରହିଛି । କେବେ ଫୁଲର ମହକ ମିଳିବତ ପୁଣି କେବେ କଣ୍ଟାର ଆଘାତ ବି ସହିବାକୁ ପଡିବ । ଖୁସିରେ ଉତଫୁଲିତ ନହୋଇ ଅବା ଦୁଃଖରେ ଭାଙ୍ଗି ନପଡି ଆମକୁ ଉଚିତ ମାର୍ଗ ଚୟନ କରି ଆଗେଇ ଯିବାକୁ ହେବ ଏବଂ ନିନ୍ଦୁକଙ୍କ ନିନ୍ଦାରେ ନିରାଶ ନହୋଇ ସାଧନା ଜାରି ରଖିବାକୁ ପଡିବ । କେବେବି କୌଣସି କାର୍ଯ୍ୟ ବୃଥା ଯାଏନି, ସମୟ ଆସିଲେ କର୍ମର ଫଳ ନିଶ୍ଚୟ ମିଳିବ ।


ଆପଣ ମାନଙ୍କ ଭଲପାଇବା ଆଉ ପ୍ରେରଣାକୁ ପାଥେୟ କରି ବଣମଲ୍ଲୀର ମହକ ଆଜି ସଫଳତାର ସହ ଗୋଟିଏ ବର୍ଷ ଅତିକ୍ରମ କରି ସାରିଛି । କାହା ପ୍ରରୋଚନାରେ ଭାସି ଯାଇନି କି କୌଣସି ସାହିତ୍ୟ ପ୍ରେମୀଙ୍କୁ ନିରାଶ କରିନି । ବହୁ ପ୍ରବୀଣ ଓ ନବୀନଙ୍କ ଲେଖନୀ ନିସୃତ ସାହିତ୍ୟ ସର୍ଜନା ଗୁଡିକ ପ୍ରତୀଟି ସଂଖ୍ୟାରେ ସ୍ଥାନ ପାଇ ଆସୁଛି । ଏହାର ପ୍ରତିଟି ଲେଖା ଗୁଡିକୁ ପଢି ପାଠକ ବୃନ୍ଦ ମତାମତ ପ୍ରଦାନ କଲେ ଆମେ ନିଜର ଦୋଷ ତ୍ରୁଟିକୁ ସୁଧାରି ଆଉ ଦୁଇପାଦ ନିଶ୍ଚୟ ଆଗକୁ ଯାଇ ପାରିବା । ବଣରେ ଝଡି ପଡୁଥିବା ବଣମଲ୍ଲୀଟି ଭଳି ସୁପ୍ତ ପ୍ରତିଭା ମାନଙ୍କୁ ଜାଗ୍ରତ କରିବା ସହିତ ସୁ-ସାହିତ୍ୟ ସୃଷ୍ଟି ଏବଂ ସଂସ୍କୃତିର ସୁରକ୍ଷା ଓ ସମ୍ମାନ ଆମର ମୂଳଲକ୍ଷ୍ୟ । ବନ୍ଦେ ଉତ୍କଳ ଜନନୀ ।


ସିଦ୍ଧେଶ୍ଵର ତ୍ରିପାଠୀ
ସୌଜନ୍ୟ ସମ୍ପାଦକ – ବଣମଲ୍ଲୀର ମହକ
ସମ୍ପାଦକ – କବିର ଘର
ଦୁରଭାଷ : ୮୦୧୮୬୪୬୭୦୪

Post a Comment

0 Comments