Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପାଦପଦ୍ମ

ଶୁଭେନ୍ଦୁ ସାହୁ
କୁଶୁମାଟି, ଜଟଣୀ, ଖୋରଧା
ଦୂରଭାଷ: ୯୪୮୯୭୧୪୫୩୪

ଏଇ ପାଦ ଯିଏ ବୋହିଥିଲା ମତେ
ଦଶମାସ ଦଶଦିନ
ସହିଥିଲା ମୋର ସବୁ ଭାର
ଭୃଣରୁ ହେବାଯାଏ ଭୂମିଷ୍ଠ
ବିନା କିଛି ଆଶା ବିନା କିଛି ପ୍ରାପ୍ୟରେ
କରିଚାଲିଥିଲା ନିଜ କର୍ତ୍ତବ୍ୟ
ହୋଇ ସେ ଏକନିଷ୍ଠ ।

ଯାହାର ସୁବର୍ଣ୍ଣଭୂମିରେ ପାଦରଖି
ମୁଁ ପାଇଥିଲି ଠିଆ ହେବାର ଦମ୍ଭ
ଶିଖିଥିଲି ଚାଲିବାର କଳା
ଆଘ୍ରାଣ କରିଥିଲି ବାସ୍ଚଲ୍ୟ ମମତାର ମହକ ।

ଯାହାର ଧୂଳି ମୁଣ୍ଡରେ ବୋଳି
ମୁଁ ପାଇଛି ଅସୀମ ସାହସ, ଧୈର୍ଯ୍ୟ
ବରାଭୟ ହୋଇ ପାଇଛି ସବୁଥିରେ କୃତକାର୍ଯ୍ୟ ।

ସେଇ କୋମଳ ପାଦ ସହିଛି ବହୁତ ଆଘାତ
ଅତିକ୍ରମ କରିଛି ବହୁ କଣ୍ଟକିତ ପଥ
ସଜାଡିଛି ସାନନ୍ଦରେ, ସ୍ନେହରେ
ମୋ ପାଇଁ କୁସୁମିତ ଶେଯ ।

ହେ ପାଦ ପଙ୍କଜ
ମଥାନତ ମୁଁ ତୁମ ତ୍ୟାଗ ପାଇଁ
ଆଜୀବନ ଋଣୀ ମୁଁ
ତୁମ ଅଯାଚିତ ପ୍ରେମ ପାଇଁ ।

ହେ ସ୍ଵର୍ଣ୍ଣମୟୀ ଧୈର୍ଯ୍ୟମୟୀ
ମୋ ମାତୃ ପୟର
ସବୁ ଜନ୍ମେ ଚାହେଁ ମୁଁ ଏମିତି ଶ୍ରଦ୍ଧାରେ, ପ୍ରେମରେ
ବହନ କରୁଥାଅ ଭାର ମୋହର ।

Post a Comment

0 Comments