Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆତ୍ମ ସନ୍ତୋଷ - ପରମିତା ମିଶ୍ର

Paramita Mishraପରମିତା ମିଶ୍ର
ଆମ୍ବପୁଆ, ବ୍ରହ୍ମପୁର, ଗଞ୍ଜାମ
ଦୂରଭାଷ: ୭୦୬୪୧୭୨୩୮୦

ଲେଖିବାର ଇଛା ଯଦିଓ ବହୁତ ଆଗରୁ ଥିଲା କିନ୍ତୁ ଲୋକା ଅବଲୋକନ ବହୁତ ପରେ ହେଲା । ପ୍ରଥମେ ନିଜ ଲେଖାକୁ ନିଜେ ପଢି ତାକୁ ଡାଏରୀରେ ସାଇତି ରଖିଦେଉଥିଲି ବା କାହା ଦୃଷ୍ଟିକୁ ଆସିବା ଭୟରେ ତା'ର ସଂସ୍କାର କରି ଦେଉଥିଲି । କିନ୍ତୁ ସମୟ କ୍ରମେ କିଛି ସାହାସ ଏବଂ ସ୍ଵାମୀଙ୍କ ପ୍ରୋସ୍ଚାହନ ପାଇ ସାହାସ କଲି କେଉଁଠି ପ୍ରକାଶ କରିବା ପାଇଁ ।


ଜୀବନରେ ପ୍ରଥମ ଥର ନିଜ ପାଇଁ କିଛି କରିଥିଲି, ନିଜର ନାମ ନଦେଇ ଲେଖାଟିଏ ଏକ ନାମି ଖବର କାଗଜର ଠିକଣାରେ ପଠାଇ ଦେଇଥିଲି । କିନ୍ତୁ ସତ କହିଲେ ମୋ ନିଜ ଉପରେ ମୋର ତିଳେ ବି ବିଶ୍ଵାସ ନଥିଲା ଯେ, ସେ ଲେଖାଟି ପ୍ରକାଶିତ ହେବ ବୋଲି । ସେଦିନ ମୋ ଜୀବନର ସବୁଠୁ ବଡ ଦିନ ଥିଲା, ଏକ ଫୋନ ଆସିଲା ମୋ ଲେଖାଟି ସେହି ନାମି ଖବର କାଗଜରେ ପ୍ରକାଶିତ ହୋଇଛି ବୋଲି କେହି ଜଣେ ପାଠକ କହିଲେ । ଖୁସିରେ ମୁଁ ଆତ୍ମହରା ହୋଇପଡିଲି, ପ୍ରଥମ ଥର ନିଜ ଉପରେ ବିଶ୍ଵାସ ଆସିଲା, ଅବଶ୍ୟ ମୋ ଲେଖା ବଦଳରେ ମୁଁ କିଛି ଆଶା ରଖିନଥିଲି କି ଆଜି ବି କିଛି ଚାହେଁନି । ଆଉ ତାପରେ ଏଇ ଯାତ୍ରା ଆରମ୍ଭ ହେଲା । ଜରୁରୀ ନୁହେଁ ସବୁବେଳେ ପ୍ରଶଂସା ମିଳିବ ବା ଲେଖାଟି କୃତକାର୍ଯ୍ୟ ହୋଇ ପାରିବ । କିନ୍ତୁ ପ୍ରଥମ ଥର ଛପିଥିବା ମୋ ଲେଖାଟି ମୋର ଆତ୍ମବିଶ୍ଵାସ କୁ ବଢାଇ ଦେଇଥିଲା । ତା'ପରେ ଆଉ ପଛକୁ ବୁଲି ଚାହିଁନି, ଇଣ୍ଟରନେଟର ମାଧ୍ୟମ ଲେଖାକୁ ଏକ ନୁତନ ଦିଗ ଦେଇଛି ତେଣୁ ମୁଁ ବି ତା'ର ଉପଯୋଗ କରି କେତେକ ଅନଲାଇନ ମାଗାଜିନରେ ମଧ୍ୟ ଲେଖା ଦେଲି ।


ଦିନେ ଲେଖା ପ୍ରକାଶିତ ହେଲା ପରେ ଖୁସି ହୋଇ ମୁଁ ଏମିତି ମୋର ଜଣେ ଅତି ପରିଚିତ ସମ୍ପର୍କୀୟଙ୍କୁ ବଡ ଉତ୍କଣ୍ଠାରେ ଦେଖେଇଥି୍ଲି । ମୁହଁରେ ଏକ ତାତ୍ସଲ୍ୟ ଭରା ହସ ଦେଖି ମୁଁ ବୁଝିଗଲି ଯେ ମୁଁ ତାଙ୍କୁ ଲେଖାଟି ଦେଖାଇ ଭୁଲ କରିଛି । ସେ ଘରେ କିଛି ଦିନ ରହିଲେ, ପରଦିନ ମୋ ଶ୍ଵଶୁର ମୋ ଆଲେଖ୍ୟଟି ଖବରକାଗଜରେ ବାହାରିଛି ବୋଲି ଅବଗତ କରାଇଲେ, ସେଇ ପାଖରେ ସମ୍ପକୀୟ ଜଣକ ବସି କହିଲେ କଣ ମିଳୁଛି କହିଲ ଏ ଫାଲତୁ କାମ କରି, ତୁମ ପାଖରେ ଯଦି ଏତେ ସମୟ ଅଛି ତେବେ ତୁମେ ତ ପାଠ ପଢିଚ ଚାକିରି ଟେ କରୁନ ଦି ପଇସା ଘରକୁ ଆସିବ । ଏସବୁରେ ଓଲଟା ବେକାର ଖର୍ଚ୍ଚ ଯେ ହେଉଛି ସେ ଅଲଗା, ଲାଗୁଛି ଘରେ ତୁମର କିଛି କାମ ନାହିଁ ।


ସେ ଜଣେ ବୟସ୍କ ତଥା ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ମଧ୍ୟ । ମତେ ବହୁତ ଦୁଃଖ ଅନୁଭବ ହେଉଥିଲେ ହେଁ ମୁଁ କିଛି ଉତ୍ତର ଦେଇ ପାରିଲିନି । କିନ୍ତୁ ମୋ ଶ୍ଵଶୁର, ବ୍ୟକ୍ତି ଜଣକୁ ସୁନ୍ଦର ଭାବେ ବୁଝାଇ ଦେଲେ, ସେ କହିଲେ, "ଭାଇ ତ ରହିବନି, ଆସନ୍ତା ସପ୍ତାହରେ ସହର ସାହିତ୍ୟ ଏକାଡେମୀ ତରଫରୁ ସମ୍ମାନିତ ହେବ । କିଛି ମିଳିବନି ମ, କଣ ଗୋଟିଏ କାଗଜ ଆଉ ସାଲଟେ ଦେବେ ଆଉ କିଛି ନାହିଁ ତ" ବ୍ୟକ୍ତି ଜଣକ ହସି ଏକମତ ଜଣାଇଲେ ଓ କହିଲେ ସେୟା ତ କଣ ମିଳେ ?


"ଆତ୍ମ ସମ୍ମାନ ମିଳେ, ଅସ୍ଥିତ୍ଵର ଲଢେଇରେ ନିଜଶ୍ର ପରିଚୟ ମିଳେ ଏବଂ ସର୍ବୋପରି ସନ୍ତୋଷ ମିଳେ । ଯେଉଁ କାମରେ ତାକୁ ଶାନ୍ତି ଲାଗେ ସେ ସେହି କାମ କରୁଛି, କହିଲେ ମୋ ଶ୍ଵଶୁର । ମୋ ପାଇଁ ତ ଏୟା ଗର୍ବର ବିଷୟ । ବ୍ୟକ୍ତି ଜଣକ ଆଉ କିଛି ତର୍କ କରିପାରିଲେନି ।"


ମୋ ଆଖି ଲୋତକ ରେ ଭରି ଗଲା । ମୁଁ ବି ତାଙ୍କୁ ଏୟା କହିବାକୁ ଚାହୁଁଥିଲି । ଶ୍ଵଶୁରଙ୍କ କଥା ଶୁଣି ସତରେ ଭାରି ଆତ୍ମ ସନ୍ତୋଷ ଲାଗୁଥିଲା ।

Post a Comment

0 Comments