Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ମାତୃକୃପା

ବିକେଶ ସାହୁ
ଭୂଷଲାର୍ଡ, ସିନ୍ଧେକେଲା, ବଲାଙ୍ଗୀର

ମାଆ !
ମୋତେ ତୁମେ ଜନ୍ମ ଦେଲ
କେତେ ଯେ କଷ୍ଟ ସହି
କେତେ ଯେ ଦୁର୍ଘଟଣା ଦୁର୍ବିସହର
ପଦାଘାତ କୁ ଖାତିର ନ କରି
ଛୋଟ ଟିରୁ ମୋତେ ବଡଟିଏ କଲ
ବକ୍ଷର ଅମୃତ ଦେଇ ।।
କେତେ ଅଳି ଆଉ କେତେ ଯେ ଅଝଟ
କେତେ ଯେ ପଦାଘାତ ସହି
ତାରି ବଦଳରେ ଅଜାଡି ଦେଇଛ
ସ୍ନେହ ଶତ ଗୁଣା କରି
କେତେ ରାତି ତୁମେ ଅନିଦ୍ରା ରହିଛ
ମୋତେ ତୁମେ ଜଗିରହି ।
ନ ଖାଇ ଯେ ତୁମେ କେତେ ଖୁଆଇଛ
ଜହ୍ନ ମାମୁଁ ଗୀତ ଗାଇ
ହାତ ଧରି ତୁମେ ଚାଲି ଶିଖେଇଛ
କେମିତି ପାରିବି ଭୁଲି
ବଞ୍ଚିବାର ତୁମେ ଦେଲ ପରିଚୟ
ତୁମେ ତ ମୋର ଜନନୀ ।
କଣ ବା ଆଉ ମାଗିବି
ତୁମରି କୃପାରୁ ବଞ୍ଚିଛି ମାଆ ଲୋ
ପରିଚୟ ଟିଏ ନେଇ ।

Post a Comment

0 Comments