Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କବିତାର ରୂପ - ସଦାନନ୍ଦ ସାହୁ

ସଦାନନ୍ଦ ସାହୁ
ଧୁରୁଷିଆ, କଟକ
ଦୂରଭାଷ: ୯୭୭୬୧୮୪୫୪୮

କବିତାର ପଂକ୍ତି ସବୁ
ଲିପିବଦ୍ଧ ହୋଇଥାଏ
ଆବେଗର ଅକ୍ଷରରେ,
ଶାଣିତ ସ୍ଵରରେ,
କବି ଚାହିଁରହେ
ମନ ଆକାଶକୁ
ଉତ୍କଣ୍ଠା ଚିତ୍ତରେ ।

କବିତାର ରୂପ ଭାସିଉଠେ
ଲେଖନୀର ମଧୁର ସ୍ପର୍ଶରେ
ବାରମ୍ବାର କବି ଭାବେ,
ଆଉକିଛି ରହିଗଲା ବୋଧେ
ମୋର ଅନ୍ୟମନସ୍କରେ ।

କବିତାବି ବେଳେବେଳେ
ଶିକାର ହୁଏ ପ୍ରତିରୋଧର
ଶାଣିତ ଖଣ୍ଡାଧାରରେ,
ସମାଜର ବଡପଣ୍ଡା ମାନଙ୍କ
ଆର୍ତ୍ତନାଦର ଚିତ୍କାରରେ,
ଉତପ୍ତ ଆଗ୍ନେୟଗିରିର
ଜ୍ଵାଳା ଭିତରୁ ବାହାରିଆସେ
କବିତାର ତୀର୍ଯ୍ୟକ କିରଣ
ସମାଜର ମଙ୍ଗଳ ବିଧାନ ନିମନ୍ତେ
କବି ସଦା ସାଧନାରେ ଥାଏ ।

Post a Comment

0 Comments