Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦର ଶାରଦୀୟ ସଂଖ୍ୟା ଉନ୍ମୋଚନ ଉସ୍ଚବ-୨୦୧୭

ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସେବୀ ଅନୁଷ୍ଠାନ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦର ଶାରଦୀୟ ସଂଖ୍ୟା ଉନ୍ମୋଚନ ଉସ୍ଚବ-୨୦୧୭ ତା-୨୮/୧୦/୨୦୧୭ ରିଖ ଶନିବାର ଦିନ ମୁନିଗୋସେଇଁ ମଠ, ତେନ୍ତୁଳିପଦା, କନକପୁରଠାରେ ଅନୁଷ୍ଠିତ ହେବ ବୋଲି ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦର ସମ୍ପାଦିକା ବସନ୍ତ ମଞ୍ଜରୀ ଦାସ ଏବଂ ସଭାପତି ପ୍ରେମ ଚରଣ ରାଉତ ଜଣାଇଛନ୍ତି । ପତ୍ରିକା ଉନ୍ମୋଚନ ହେବା ସହିତ କବି ବନ୍ଧୁ ମାନଙ୍କର କବିତା ପାଠ ଓ ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ପତ୍ରିକା ଉନ୍ମୋଚନ କରିବେ ଗାୟକ ଶେଖର ଜଗନ୍ନାଥ ବେହେରା, ସଭାପତିତ୍ଵ କରିବେ ଝଙ୍କଡଶ୍ରୀ କାଳୀ ପ୍ରସନ୍ନ ପରିଜା ଏବଂ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଶ୍ରୀଯୁକ୍ତ ଗୋଲୋକ ବିହାରୀ ପଲାଇ । ଶ୍ରୀଯୁକ୍ତ ହେମନ୍ତ କୁମାର ନାୟକ, ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ସ୍ଵାଇଁ, ଶ୍ରୀମତୀ ଆରତୀ ତ୍ରିପାଠୀ, ଶ୍ରୀଯୁକ୍ତ ପୀତାମ୍ବର ତରାଇ ଓ ଶ୍ରୀଯୁକ୍ତ ଅମର ଜ୍ୟୋତି ସାହୁ ପ୍ରମୁଖ ସାହିତ୍ୟିକ ବୃନ୍ଦ ସମ୍ମାନନୀୟ ଅତିଥି ଓ ବକ୍ତା ଭାବେ ଯୋଗଦେବେ । ମଞ୍ଚ ସଂଯୋଜନା କରିବେ ଶ୍ରୀଯୁକ୍ତ ନଗେନ୍ଦ୍ର ନାଥ ସ୍ଵାଇଁ ଏବଂ ଶ୍ରୀଯୁକ୍ତ ବୈଦ୍ୟନାଥ ସାହୁ ଓ ଅଧ୍ୟାପିକା ରାଜଶ୍ରୀ ସ୍ଵାଇଁ କବିତା ସଂଯୋଜନା କରିବା ସହିତ ଶ୍ରୀଯୁକ୍ତ ବାସବ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିବେ ।


Post a Comment

0 Comments