Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଗାନ୍ଧୀ ତୁମେ ଫେରିଆସ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା, ଗଞ୍ଜାମ

ଗାନ୍ଧୀ ତୁମେ ଫେରିଆସ
ଏବେ ବଦଳିଯାଇଛି ଆମଦେଶ
ଦେଖିଥିଲ ଯେଉଁଠି ସ୍ୱରାଜ ସପନ,
ଗଢା ସେଠି ଆଜି ମଦଦୋକାନ
ତୁମବିନା ତାକୁ କେ କରିବ ଆନ,
ତେଣୁ ଅଛି ତୁମ୍ଭ ପ୍ରୟୋଜନ....॥

ବଢିଛି ଏଠି ଥାନା କଚେରୀ
କମିନାହିଁ କିନ୍ତୁ ଡକାୟତି ଚୋରି
ମାଳ ମାଳ ପୁଣି ଶିକ୍ଷାନୁଷ୍ଠାନ
କମୁନାହିଁ ବେକାରୀ, ଅନିତୀ ଶାଶନ
ଶୋଷଣ, ଧର୍ଷଣ, ବେକାରୀ କଷଣ
ବଢିଚାଲେ ଏଠି ଦିନକୁ ଦିନ
ଏ ସବୁର କିଏ କରିବ ସମାଧାନ ?
ତେଣୁ ତୁମ୍ଭେ ଆସିବାର ଅଛି ପ୍ରୟୋଜନ....॥

କାନ୍ଦୁଛି ଏଠି ସ୍ନେହ, ଶ୍ରଦ୍ଧା କାନ୍ଦେ ଭାରତମାତା
ପାଶ୍ଚାତ୍ୟ ନିଶାରେ ଏଠି ବୁଡିଛି ଜନତା
ଆଦର୍ଶବାଣୀ ତୁମ ଆଜି ସମାଧି ତଳେ,
ଅନ୍ୟାୟ, ଅନିତୀ ସବୁଠି ଚଳେ
ଦୋଷୀ ପୁଣି ଏଠି ପାଏ ସମ୍ମାନ
ବଦଳାଇବାର ଅଛି ଆମ ଆଇନ
ତେଣୁ ଅଛି ତୁମ୍ଭ ପ୍ରୟୋଜନ,
ଆସି ଥରେ କର ସମାଧାନ....॥

Post a Comment

0 Comments